ETV Bharat / state

ବିଚିତ୍ର ବ୍ୟବସ୍ଥା: ସଧବାଙ୍କୁ ମିଳୁଛି, ବୌଦ୍ଧରେ ବିଧବା ମହିଳା ଭତ୍ତା ପାଇବାରୁ ବଞ୍ଚିତ - ସପନ ପାଲଟିଛି ସରକାରୀ ଯୋଜନା

5ଶହ ଟଙ୍କାରେ ବିତୁଛି ପାଞ୍ଚ ପ୍ରାଣୀଙ୍କ ଜୀବନ । ନାଁ ଅଛି ମୁଣ୍ଡ ଉପରେ ଛାତ, ନାଁ ପହଞ୍ଚିଛି ସରକାରୀ ସହାୟତା । ଦିନ ତମାମ ଖରା ବର୍ଷାର ଖୋଲା ଆକାଶ ତଳେ ଜୀବନ କଟୁଛି । ବୌଦ୍ଧ ଜିଲ୍ଲାର ସଦର ବ୍ଲକ ତଳିଏରଡା ଗ୍ରାମର ଦୁଇ ବିଧବା ମହିଳାଙ୍କ ପାଇଁ ସରକାରୀ ଯୋଜନା ଯେପରି ଅପହଞ୍ଚ ହୋଇ ରହିଛି । ଅଧିକ ପଢ଼ନ୍ତୁ

one family need for govt help in boudh
ପର ପିଣ୍ଡାରେ କଟୁଛି ପାଞ୍ଚ ପ୍ରାଣୀଙ୍କ ଜୀବନ, ସରକାରୀ ସହାୟତାକୁ ଅପେକ୍ଷା
author img

By

Published : Sep 27, 2022, 2:03 PM IST

ବୌଦ୍ଧ: ସାତ ସପନ ପାଲଟିଛି ସରକାରୀ ଯୋଜନା । ନାଁ ଅଛି ମୁଣ୍ଡ ଉପରେ ଛାତ, ନାଁ ପହଞ୍ଚିଛି ସରକାରୀ ସହାୟତା । ଏଠି ସେଠି ବିତୁଛି ଗୋଟିଏ ପରିବାରର ପାଞ୍ଚ ପ୍ରାଣୀଙ୍କ ଜୀବନ । ବୌଦ୍ଧ ଜିଲ୍ଲା ସଦର ବ୍ଲକ ତଳିଏରଡା ଗ୍ରାମର ଦୁଇ ବିଧବା ମହିଳାଙ୍କ ପାଇଁ ସରକାରୀ ଯୋଜନା ଯେପରି ଅପହଞ୍ଚ ହୋଇ ରହିଛି । ତିନୋଟି ସନ୍ତାନ କିଡ଼ନୀ ରୋଗୀ ଶାଶୁଙ୍କୁ ଧରି ବଞ୍ଚିବାର ରାହା ଖୋଜୁଛନ୍ତି ମହିଳା । ବୌଦ୍ଧ ଜିଲ୍ଲା ସଦର ବ୍ଲକ ବଘିଆପଡା ପଞ୍ଚାୟତ ଅନ୍ତର୍ଗତ ତଳିଏରଡା ଗ୍ରାମର ଦ୍ରୌପଦୀ ବେହେରା । ଦୀର୍ଘ ବର୍ଷ ହେଲା ଶ୍ବଶୁରଙ୍କ ମୃତ୍ୟୁ ହୋଇଥିବା ବେଳେ ଗତ ବର୍ଷ ତାଙ୍କ ସ୍ବାମୀ ମୃତ୍ୟୁ ଘଟିଛି । ସ୍ବାମୀଙ୍କ ମୃତ୍ୟୁର ବର୍ଷେ ହେବାକୁ ବସିଥିବାବେଳେ ଦ୍ରୌପଦୀଙ୍କୁ ଆଜି ପର୍ଯ୍ୟନ୍ତ ବିଧବା ଭତ୍ତା କିମ୍ବା କୌଣସି ସରକାରୀ ସହାୟତା ମିଳିପାରି ନାହିଁ । ଅନ୍ୟପଟେ ରାଜ୍ୟର ଅନ୍ୟ ଭାଗରେ ବିଧବା ଭତ୍ତାରେ ଦୁର୍ନୀତି ସହ ସଧବା ମହିଳାଙ୍କୁ ହିତାଧିକାରୀ ସଜାଇ ଟଙ୍କା ଲୁଟ୍‌ର ଅଭିଯୋଗ ଆସିଥିଲା ।

ପର ପିଣ୍ଡାରେ କଟୁଛି ପାଞ୍ଚ ପ୍ରାଣୀଙ୍କ ଜୀବନ

ସେପଟେ ବୃଦ୍ଧା ଶାଶୁ ଅନେକ ଦିନ ହେଲା କିଡନୀ ରୋଗରେ ଆକ୍ରାନ୍ତ । ଏହି ପାଞ୍ଚ ପ୍ରାଣୀ ପାଇଁ ବିଧବା ବୃଦ୍ଧା ଶାଶୁଙ୍କ ପାଞ୍ଚ ଶହ ଟଙ୍କା ଭତ୍ତା ହିଁ ଏକମାତ୍ର ଭରସା । କିଭଳି ତିନୋଟି ପିଲାଙ୍କ ପାଠପଢ଼ା କରିବେ ସେନେଇ ଚିନ୍ତାରେ ଦ୍ରୌପଦୀ । ଏତିକିରେ ତାଙ୍କର ଦୁଃଖ ସରିନାହିଁ । ନିଜ ମାଟିର ଘର ମାଟିରେ ମିଶିଯିବା ପରେ ବର୍ତ୍ତମାନ ଏହି ପରିବାରଟି ଅତ୍ୟନ୍ତ ଅସହାୟ ଭାବରେ ଚଳୁଛନ୍ତି । ସନ୍ଧ୍ୟା ହେଲେ ଖୋଜୁଛନ୍ତି ଆଶ୍ରୟ ।

ଏହା ମଧ୍ଯ ପଢ଼ନ୍ତୁ: ନକଲି ଔଷଧ କାରବାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି

ଦିନ ତମାମ ଖରା ବର୍ଷାର ଖୋଲା ଆକାଶ ତଳେ ଏମାନଙ୍କ ଜୀବନ କଟୁଛି । ଏନେଇ ଦ୍ରୌପଦୀ କହିଛନ୍ତି, "ବିଧବା ଭତ୍ତା ପାଇଁ ବାରମ୍ବାର ପ୍ରଶାସନ ପାଖକୁ ଦୌଡିଥିଲି । କିନ୍ତୁ ଆଜି ଯାଏ ହୋଇପାରିନାହିଁ । ତେଣୁ ସରକାରୀ ସହାୟତା ଯୋଗାଇ ଦେବାସହ ଘର ଖଣ୍ଡିଏ ଦେବାକୁ ସରକାରଙ୍କୁ ଅନୁରୋଘ କରୁଛି ।" ଏହି ସମ୍ପର୍କରେ ସୂଚନା ମିଳିବାପରେ ବୌଦ୍ଧ ଜିଲ୍ଲାପାଳ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରୟାସ ଆରମ୍ଭ କରିଛନ୍ତି ।

ପ୍ରାଥମିକ ପର୍ଯ୍ୟାୟରେ କିଡନୀ ରୋଗୀ ଶାଶୁଙ୍କ ଚିକିତ୍ସା, ଦ୍ରୌପଦୀଙ୍କ ବିଧବା ଭତ୍ତା ଓ ଏକ ସିଲେଇ ମେସିନ ସହିତ ପିଲାଙ୍କ ପାଠପଢା ଖର୍ଚ୍ଚ ନେଇ ପ୍ରଶାସନିକ ସ୍ତରରେ ସହାୟତା କରାଯିବ ବୋଲି ସୂଚନା ମିଳିଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମିଳିବା ପରେ ଜିଲ୍ଲା ମହିଳା ଓ ଶିଶୁ ବିଭାଗର ଅଧିକାରୀମାନେ ଦ୍ରୌପଦୀଙ୍କ ପରିବାରକୁ ଭେଟି ଆଲୋଚନା କରିଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.