ETV Bharat / state

ଧାନମଣ୍ଡିରେ ଅଚଳାବସ୍ଥା, ସଂପାଦକଙ୍କୁ ଅତିରିକ୍ତ ଦାୟିତ୍ୱ - ମଣ୍ଡି

ରବି ଧାନ କ୍ରୟକୁ ନେଇ ଅଚଳାବସ୍ଥା ଲାଗିରହିଥିବା ସମୟରେ 3ଟି ସମବାୟ ସମିତିର ସଂପାଦକ ଭାବରେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

ଧାନମଣ୍ଡିରେ ଅଚଳାବସ୍ଥା ସମୟରେ ସଂପାଦକଙ୍କୁ ଅତିରିକ୍ତ ଦାୟିତ୍ୱ

author img

By

Published : Jun 15, 2021, 7:56 AM IST

ବୌଦ୍ଧ: ଜିଲ୍ଲାର 3ଟି ସମବାୟ ସମିତିରେ 3 ଜଣ ସମ୍ପାଦକଙ୍କୁ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ମୌସୁମୀ ବର୍ଷା ଉଣା ଅଧିକ ଆରମ୍ଭ ହୋଇଥିବା ବେଳେ ରବିଧାନ କ୍ରୟକୁ ନେଇ ଚିନ୍ତାରେ ଚାଷୀ । ଟାର୍ଗେଟ ଅଭାବରୁ ଜିଲ୍ଲାର 24 ଗୋଟି ଧାନକ୍ରୟ କେନ୍ଦ୍ରରେ ଅଚଳାବସ୍ଥା ଦେଖାଦେଇଥିବା ବେଳେ, ସମବାୟ ସମିତି ଆଗରେ ଉତ୍ୟକ୍ତ ଚାଷୀ ଜଗି ରହିଛନ୍ତି ।

ଧାନମଣ୍ଡିରେ ଅଚଳାବସ୍ଥା ସମୟରେ ସଂପାଦକଙ୍କୁ ଅତିରିକ୍ତ ଦାୟିତ୍ୱ

ଜିଲ୍ଲାର 42 ଗୋଟି ସମବାୟ ସମିତିର ଅନେକ ସମିତିରେ ପଦ ସବୁ ଖାଲି ପଡିଛି । ସୋମବାର ଏଆରସିଏସ ଜିଲ୍ଲାର ଯୋଗୀନ୍ଦ୍ରପୁର, ସିମିଳିପଦର ଓ ହରଭଙ୍ଗା ସମବାୟ ସମିତି ପାଇଁ 3 ଜଣ ସମ୍ପାଦକଙ୍କୁ ଅତିରିକ୍ତ ଦାୟିତ୍ବ ପ୍ରଦାନ କରିଛନ୍ତି । ସେହିପରି ମୁଣ୍ଡିପଦର ଓ ବାଉଁଶୁଣୀ ସମବାୟ ସମ୍ପାଦକଙ୍କ ନାଁରେ ବାରମ୍ବାର ଅଭିଯୋଗ ହେଉଥିବାରୁ ସେମାନଙ୍କ ବିରୋଧରେ ଏଆରସିଏସ ପଦକ୍ଷେପ ଗ୍ରହଣ କରିବେ ବୋଲି ଇଟିଭି ଭାରତକୁ ସୂଚନା ଦେଇଛନ୍ତି ।

ସେପଟେ ସୋମବାର ରବିଧାନ କ୍ରୟ ହୋଇନପାରିବା କାରଣରୁ ଉତ୍ୟକ୍ତ ଚାଷୀ ମନମୁଣ୍ଡା ସମବାୟ ସମିତି ଘେରାଉ କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.