ବୌଦ୍ଧ: ପୁଣି ଥରେ ବିଜେଡି ଜିଲ୍ଲା ସଭାପତି ହେଲେ କଣ୍ଟାମାଳ ବିଧାୟକ ମହୀଧର ରଣା । ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନାଁ ଘୋଷଣା କରିବା ପରେ ବିଜେଡି ଶିବିରରେ ଖୁସିର ଲହରି ଖେଳିଯାଇଛି ।
ଲଗାତାର 2-2 ଥର ଜିଲ୍ଲା ସଭାପତି ହେବା ପରେ ମହୀଧର ସାମାଜିକ ଗଣମାଧ୍ୟମ ଯୋଗେ ଖୁସି ବ୍ୟକ୍ତ କରିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ମହୀଧର ଆଗାମୀ ଦିନରେ ଜିଲ୍ଲାବାସୀଙ୍କ ସ୍ବାର୍ଥ ଓ ବିଜେଡି ପରିବାର ସହ ଜଡିତ ରହି କାର୍ଯ୍ୟ କରିବେ ବୋଲି ଇଟିଭି ଭାରତକୁ କହିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ