ETV Bharat / state

ଧାନକ୍ରୟରେ ଅବ୍ୟବସ୍ଥା, ଅସନ୍ତୋଷ ଚାଷୀ - ଧାନକ୍ରୟ ପ୍ରକ୍ରିୟାରେ ଅବ୍ୟବସ୍ଥା

ବୌଦ୍ଧର କିଛି ନିର୍ଦ୍ଧିଷ୍ଟ ମଣ୍ଡିରେ ଚାଷୀଙ୍କ ପରିବର୍ତ୍ତେ ବେପାରୀଙ୍କଠୁ କିଣାଯାଉଛି ଧାନ । ଏନେଇ ଅସନ୍ତୋଷ ବ୍ୟକ୍ତ କଲେ ଚାଷୀ । ଅଧିକ ପଢନ୍ତୁ...

paddy procurement issues in boudha
ଧାନକ୍ରୟରେ ଅବ୍ୟବସ୍ଥା, ଅସନ୍ତୋଷ ଚାଷୀ
author img

By

Published : Jan 12, 2021, 6:40 PM IST

ବୌଦ୍ଧ: ଜିଲ୍ଲାର ବିଭିନ୍ନ ମଣ୍ଡିରେ ଚାଲିଛି ଧାନକ୍ରୟ । ବୌଦ୍ଧର ସମୁଦାୟ 42ଟି ସମବାୟ ସମିତି ସମେତ ଅନ୍ୟ ଧାନକ୍ରୟ କେନ୍ଦ୍ରରୁ ଧାନ ସଂଗ୍ରହ ହେଉଛି । ତେବେ କିଛି ନିର୍ଦ୍ଧିଷ୍ଟ ମଣ୍ଡିରେ ଚାଷୀଙ୍କ ଧାନକ୍ରୟ କରାନଯାଇ ବେପାରୀଙ୍କ ଠାରୁ ଧାନ କିଣାଯାଉଛି । ମଣ୍ଡି କର୍ମଚାରୀମାନେ ଜାଣିଶୁଣି ଚାଷୀଙ୍କୁ ହଇରାଣ ହରକତ କରୁଛନ୍ତି । ଏହାସହ ଏଫଏକ୍ୟୁ ନାଁରେ ଚାଷୀଙ୍କୁ ନିରାଶ ହେବାକୁ ପଡୁଥିବାରୁ ସେମାନେ ବାଧ୍ୟ ହୋଇ ବେପାରୀକୁ ଧାନ ଦେଇ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି ।

ଧାନକ୍ରୟରେ ଅବ୍ୟବସ୍ଥା, ଅସନ୍ତୋଷ ଚାଷୀ

ସେପଟେ ସଙ୍କୁଳେଇ ମଣ୍ଡିର ଉପକେନ୍ଦ୍ର ଛତ୍ରଙ୍ଗ ଧାନକ୍ରୟ କେନ୍ଦ୍ରରେ ପଡୋଶୀ ଫୁଲବାଣୀ ଓ ଦଶପଲ୍ଲା ଅଞ୍ଚଳର ବେପାରୀଙ୍କ ଧାନକ୍ରୟ କରାଯାଉଥିବା ଅଭିଯୋଗ କରିଛନ୍ତି ଚାଷୀ । ଏ ସମ୍ପର୍କରେ ସୋମବାର ଜିଲ୍ଲା କିଷାନ ସଂଘ ପକ୍ଷରୁ ବୌଦ୍ଧ ଯୋଗାଣ ଅଧିକାରୀଙ୍କୁ ଅବଗତ କରାଯିବା ସହ ଏହାର ପ୍ରତିକାର ପାଇଁ ଦାବି କରାଯାଇଥିଲା । ତେବେ ଏନେଇ ଉପଯୁକ୍ତ ତଦନ୍ତ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛି ଯୋଗାଣ ବିଭାଗ ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.