ETV Bharat / state

ମରଣଯନ୍ତା ପାଲଟିଛି ବୌଦ୍ଧ ୫୭ ନମ୍ବର ଜାତୀୟ ରାଜପଥ, ଯାଉଛି ଅନେକ ଜୀବନ - ଲୋକଙ୍କୁ ସଚେତନ ପାଇଁ ପଦକ୍ଷେପ

ବୌଦ୍ଧ ଜିଲ୍ଲାର ବଦଲା ଠାରୁ ମନମୁଣ୍ଡା ପର୍ଯ୍ୟନ୍ତ ଏହି ରାସ୍ତାରେ ପ୍ରତିଦିନ ଦୁର୍ଘଟଣା ଘଟୁଥିବାବେଳେ ଅନେକ ଧନଜୀବନ ନଷ୍ଟ ହେବାରେ ଲାଗିଛି ।

road accident
ଜାତୀୟ ରାଜପଥ ପାଲଟିଛି ମରଣ ଯନ୍ତା
author img

By

Published : Jan 15, 2020, 3:47 AM IST

ବୌଦ୍ଧ: ମରଣଯନ୍ତା ପାଲଟିଛି ୫୭ ନମ୍ବର ଜାତୀୟ ରାଜପଥ । ବୌଦ୍ଧ ଜିଲ୍ଲାର ବଦଲା ଠାରୁ ମନମୁଣ୍ଡା ପର୍ଯ୍ୟନ୍ତ ଏହି ରାସ୍ତାରେ ପ୍ରତିଦିନ ଦୁର୍ଘଟଣା ଘଟୁଥିବାବେଳେ ଅନେକ ଧନଜୀବନ ନଷ୍ଟ ହେବାରେ ଲାଗିଛି । ବର୍ତ୍ତମାନ ସଡକ ସୁରକ୍ଷା ସପ୍ତାହ ଚାଲିଥିବାବେଳେ ଲୋକଙ୍କୁ ସଚେତନ ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି ।

ଜାତୀୟ ରାଜପଥ ପାଲଟିଛି ମରଣ ଯନ୍ତା

ସରକାରୀ ସୂଚନା ମୁତାବକ, ଗୋଟିଏ ବର୍ଷରେ ୧୬୦ରୁ ଉର୍ଦ୍ଧ୍ବ ସଡକ ଦୁର୍ଘଟଣା ଘଟିଥିବାବେଳେ ୫୮ ଜଣଙ୍କ ମୃତ୍ୟୁ ଘଟିଛି । କିନ୍ତୁ ତଥାପି ପ୍ରତ୍ୟେକ ଦିନ ଦୁର୍ଘଟଣାର ହାର ବଢିବାରେ ଲାଗୁଛି । ମଙ୍ଗଳବାର ବୌଦ୍ଧ ନିକଟସ୍ଥ ମର୍ଜାଦପୁର ବିଦ୍ୟାଳୟ ସମ୍ମୁଖରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ସ୍ବାମୀ ସ୍ତ୍ରୀ ଗୁରୁତର ଅବସ୍ଥାରେ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ଏହାକୁନେଇ ଉତ୍ୟକ୍ତ ଗ୍ରାମବାସୀମାନେ ଜାତୀୟ ରାଜପଥକୁ ଅବରୋଧ କରି ରଖିଥିଲେ । ଫଳରେ ଦୀର୍ଘ ସମୟ ଧରି ରାସ୍ତାର ଉଭୟ ପାର୍ଶ୍ଵରେ ଶହଶହ ଯାନବାହନ ଅଟକି ରହିଥିଲା । ଫଳରେ ଘଟଣାସ୍ଥଳରେ ବୌଦ୍ଧ ଥାନା ଅଧିକାରୀ ତପସ୍ବିନୀ କହଁର ପହଞ୍ଚି ଉତ୍ୟକ୍ତ ଜନତାଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲେ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ମରଣ ଯନ୍ତା ପାଲଟିଛି ୫୭ ନମ୍ବର ଜାତୀୟ ରାଜପଥ ।କେବଳ ସଡକ ଦୁର୍ଘଟଣା ରେ ୫୮ ଜଣଙ୍କ ମୃତ୍ୟୁ ବିଗତ ବର୍ଷ ହୋଇଥିବା ବେଳେ ପ୍ରତ୍ୟେକ ଦିନ ଦୁର୍ଘଟଣା ରେ ଧନ ଜୀବନ କ୍ଷୟ କ୍ଷତି ହେଉଛି ।
ମରଣ ଯନ୍ତା ପାଲଟିଛି୫୭ ନମ୍ବର ଜାତୀୟ ରାଜପଥ ।ବୌଦ୍ଧ ଜିଲ୍ଲାର ବଦଲା ଠାରୁ ମନମୁଣ୍ଡା ପର୍ଯ୍ୟନ୍ତ ଏହି ରାସ୍ତାରେ ପ୍ରତ୍ୟେକ ଦିନ ଦୁର୍ଘଟଣା ରେ ଧନଜୀବନ କ୍ଷୟ କ୍ଷତି ହେବାରେ ଲାଗିଛି ।ସରକାରୀ ସୂଚନା ମୁତାବକ ଗୋଟିଏ ବର୍ଷରେ ୧୬୦ ରୁ ଉର୍ଦ୍ଧ୍ବ ସଡକ ଦୁର୍ଘଟଣା ଘଟିଥିବା ବେଳେ ୫୮ ଜଣଙ୍କ ମୃତ୍ୟୁ ଘଟିଛି ।ବର୍ତ୍ତମାନ ସଡକ ସୁରକ୍ଷା ସପ୍ତାହ ଚାଲିଥିବା ବେଳେ ଲୋକଙ୍କୁ ସଚେତନ ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି ।କିନ୍ତୁ ତଥାପି ପ୍ରତ୍ୟେକ ଦିନ ଦୁର୍ଘଟଣା ର ହାର ବଢିଗାଁରେ ଲାଗିଛି ।ମଙ୍ଗଳବାର ବୌଦ୍ଧ ନିକଟସ୍ଥ ମର୍ଜାଦପୁର ବିଦ୍ୟାଳୟ ସମ୍ମୁଖରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଦୁଇ ଜଣ ସ୍ବାମୀ ସ୍ତ୍ରୀ ଗୁରୁତର ଅବସ୍ଥାରେ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଉତ୍ୟକ୍ତ ଗ୍ରାମବାସୀ ମାନେ ଜାତୀୟ ରାଜପଥ କୁ ଅବରୋଧ କରି ରଖିଥିଲେ ।ଫଳରେ ଦୀର୍ଘ ସମୟ ଧରି ରାସ୍ତାର ଉଭୟ ପାର୍ଶ୍ଵରେ ଶହଶହ ଯାନବାହନ ଅଟକି ରହିଥିଲା ।ଘଟଣାସ୍ଥଳରେ ବୌଦ୍ଧ ଥାନା ଅଧିକାରୀ ତପସ୍ବିନୀ କହଁର ପହଞ୍ଚି ଉତ୍ୟକ୍ତ ଜନତାଙ୍କୁ ବୁଝାଇ ରାସ୍ତାରୋକ ହଟାଇଥିଲେ ।

Body:ମରଣ ଯନ୍ତା ପାଲଟିଛି୫୭ ନମ୍ବର ଜାତୀୟ ରାଜପଥ ।

Conclusion:ବାଇଟ-୧-ଲାବଣ୍ୟ ବାରିକ,ମର୍ଜାଦପୁରବାସୀ
ବାଇଟ-୨-କୃତିବାସ ପଲିଆ, ବୁଦ୍ଧିଜୀବୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.