ବୌଦ୍ଧ: ବିଭିନ୍ନ ପଞ୍ଚାୟତରେ ସ୍ବଚ୍ଛ ଭାରତ ମିଶନ ଅନ୍ତର୍ଗତ ଓଡିଏଫ ପ୍ଲସ କାର୍ଯ୍ୟକାରୀ ପାଇଁ ଉଦ୍ୟମ କରାଯାଇଛି । ବୌଦ୍ଧ ସଦର ବ୍ଲକରେ ଓଡିଏଫ ପ୍ଲସ ପାଇଁ ପାଞ୍ଚଟି ପଞ୍ଚାୟତ ସ୍ବୀକୃତି ପାଇଥିବା ସୂଚନା ମିଳିଛି । ସେପଟେ ବୌଦ୍ଧ ଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନକୁ ଅଚାନକ ଗସ୍ତ କରିଥିଲେ । ଅଇଁଳାଚୂଆ ଆଦର୍ଶ ବିଦ୍ୟାଳୟରେ ଜିଲ୍ଲାପାଳ ପହଞ୍ଚି ସେଠାରେ ବିଦ୍ୟାର୍ଥୀଙ୍କ ପାଇଁ ରନ୍ଧା ହୋଇଥିବା ଖାଦ୍ୟର ମାନ ଯାଞ୍ଚ ସହିତ ନିଜେ ସେହି ଖାଦ୍ୟ ଖାଇଥିଲେ । ଅନ୍ୟପଟେ ଓଡ଼ିଶାର ପ୍ରଥମ ଜିଲ୍ଲା ଭାବରେ ବୌଦ୍ଧ କଲେକ୍ଟରିଏଟରେ ମହିଳା କ୍ଲବ ଗଠନ କରାଯାଇଛି ।
ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ସ୍ବଛ ଭାରତ ମିଶନ ଅନ୍ତର୍ଗତ ଓଡିଏଫ ପ୍ଲସ କାର୍ଯ୍ୟକାରୀ ପାଇଁ ଉଦ୍ୟମ କରାଯାଇଛି । ଶୁକ୍ରବାର ବୌଦ୍ଧ ଜିଲ୍ଲା ସଦର ବ୍ଲକ ଠାରେ ସ୍ବଚ୍ଛ ଭାରତକୁ ନେଇ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା । ବ୍ଲକର ସମସ୍ତ ପଞ୍ଚାୟତର ସରପଞ୍ଚମାନେ ଏଥିରେ ଭାଗନେଇ ବିଭିନ୍ନ ପ୍ରସ୍ତାବ ରଖିଥିବା ବେଳେ ଓଡିଏଫ ପ୍ଲସ ପାଇଁ ୫ଟି ପଞ୍ଚାୟତ ସ୍ବୀକୃତି ପାଇଥିବା ସୂଚନା ମିଳିଛି । ବିଶେଷ ଭାବରେ ପଞ୍ଚାୟତର ବିଭିନ୍ନ ଗ୍ରାମରେ ବର୍ଜ୍ୟବସ୍ତୁ ପରିଚାଳନା ସହିତ ଶୌଚଗୃହ ଭଳି ବିଭିନ୍ନ କାର୍ଯ୍ୟକ୍ରମକୁ ଅଧିକ ତ୍ବରାନ୍ବିତ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏହା ସହିତ ପାନୀୟଜଳର ବିନିଯୋଗ ଓ ଯୋଗାଣକୁ ନେଇ ମଧ୍ୟ ଆଲୋଚନା କରାଯାଇଥିଲା ।
ସେପଟେ ଶୁକ୍ରବାର ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନକୁ ଅଚାନକ ଗସ୍ତ କରିଥିଲେ । କଣ୍ଟାମାଳ ବ୍ଲକର କୁଳୁତାଯୋର ପଞ୍ଚାୟତର ତେଲନଦୀ ଉପରେ ନିର୍ମିତ ସେତୁ ପରିଦର୍ଶନ କରିଥିଲେ । ଅଇଁଳାଚୂଆ ଆଦର୍ଶ ବିଦ୍ୟାଳୟରେ ଜିଲ୍ଲାପାଳ ପହଞ୍ଚି ସେଠାରେ ବିଦ୍ୟାର୍ଥୀଙ୍କ ପାଇଁ ରନ୍ଧା ହୋଇଥିବା ଖାଦ୍ୟର ମାନ ଯାଞ୍ଚ ସହିତ ନିଜେ ସେହି ଖାଦ୍ୟ ଖାଇଥିଲେ । ଅନ୍ୟପଟେ ଆଜି ଓଡ଼ିଶାର ପ୍ରଥମ ଜିଲ୍ଲା ଭାବରେ ବୌଦ୍ଧ କଲେକ୍ଟରିଏଟରେ ମହିଳା କ୍ଲବ ଗଠନ କରାଯାଇଥିବା ସୂଚନା ମିଳିଛି ।
ଇଟିଭି ଭାରତ, ବୌଦ୍ଧ