ବୌଦ୍ଧ: ଦୁର୍ଦ୍ଦିନରେ ବୌଦ୍ଧ ଜିଲ୍ଲାର ଚିତ୍ରଶିଳ୍ପୀ । ଲକଡାଉନ ଯୋଗୁଁ କାମଧନ୍ଦା ଅଭାବରୁ ସେମାନେ ହାତ ବାନ୍ଧି ବସିଛନ୍ତି । ପରିବାର ଚଳାଇବା ମଧ୍ୟ କଷ୍ଟକର ହୋଇପଡିଲାଣି । କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ କାମ ଦିଆଯାଉଥିବାରୁ ସେମାନେ ଏହାର ପ୍ରତିବାଦ କରି ଜିଲ୍ଲାର ସମସ୍ତ ଚିତ୍ରଶିଳ୍ପୀଙ୍କୁ ରୋଜଗାର ଯୋଗାଇ ଦେବାକୁ ଦାବି କରିଛନ୍ତି ।
ଗୁରୁବାର ଜିଲ୍ଲାର ଚିତ୍ରଶିଳ୍ପୀଙ୍କ ପକ୍ଷରୁ ଏକ ଚାରିଦଫା ଦାବୀପତ୍ର ବୌଦ୍ଧ ପୌର ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ଏଥିରେ ସେମାନେ ନିଜ ସମସ୍ୟା ଓ ସେମାନଙ୍କୁ ରୋଜଗାର ଯୋଗାଇ ଦେବାକୁ ଦାବୀ କରିଛନ୍ତି।
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ