ETV Bharat / state

ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପାଚିକା ସଂଘର ଆନ୍ଦୋଳନ

Pachika Association Protest: ବିଭିନ୍ନ ସମସ୍ୟାକୁ ନେଇ ବୌଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପାଚିକା ସଂଘର ବିକ୍ଷୋଭ ପ୍ରଦର୍ଶନ ।

author img

By ETV Bharat Odisha Team

Published : Dec 18, 2023, 3:23 PM IST

pachika association stage protest
pachika association stage protest
pachika association stage protest

ବୌଦ୍ଧ: ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ମଧ୍ୟାହ୍ନ ଭୋଜନ ପାଚିକା ସଂଘ । ବିଭିନ୍ନ ସମସ୍ୟାକୁ ନେଇ ଆଜି ବୌଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ପାଚିକା ସଂଘ । ଏଥି ସହିତ ସେମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି । ଏନେଇ ଜିଲ୍ଲାର ଶହ ଶହ ମହିଳା ପାଚିକା ସ୍ଥାନୀୟ ରଘୁନାଥ ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଆସି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ତେବେ ଜିଲ୍ଲାର ତିନୋଟି ବ୍ଲକରେ ଥିବା ସରକାରୀ ବିଦ୍ୟାଳୟରେ କାର୍ଯ୍ୟରତ ପାଚକ ପାଚିକାମାନେ ବିଭିନ୍ନ ସମସ୍ୟା ଘେରରେ ରହିଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସରକାରୀ ବିଦ୍ୟାଳୟରେ ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ୍ବ ପାଚକ ପାଚିକା କାର୍ଯ୍ୟ କରୁଛନ୍ତି । ହେଲେ ଏମାନେ ସରକାରୀ ମାନ୍ୟତା ପାଇପାରି ନାହାନ୍ତି । ସରକାର ମାଆଙ୍କୁ ସମ୍ମାନର କଥା କହୁଥିବା ବେଳେ ଏଭଳି ମହିଳା ପାଚିକାମାନେ ଦୈନିକ ମାତ୍ର ୪୦ ଟଙ୍କା ବେତନରେ ବିଦ୍ୟାଳୟରେ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟ କରୁଛନ୍ତି । ଏମାନେ ଛାତ୍ରଛାତ୍ର ଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଠାରୁ ନେଇ ବିଦ୍ୟାଳୟର ସଫେଇ ତଥା ଅନ୍ୟାନ୍ୟ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି ।

ଏହା ମଧ୍ୟ ପଢନ୍ତୁ - ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ପାଚିକା ସଂଘ, ଦାବି ପୂରଣ ନହେଲେ ଚୂଲିବନ୍ଦ ଚେତାବନୀ

ଏହା ମଧ୍ୟ ପଢନ୍ତୁ- ନା ଶୁଣୁଛନ୍ତି ସରକାର ନା ଶୁଣୁଛି ପ୍ରଶାସନ, ପୂରଣ ହେଉନି ପାଚିକା ଓ ସହାୟିକାଙ୍କ ଦାବି

ହେଲେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ଛାତ୍ରଛାତ୍ରୀ ଅଭାବରୁ ବନ୍ଦ ଯୋଗୁଁ ସେସବୁ ବିଦ୍ୟାଳୟର ପାଚିକାମାନେ ଜୀବିକା ହରାଇ ବସିଛନ୍ତି । ଏଥିସହ ବର୍ଷର ଦଶଟି ମାସ ପାଚିକାଙ୍କୁ କାର୍ଯ୍ୟରେ ନିୟୋଜନ କରାଯାଇ ବଳକା ଦୁଇ ମାସ ଛଟେଇ କରାଯାଇଥାଏ । ତେଣୁ ଏହି ସମସ୍ତ ସମସ୍ୟାର ସମାଧାନ ପାଇଁ ପାଚିକାମାନେ ବିକ୍ଷୋଭ କରିବା ସହ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୦ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି। ତେବେ ଆଗାମୀ ଦିନରେ ସରକାର ଏନେଇ କୌଣସି ପଦକ୍ଷେପ ଗ୍ରହଣ ନ କଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.