ETV Bharat / state

ହାଇସ୍କୁଲରେ 5T ନାଁରେ ବ୍ୟାପକ ଅନିୟମିତତା ! ଆଜିଠୁ ସାମୁହିକ ଛୁଟିରେ ଆଉଟ୍ ସୋର୍ସ କର୍ମଚାରୀ - 5t ରୂପାନ୍ତରୀକରଣ ନାଁରେ ଅନିୟମିତତା

ଜିଲ୍ଲାର ଶତାଧିକ ଆଉଟ୍ ସୋର୍ସ କର୍ମଚାରୀ ସାମୁହିକ ଛୁଟିରେ ରହିବା ନେଇ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ । ଅଧିକ ପଢନ୍ତୁ

outsource employees association
outsource employees association
author img

By

Published : Jul 19, 2023, 1:05 PM IST

outsource employees association

ବୌଦ୍ଧ: 5T ରୂପାନ୍ତରୀକରଣ ନାଁରେ ଅନିୟମିତତା । ଏନେଇ ବୌଦ୍ଧ ଜିଲ୍ଲାର ଶତାଧିକ ଆଉଟ୍ ସୋର୍ସ କର୍ମଚାରୀ ସାମୁହିକ ଛୁଟିରେ ଯିବାକୁ ନିଷ୍ପତ୍ତି କରିଛନ୍ତି । ଯାହାକୁ ନେଇ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ସୂଚନା ଦିଆଯାଇଛି । ସେପଟେ ଜିଲ୍ଲାର ଶେଷ ପର୍ଯ୍ୟାୟରେ ୧୯ ଗୋଟି ଉଚ୍ଚ ବିଦ୍ୟାଳୟକୁ 5t ଅନ୍ତର୍ଭୁକ୍ତ କରାଯିବା ନେଇ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ପୂର୍ବରୁ ହୋଇଥିବା ଉଚ୍ଚ ବିଦ୍ୟାଳୟର ନିମ୍ନମାନର କାର୍ଯ୍ୟ ଯୋଗୁଁ ଜିଲ୍ଲା ଯୁବ ବିଜେପି ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସୂଚନା ମୁତାବକ, ଗତକାଲି 5T ବିଦ୍ୟାଳୟ ଉନ୍ନତି ନାଁରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଜିଲ୍ଲା ଯୁବ ମୋର୍ଚ୍ଚା ପକ୍ଷରୁ ଅଭିଯୋଗ କରାଯାଇଥିଲା । ଯାହାକୁ ନେଇ ବୌଦ୍ଧ ଜିଲ୍ଲାର ଶତାଧିକ ଆଉଟ୍ ସୋର୍ସ କର୍ମଚାରୀ ସାମୁହିକ ଛୁଟିରେ ଯିବାକୁ ନିଷ୍ପତ୍ତି ନେଇଛନ୍ତି । ଏ ସମ୍ପର୍କରେ ଗତକାଲି(ମଙ୍ଗଳବାର) ଜିଲ୍ଲାର ଆଉଟ୍ ସୋର୍ସ କର୍ମଚାରୀ ସଂଘ ପକ୍ଷରୁ ବୌଦ୍ଧ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଆଜି ଜିଲ୍ଲା ସମେତ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧିନରେ ଥିବା ସମସ୍ତ ଜିଲ୍ଲାରେ ଆଉଟ୍ ସୋର୍ସ କର୍ମଚାରୀ ସଂଘ ସାମୁହିକ ଛୁଟିରେ ଯିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଶିକ୍ଷା ବିଭାଗରେ ବ୍ୟାପକ ଅନିୟମିତତା, ବୌଦ୍ଧରେ ବଢୁଛି ଅସନ୍ତୋଷ

ସେପଟେ ଗତକାଲି ଜିଲ୍ଲାର ଅବଶିଷ୍ଟ ୧୯ ଗୋଟି ଉଚ୍ଚ ବିଦ୍ୟାଳୟ 5t ଅନ୍ତର୍ଭୁକ୍ତ ହେବା ସୂଚନା ମିଳିବା ପରେ ଜିଲ୍ଲାରେ ଖୁସି ଦେଖିବାକୁ ମିଳିଛି । ଏନେଇ ଗତକାଲି ଜିଲ୍ଲାର ବିଭିନ୍ନ ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ସ୍ବତନ୍ତ୍ର ବୈଠକର ଆୟୋଜନ କରାଯାଇଥିଲା । ତେବେ ପ୍ରଥମ ପର୍ଯ୍ୟାୟରୁ ଏ‌ହି ଯୋଜନାରେ ସାମିଲ ହେବାକୁ ଥିବା ବାମଣ୍ଡା ଉଚ୍ଚ ବିଦ୍ୟାଳୟରେ ଖୁସିର ଲହରୀ ଖେଳିଯାଇଛି । ଏତେ ପୁରୁଣା ବିଦ୍ୟାଳୟ ହୋଇ ମଧ୍ୟ ଏହା 5t ଅନ୍ତର୍ଭୁକ୍ତ ହୋଇପାରିଛି । ହେଲେ ଅନ୍ୟପଟେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ରୂପାନ୍ତରଣ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏହାର କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ଅଭିଯୋଗ କରିଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ 5t ବିଦ୍ୟାଳୟର ଛାତ୍ରଛାତ୍ରୀ ବର୍ଷା ଯୋଗୁଁ ପାଠପଢାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥି ସହ ଅନେକ ବିଦ୍ୟାଳୟରେ କାମ ଅଦ୍ୟାବଧି ଅଧାପନ୍ତରିଆ ହୋଇରହିଛି । ଏନେଇ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରାଯାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.