ETV Bharat / state

ନୂଆଖାଇରେ ଈଷ୍ଟଦେବୀ ମା' ଭୈରବୀଙ୍କ ନିକଟରେ ଲାଗିଲା ନବାନ୍ନ - ନୂଆଖାଇ ଜୁହାର

ନିରାଡମ୍ବର ଭାବରେ ପାଳନ ହେଲା ନୂଆଖାଇ । ବୌଦ୍ଧ ଜିଲ୍ଲାର ଈଷ୍ଟଦେବୀ ମା' ଭୈରବୀଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ଶ୍ରଦ୍ଧାଳୁ ମାନେ ମିଶି ନବାନ୍ନ ଖାଇଥିବା ଦେଖିବାକୁ ମିଳିଛି ।

ନୂଆଖାଇରେ ଈଷ୍ଟଦେବୀ ମା' ଭୈରବୀଙ୍କ ନିକଟରେ ଲାଗିଲା ନବାନ୍ନ

author img

By

Published : Aug 23, 2020, 3:51 PM IST

ବୌଦ୍ଧ: କୋରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହେଲା ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । ବୌଦ୍ଧ ଜିଲ୍ଲାର ଈଷ୍ଟଦେବୀ ମା' ଭୈରବୀଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ଶ୍ରଦ୍ଧାଳୁ ମାନେ ମିଶି ନବାନ୍ନ ଖାଇଥିବା ଦେଖିବାକୁ ମିଳିଛି ।

ନୂଆଖାଇରେ ଈଷ୍ଟଦେବୀ ମା' ଭୈରବୀଙ୍କ ନିକଟରେ ଲାଗିଲା ନବାନ୍ନ
ନୂଆଖାଇରେ ଈଷ୍ଟଦେବୀ ମା' ଭୈରବୀଙ୍କ ନିକଟରେ ଲାଗିଲା ନବାନ୍ନ

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଚଳିତ ବର୍ଷ କୋରୋନା କଟକଣା ଯୋଗୁଁ ଫିକା ପଡିଯାଇଛି । କିନ୍ତୁ ତଥାପି ମଧ୍ୟ ପାରମ୍ପରିକ ରୀତିନୀତି ଅନୁସାରେ ନବାନ୍ନ ଉତ୍ସବ ପାଳନ କରାଯାଇଛି । ଆଜି ପ୍ରଥମେ ବୌଦ୍ଧ ଗଡଜାତର ଈଷ୍ଟଦେବୀ ମା' ଭୈରବୀଙ୍କ ନିକଟରେ ନୂଆ ଧାନରୁ ପ୍ରସ୍ତୁତ ନବାନ୍ନ ଲାଗି ହେବା ପରେ ପୀଠରେ ଉପସ୍ଥିତ ଶ୍ରଦ୍ଧାଳୁମାନେ ମିଳିତ ନବାନ୍ନ ଭୋଗ ଖାଇଥିଲେ ।

ପରେ ଜିଲ୍ଲାର ବିଭିନ୍ନ ଗ୍ରାମରେ ଥିବାଡିମୁଳ ବା ଗ୍ରାମ ଦେବତୀ ପୀଠରେ ବିଧି ମୁତାବକ ପୂଜାର୍ଚ୍ଚନା ପରେ ନବାନ୍ନ ଲାଗି ହୋଇଥିଲା । କେତେକ ସ୍ଥାନରେ ଖିରି କାକରା ଭୋଗ ଲାଗିଥିବା ବେଳେ ଅନେକ ସ୍ଥାନରେ ଛେଦ ପରମ୍ପରା ପ୍ରଚଳିତ ଥିବାରୁ ଛେଦ ଭୋଗ ଲାଗି ହୋଇଥିଲା । ନୂଆଖାଇ ଅବସରରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ବାତିଲ କରି କେବଳ ନୂଆଖାଇ ର ବିଧିକୁ ପାଳନ କରାଯାଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.