ETV Bharat / state

ବୌଦ୍ଧରେ ଦୁଇ ଦିନରେ ପାଞ୍ଚ ଦୁର୍ଘଟଣା, ଜଣେ ମୃତ - ବୌଦ୍ଧ ଜିଲ୍ଲାରେ ଦୁଇ ଦିନରେ ପାଞ୍ଚ ଦୁର୍ଘଟଣା

ବୌଦ୍ଧ ଜିଲ୍ଲାର ପୃଥକ ପୃଥକ ତିନୋଟି ସ୍ଥାନରେ ସଡକ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପାଞ୍ଚରୁ ଅଧିକ ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ...

boudh accident one death
ବୌଦ୍ଧ ଜିଲ୍ଲାରେ ଦୁଇ ଦିନରେ ପାଞ୍ଚ ଦୁର୍ଘଟଣା, ଜଣେ ମୃତ
author img

By

Published : Dec 2, 2020, 7:59 AM IST

ବୌଦ୍ଧ: କାର୍ତ୍ତିକ ମାସ ଶେଷ ହେବା ପରେ ପୁଣି ଥରେ ଆରମ୍ଭ ହେଲା ସଡକ ଦୁର୍ଘଟଣା । ସୋମବାର ଦୁଇଟି ଓ ମଙ୍ଗଳବାର ତିନୋଟି ପୃଥକ ସଡକ ଦୁର୍ଘଟଣାରେ ପାଞ୍ଚ ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଛି ।

ବୌଦ୍ଧ ଜିଲ୍ଲାରେ ଦୁଇ ଦିନରେ ପାଞ୍ଚ ଦୁର୍ଘଟଣା, ଜଣେ ମୃତ

ଗତକାଲି ସନ୍ଧ୍ୟାରେ ବୌଦ୍ଧ ଜିଲ୍ଲାର ଦୁଇଟି ସ୍ଥାନରେ ସଡକ ଦୁର୍ଘଟଣାରେ ହୋଇଥିବାବେଳେ ଜଣଙ୍କ ମୃତ୍ୟୁ ଘଟିଛି । ଖରଭୂଇଁ ନିକଟରେ ଘଟିଥିବା ସଡକ ଦୁର୍ଘଟଣାରେ କୁଟୀଝାର ଗ୍ରାମର ଜନୈକ ଯୁବକଙ୍କୁ ଗୁରୁତର ଅବସ୍ଥାରେ ପୁରୁଣାକଟକ ଓ ପରେ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଚିକିତ୍ସା ଅବହେଳାରୁ ତାଙ୍କ ମୃତ୍ୟୁ ହୋଇଥିଵା ମୃତକଙ୍କ ପିତା ଅଭିଯୋଗ କରିଛନ୍ତି । ପୁରୁଣାକଟକ ପୋଲିସର ଅସହଯୋଗ କାରଣରୁ ଆଜି ଅପରାହ୍ନ ପର୍ଯ୍ୟନ୍ତ ମୃତଦେହକୁ ବ୍ୟବଛେଦ ମଧ୍ୟ କରାଯାଇପାରି ନଥିଲା । ସେପଟେ ବୌଦ୍ଧ ଜିଲ୍ଲାର ପୃଥକ ପୃଥକ ତିନୋଟି ସ୍ଥାନରେ ସଡକ ଦୁର୍ଘଟଣା ଘଟି ପାଞ୍ଚରୁ ଅଧିକ ଗୁରୁତର ଆହତ ହୋଇଛନ୍ତି ।

ତେବେ ଜିଲ୍ଲାରେ ଗତ ମାସରେ ସଡକ ଦୁର୍ଘଟଣା ସଂଖ୍ୟା ହ୍ରାସ ପାଇଥିବା ବେଳେ ଗତକାଲିଠାରୁ ହଠାତ ଦୁର୍ଘଟଣାର ସଂଖ୍ୟା ପୁଣିଥରେ ବଢିବା ଆରମ୍ଭ ହୋଇଥିବାରୁ ସାଧାରଣରେ ଚିନ୍ତା ବଢାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.