ବୌଦ୍ଧ: ଆରମ୍ଭ ହେଲା ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା । ଚଳିତ ବର୍ଷ ରାଜ୍ୟ ସରକାର ଧାନ କିଣାରେ ସ୍ବଚ୍ଛତା ଆଣିବାକୁ ପି ପାସ ସହିତ ଟୋକନ ବ୍ୟବସ୍ଥାକୁ ଲାଗୁ କରିଛନ୍ତି । ସମସ୍ତ ବ୍ୟବସ୍ଥା ଅନଲାଇନ ମାଧ୍ୟମରେ କରାଯାଇଛି ।
ବୌଦ୍ଧ ଜିଲ୍ଲାର ଉପାନ୍ତ କଣ୍ଟାମାଳ ବ୍ଲକର କୁଳୁତାଯୋର ସମବାୟ ସମିତି ପରିସରରୁ ଚଳିତ ବର୍ଷର ଖରିଫ ଧାନ ସଂଗ୍ରହ ଆରମ୍ଭ ହୋଇଛି । ଜିଲ୍ଲା ଯୋଗାଣ ବିଭାଗ ଓ ସମବାୟ ବିଭାଗର ମିଳିତ ସହଯୋଗରେ ଆୟୋଜିତ ଧାନକ୍ରୟ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଶୁଭାରମ୍ଭ କରିଛନ୍ତି ।
ଚଳିତ ବର୍ଷ ଧାନକ୍ରୟରେ ସ୍ବଚ୍ଛତା ଆଣିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଦଲାଲଙ୍କ ପ୍ରଭାବ ଚଳିତବର୍ଷ ରହିବ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି । ଏହି କାର୍ଯ୍ୟକ୍ରମରେ କଣ୍ଟାମାଳ ବିଡ଼ିଓ ବନ୍ଦନା ଖଟୁଆ,ଜିଲ୍ଲା ମିଲ୍ ମାଲିକ ସଭାପତି ଅଶୋକ ଅଗ୍ରଓ୍ବାଲ, ଏଆରସିଏସ ପାଣୁ ଚରଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ । କିନ୍ତୁ ଧାନ ମଣ୍ଡିରେ ଆବଶ୍ୟକ ଠାରୁ ଅଧିକ କଟନି ଛଟନୀକୁ ନେଇ ଚାଷୀ ଅସନ୍ତୋଷ ପ୍ରକାଶ କରିଥିଲେ ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ