ETV Bharat / state

ବୌଦ୍ଧରେ ଧାନ କିଣାରେ ଅବ୍ୟବସ୍ଥା, ତାତିଲେ ଗ୍ରାମବାସୀ

ବୌଦ୍ଧ ଜିଲ୍ଲାରେ ଆରମ୍ଭରୁ ଧାନ କିଣାରେ ଅବ୍ୟବସ୍ଥା । ଜିଲ୍ଲାର ବିଭିନ୍ନ ସ୍ଥାନରେ ମଣ୍ଡି ସମସ୍ୟା ଏବଂ କଟନି ଛଟନି ହେଉଥିବା ନେଇ ଚାଷୀ ଅଭିଯୋଗ କରିଛନ୍ତି । ଅଧିକ ପଢ଼ନ୍ତୁ

author img

By

Published : Dec 14, 2022, 2:09 PM IST

paddy procurement irregularities in boudh
ବୌଦ୍ଧରେ ଧାନ କିଣାରେ ଅବ୍ୟବସ୍ଥା, ତାତିଲେ ଗ୍ରାମବାସୀ
ବୌଦ୍ଧରେ ଧାନ କିଣାରେ ଅବ୍ୟବସ୍ଥା

ବୌଦ୍ଧ: ଜିଲ୍ଲାରେ ଆରମ୍ଭରୁ ଧାନକିଣାରେ ଅବ୍ୟବସ୍ଥା । ଖରିଫ ଋତୁ ଧାନ କିଣା ଆରମ୍ଭରୁ ଦେଖା ଦେଲାଣି ମଣ୍ଡି ସମସ୍ୟା । କେତେକ ମଣ୍ଡିର ସମବାୟ କର୍ମଚାରୀଙ୍କ ଚଞ୍ଚକତାକୁ ନେଇ ପୁଣିଥରେ ଚାଷୀ ଅସନ୍ତୋଷ ଦେଖାଦେଇଛି । ଧାନ କିଣାରେ କଟନି ଛଟନି କରାଯାଉଥିବା ଅଭିଯୋଗ କରି ଏଆରସିଏସଙ୍କୁ ଘେରିଛନ୍ତି ଚାଷୀ ।

ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକରେ 16ଟି ଧାନକ୍ରୟ କେନ୍ଦ୍ରରେ ଚାଷୀଙ୍କ ଧାନକ୍ରୟ ଚାଲିଛି । କିନ୍ତୁ ଏଫଏକ୍ୟୁ ମାନର ଧାନ ଆଳ ଦେଖାଇ ଚାଷୀଙ୍କ ଧାନରୁ ଦୁଇରୁ 10କେଜି ପର୍ଯ୍ୟନ୍ତ କଟନି ଛଟନି କରାଯାଉଥିବା ଅଭିଯୋଗ ହୋଇଛି । ସେହିପରି କେତେକ ସମବାୟ ସମିତିର କର୍ମଚାରୀଙ୍କ ଦୁର୍ନୀତିକୁ ନେଇ ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଶେଷ ଭାବରେ ଦପଲା ଓ ବିଳାସପୁର ଅଞ୍ଚଳର ଚାଷୀ ସେମାନଙ୍କ ଟୋକନ ଆବଶ୍ୟକତା ଠାରୁ ଢେର କାଟି ଦିଆଯାଇଥିବା ଅଭିଯୋଗ କରି ଏଆରସିଏସଙ୍କୁ ଘେରିବା ସହ ଦୀର୍ଘ ସମୟ ଧରି ତାଙ୍କୁ ଅଟକାଇ ରଖିଥିଲେ ।

ସୋମବାର ଖଲିଆପାଲି ଅଞ୍ଚଳର ଚାଷୀ ଧାନକ୍ରୟ କେନ୍ଦ୍ର ଖୋଲାଯିବାକୁ ଦାବି କରି ରାସ୍ତାରୋକ ପରେ ଜିଲ୍ଲାପାଳ ଏହି ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଅନେକ ସ୍ଥାନରେ ସମବାୟ କର୍ମଚାରୀ ଓ ଯୋଗାଣ ବିଭାଗର କର୍ମଚାରୀଙ୍କ ସହିତ ଦଲାଲଙ୍କ ମଧୁଚନ୍ଦ୍ରିକା ଯୋଗୁଁ ପ୍ରକୃତ ଚାଷୀ ବ୍ୟାପକ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ତେବେ ସମବାୟ ବିଭାଗର ଅପାରଗତା ଯୋଗୁଁ ଏଭଳି ସମସ୍ୟା ଉପୁଜୁଥିବା କୁହାଯାଉଥିବାବେଳେ ଜିଲ୍ଲାପାଳ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଚାଷୀ ମହଲରେ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.