ETV Bharat / state

ସମ୍ପତ୍ତି ହଡପ କରିବା ପରେ ବୃଦ୍ଧାଙ୍କୁ ଘରୁ ତଡିଦେଲେ ସମ୍ପର୍କୀୟ ! - old women kicked by relatives after capturing her property

ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅନ୍ତର୍ଗତ ପଙ୍କୁଆଳ ଗ୍ରାମର ଜଣେ ବୃଦ୍ଧାଙ୍କ ସହ ଏଭଳି ହୋଇଥିବା ଅଭିଯୋଗ ହୋଇଛି ।

ସମ୍ପତ୍ତି ହଡପ କରିବା ପରେ ବୃଦ୍ଧାଙ୍କୁ ଘରୁ ତଡିଦେଲେ ସମ୍ପର୍କୀୟ !

author img

By

Published : Aug 9, 2020, 9:47 PM IST

ବୌଦ୍ଧ: ପୁଣି ସମ୍ପତ୍ତି ଆଗରେ ଫିକା ପଡିଲା ସମ୍ପର୍କ । ସମ୍ପତ୍ତି ହଡପ କରିବା ପରେ ବୃଦ୍ଧାଙ୍କୁ ଘରୁ ତଡିଦେଲେ ସମ୍ପର୍କୀୟ । ଯାହା ଫଳରେ ବୃଦ୍ଧା ଜଣକ ଏବେ ଅନ୍ୟର ସାହାରାରେ ବଞ୍ଚୁଛନ୍ତି । ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅନ୍ତର୍ଗତ ପଙ୍କୁଆଳ ଗ୍ରାମର ଜଣେ ବୃଦ୍ଧାଙ୍କ ସହ ଏଭଳି ହୋଇଥିବା ଅଭିଯୋଗ ହୋଇଛି ।

ପଙ୍କୁଆଳ ଗ୍ରାମର କୁମାରୀ କଲତା ନିଜ ସ୍ବାମୀଙ୍କ ସହ ସମ୍ପର୍କୀୟଙ୍କ ଗୃହରେ ଆଶ୍ରୟ ନେଇଥିଲେ । ସ୍ବାମୀଙ୍କ ଦେହାନ୍ତ ପରେ ସଂସାରରେ ତାଙ୍କର ନିଜର ବୋଲି କେହି ନାହିଁ । ତେବେ କୁମାରୀ କଲତାଙ୍କ ସ୍ବାମୀଙ୍କ ସ୍ବର୍ଗବାସ ପରେ ତାଙ୍କ ସମ୍ପର୍କୀୟ ସମସ୍ତ ସମ୍ପତ୍ତି ଅକ୍ତିଆର କରି ତାଙ୍କୁ ଘରୁ ବାହାର କରିଦେଇଥିବା ଅଭିଯୋଗ ହୋଇଛି । ଏପରିକି ତାଙ୍କର ରାସନ କାର୍ଡ ମଧ୍ୟ ସମ୍ପର୍କୀୟମାନେ ନେଇଯାଇଥିବା ଅଭିଯୋଗ ହୋଇଛି ।

ସମ୍ପତ୍ତି ହଡପ କରିବା ପରେ ବୃଦ୍ଧାଙ୍କୁ ଘରୁ ତଡିଦେଲେ ସମ୍ପର୍କୀୟ !

ସେପଟେ କୁମାରୀ କଲତା ସରକାରୀ ବୃଦ୍ଧା ଶ୍ରମରେ ରହିବାକୁ ଇଚ୍ଛା ପ୍ରକାଶ କରିଥିଲେ । କିନ୍ତୁ ସ୍ଥାନୀୟ ସରପଞ୍ଚ ଏନେଇ କୌଣସି ବ୍ୟବସ୍ଥା ନ କରିବାରୁ ବୃଦ୍ଧା ଜଣକ ବାଧ୍ୟ ହୋଇ ଗତ ପାଞ୍ଚ ମାସ ହେଲା ବିଭିନ୍ନ ଗାଁ ବୁଲି ମାଗିଯାଚି ଜୀବନ କାଟୁଛନ୍ତି । ବର୍ତ୍ତମାନ କୁମାରୀଙ୍କ ଏଭଳି ଅବସ୍ଥା ଦେଖି ଦେବଗଡ଼ ଗ୍ରାମର ଜଣେ ଦିବ୍ୟାଙ୍ଗ ଯୁବକ ତାଙ୍କୁ ନିଜ ଘରେ ଆଶ୍ରୟ ଦେଇଛନ୍ତି । ପ୍ରଶାସନ ଏ ଦିଗରେ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଗାଁ ଲୋକେ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.