ETV Bharat / state

ଅଂଶୁଘାତରେ ବୌଦ୍ଧରେ ଜଣେ ମୃତ

ଜିଲ୍ଲାରେ ରୌଦ୍ରତାପ ବୃଦ୍ଧି ସାଙ୍ଗକୁ ପାରଦ ୪୫ ଡିଗ୍ରୀ ଡେଇଁଛି । ତେବେ ତେଲିଵନ୍ଧ ପଞ୍ଚାୟତର ଆନନ୍ଦପୁର ଗ୍ରାମର ଗିରୀଶ ନାଏକଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ବୌଦ୍ଧ
author img

By

Published : Apr 30, 2019, 11:43 PM IST

Updated : Apr 30, 2019, 11:56 PM IST

ବୌଦ୍ଧ: ଜିଲ୍ଲାରେ ଦିନକୁ ଦିନ ରୌଦ୍ରତାପ ବୃଦ୍ଧି ପାଉଛି । ପାରଦ ମଧ୍ୟ ୪୫ ଡିଗ୍ରୀ ଉପରେ । ତେବେ ତେଲିଵନ୍ଧ ପଞ୍ଚାୟତର ଆନନ୍ଦପୁର ଗ୍ରାମର ଗିରୀଶ ନାଏକଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ବୌଦ୍ଧ

ଅତ୍ୟନ୍ତ ଗରିବ ଶ୍ରେଣୀର ମୃତ ଗିରୀଶ (୪୫ ବର୍ଷ) ଛେଳି ଚରାଇ ପରିବାର ପ୍ରତିପୋଷଣ କରୁଥିଲେ । ସୋମବାର ଛେଳି ଚରାଇ ଫେରିବା ପରେ ସେ ଅସୁସ୍ଥ ଅନୁଭବ କରିଥିଲେ ।

ମଙ୍ଗଳବାର ପୁଣି ଛେଳି ଚରାଇବାକୁ ଯାଇଥିବା ବେଳେ ପ୍ରଚଣ୍ଡ ଖରାରେ ଗୁରୁତର ହେବାରୁ ଘରକୁ ଫେରି ଆସିଥିଲେ । ସେଠାରୁ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇ ଥିଲେ ମଧ୍ୟ ବାଟରେ ଗିରୀଶଙ୍କ ମୃତ୍ୟୁ ହୋଇଛି ।

ମୃତ ଗିରୀଶ ଜଣେ ଗରିବ ପରିବାରର ହୋଇଥିବାରୁ ତାଙ୍କୁ ସରକାରୀ ସ୍ତରରେ ଥିବା ଅଂଶୁଘାତ ମୃତ୍ୟୁ ସହାୟତା ପ୍ରଦାନ କରାଯିବାକୁ ଗିରୀଶଙ୍କ ବଡ ଭାଇ ସୁରେଶ ନାଏକ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Apr 30, 2019, 11:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.