ETV Bharat / state

ସମବାୟ ସମିତି କାର୍ଯ୍ୟାଳୟରେ ନାହିଁ ପାନୀୟ ଜଳ ସଂଯୋଗ, ଅନ୍ୟ ଅଫିସରୁ ପାଣି ପିଉଛନ୍ତି କର୍ମଚାରୀ - boudha district administration

ବୌଦ୍ଧରେ ପାନୀୟଜଳ ସମସ୍ୟା କେତେ ଭୟଙ୍କର ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି ସରକାରୀ କାର୍ଯ୍ୟାଳୟରେ । ଜିଲ୍ଲା ସମବାୟ ସମିତି ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟରେ ନାହିଁ ପିଇବା ପାଣି ସଂଯୋଗ । ଅଧିକ ପଢନ୍ତୁ....

ସମବାୟ ସମିତି କାର୍ଯ୍ୟାଳୟରେ ନାହିଁ ପାନୀୟ ଜଳ ସଂଯୋଗ, ଅନ୍ୟ ଅଫିସରୁ ପାଣି ପିଉଛନ୍ତି କର୍ମଚାରୀ
ସମବାୟ ସମିତି କାର୍ଯ୍ୟାଳୟରେ ନାହିଁ ପାନୀୟ ଜଳ ସଂଯୋଗ, ଅନ୍ୟ ଅଫିସରୁ ପାଣି ଆଣୁଛନ୍ତି କର୍ମଚାରୀ
author img

By

Published : Jun 6, 2021, 8:40 PM IST

ବୌଦ୍ଧ : ପାନୀୟଜଳ କେଉଁଠି ରାସ୍ତାରେ ଭାସୁଛି ତ ଆଉ କେଉଁଠି ପାଣି ମୁନ୍ଦାଏ ପାଇଁ ନାହିଁ ନଥିବା କଷ୍ଟର ସମ୍ମୁଖୀନ ହେବାକୁ ପଡୁଛି । ବୌଦ୍ଧ ଜିଲ୍ଲାର 3ଟି ବ୍ଲକର ବିଭିନ୍ନ ଉପାନ୍ତ ଗ୍ରାମ ଗୁଡିକରେ ବର୍ଷ ବର୍ଷ ଧରି ପାନୀୟଜଳର ସମସ୍ୟା ଲାଗି ରହିଛି । କିନ୍ତୁ ଜିଲ୍ଲା ସଦର ମହକୁମାର ଏକ ସରକାରୀ କାର୍ଯ୍ୟାଳୟରେ ପାନୀୟଜଳ ସଂଯୋଗ ପାଇଁ ବାରମ୍ବାର ଆବେଦନ କଲେ ମଧ୍ୟ ପାଣି ସଂଯୋଗ ହୋଇପାରୁ ନଥିବା ଦେଖିବାକୁ ମିଳିଛି ।

ସମବାୟ ସମିତି କାର୍ଯ୍ୟାଳୟରେ ନାହିଁ ପାନୀୟ ଜଳ ସଂଯୋଗ, ଅନ୍ୟ ଅଫିସରୁ ପାଣି ପିଉଛନ୍ତି କର୍ମଚାରୀ

ମିଳିଥିବା ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ତଥା ଗ୍ରାମ୍ୟ ଜଳଯୋଗାଣ ବିଭାଗକୁ ଲାଗି ରହିଥିବା ସମବାୟ ସମିତି ସହକାରୀ ନିବନ୍ଧକ(ଏଆରସିଏସ)ଙ୍କ କାର୍ଯ୍ୟାଳୟରେ ଆଜି ପର୍ଯ୍ୟନ୍ତ ପାନୀୟ ଜଳ ସଂଯୋଗ ହୋଇପାରି ନାହିଁ । କାର୍ଯ୍ୟାଳୟରେ ଓଭରହେଡ ଟାଙ୍କି ଠାରୁ ଆରମ୍ଭ କରି ପାଇପ ବିଛା କାର୍ଯ୍ୟ ଦୀର୍ଘ ଦିନ ହେଲା ସମ୍ପୂର୍ଣ୍ଣ ହୋଇ ପାଣି ସଂଯୋଗ ପାଇଁ ସହରାଞ୍ଚଳ ଜଳଯୋଗାଣ ବିଭାଗକୁ ବାରମ୍ବାର ଆବେଦନ କଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା ଖୋଦ ଏଆରସିଏସ କହିଛନ୍ତି । ଫଳରେ ବିଭାଗର କର୍ମଚାରୀ ପାଣି ମୁନ୍ଦାଏ ପାଇଁ ଅନ୍ୟ ଅଫିସକୁ ଦୌଡିବାକୁ ପଡୁଛି । ଯଦି ଜିଲ୍ଲା ସଦର ମହକୁମାର ଏକ ସରକାରୀ କାର୍ଯ୍ୟାଳୟରେ ଏଭଳି ଅବସ୍ଥା ତେବେ ଉପାନ୍ତ ଗ୍ରାମରେ ପାନୀୟ ଜଳର କିଭଳି ସୁବିଧା ଥିବ ତାହା ସହଜରେ ଅନୁମେୟ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.