ETV Bharat / state

ବୌଦ୍ଧ ଗସ୍ତରେ ବିଧାନସଭା ଗୃହ କମିଟି - ବୌଦ୍ଧ ଖବର

ବରିଷ୍ଠ ବିଧାୟକ ନରସିଂହ ମିଶ୍ରଙ୍କ ନେତୃତ୍ବରେ ବିଧାନସଭା ଗୃହ କମିଟିର ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତ । ଜିଲ୍ଲାର ବିଭିନ୍ନ ବିଭାଗର କାର୍ଯ୍ୟ ସମୀକ୍ଷା କରିବା ସହିତ କୃଷି ଓ ସମବାୟ ବିଭାଗର କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛି କମିଟି । ଅଧିକ ପଢନ୍ତୁ

ବୌଦ୍ଧ ଗସ୍ତରେ ବିଧାନସଭା ଗୃହ କମିଟି
ବୌଦ୍ଧ ଗସ୍ତରେ ବିଧାନସଭା ଗୃହ କମିଟି
author img

By

Published : Sep 8, 2022, 12:54 PM IST

ବୌଦ୍ଧ: ବିଧାନସଭା ଗୃହ କମିଟିର ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତ । ବରିଷ୍ଠ ବିଧାୟକ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି କମିଟି ଜିଲ୍ଲାର ବିଭିନ୍ନ ବିଭାଗର କାର୍ଯ୍ୟ ସମୀକ୍ଷା କରିଥିଲେ । କୃଷି ବିଭାଗ ଓ ସମବାୟ ବିଭାଗର କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ଗୃହ କମିଟି ।

ବୌଦ୍ଧ ଗସ୍ତରେ ବିଧାନସଭା ଗୃହ କମିଟି

ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ବିଧାନସଭା ଗୃହ କମିଟି । ବୁଧବାର ବରିଷ୍ଠ ବିଧାୟକ ତଥା ବିଧାନସଭା ଗୃହ କମିଟିର ଅଧ୍ୟକ୍ଷ ନରସିଂହ ମିଶ୍ରଙ୍କ ନେତୃତ୍ବରେ ଏହି କମିଟି ବୌଦ୍ଧ ଜିଲ୍ଲା ଗସ୍ତରେ ଆସିଥିଲେ । କମିଟି ବିଶେଷ ଭାବରେ ଧାନକ୍ରୟ, ସମବାୟ, ବୟନ ଶିଳ୍ପ, ସମବାୟ ଋଣ, ଲୋକଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କିତ ବିଭାଗର ସମୀକ୍ଷା କରିଥିଲେ । ଏହି କମିଟି କୃଷି ବିଭାଗର କାର୍ଯ୍ୟ ଓ ସମବାୟ ବିଭାଗର କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଏହାଛଡା ଜିଲ୍ଲାରେ ମାପ ଓ ଓଜନ ବିଭାଗ ନିଷ୍କ୍ରିୟ ହେବା ସହ ବୈଠକକୁ ଆସିନଥିବାରୁ କ୍ଷୋଭ ପ୍ରକାଶ ପାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ହିତାଧିକାରୀଙ୍କୁ ମିଳୁନି ପ୍ରାପ୍ୟ, ଜିଲ୍ଲାପାଳଙ୍କୁ ଭେଟିଲେ ପୂର୍ବତନ ଓ୍ବାର୍ଡ ମେମ୍ବର

ସେହିପରି ଜିଲ୍ଲାରେ ବୟନ ବିଭାଗ ଭଳି ଅନେକ ବିଭାଗର ମୁଖ୍ୟ ପଦବୀ ଖାଲି ଥିବାରୁ ଗୃହ କମିଟି ଉଦବେଗ ପ୍ରକାଶ କରିଥିଲେ । କମିଟିର ଅଧ୍ୟକ୍ଷ ନରସିଂହ ମିଶ୍ରଙ୍କ ସହିତ ଏହି ଗସ୍ତରେ ଜଙ୍ଗଲ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, କଣ୍ଟାମାଳ ବିଧାୟକ ମହୀଧର ରଣା, ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିସରୀ ପ୍ରମୁଖ ଯୋଗ ଦେଇଥିଲେ । ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ, ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳବେହେରା, ପିଡି ଅଶ୍ବିନୀ ମେହେର, ଉପଜିଲ୍ଲାପାଳ ସନତ କୁମାର ନାଏକ, ଯୋଗାଣ ଅଧିକାରୀ ବିଭୁ ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ବିଭିନ୍ନ ଉନ୍ନୟନ କାର୍ଯ୍ୟର ବିବରଣୀ ପ୍ରଦାନ କରିଥିଲେ ।

ଇଟିଭି ଭାରତ,ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.