ବୌଦ୍ଧ : କୋଭିଡ କଟକଣା ଯୋଗୁଁ ଫିକା ପଡ଼ିବ ନୂଆ ବର୍ଷ । କାହିଁକିନା ରାଜ୍ୟ ସରକାର ପର୍ଯ୍ୟଟନସ୍ଥଳୀ ଗୁଡିକରେ ଗହଳି ନ କରିବାକୁ କଟକଣା ଜାରି କରିଛନ୍ତି । ହେଲେ ନବ ବର୍ଷର ଆଗମନ ପୂର୍ବରୁ କୋଭିଡ କଟକଣା ମଧ୍ୟରେ ବୌଦ୍ଧର ଧାର୍ମିକ ପୀଠରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ଜିଲ୍ଲାର ଶଗଡ଼ା ପଞ୍ଚାୟତ ଅନ୍ତର୍ଗତ ଖଣ୍ଡିକନପା, ଆଢେଣୀଗଡ ପଞ୍ଚାୟତର କୁମ୍ଭୀଦରହ ଓ ଗିରାସିଙ୍ଗା ବନ ପ୍ରକଳ୍ପ ଭଳି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ସ୍ଥାନ ରହିଛି ।
ଯାହା ପର୍ଯ୍ୟଟକଙ୍କୁ ଏଠାକୁ ଆକୃଷ୍ଟ କରୁଛି । ଜିଲ୍ଲାର ଗନ୍ଧରାଡି,ପୁରୁଣାକଟକ ଭୈରବୀ ପୀଠ ଓ ପାତାଳୀ କ୍ଷେତ୍ର ନାଏକପଡା ଗୁମ୍ଫା ଅଞ୍ଚଳରେ ଭଳି ରହିଛି ଅନେକ ପର୍ଯ୍ୟଟନ ସ୍ଥାନ । ତେବେ ପ୍ରଶାସନ ପକ୍ଷରୁ କୌଣସି ସ୍ଥାନରେ ଜିରୋ ନାଇଟ ସେଲିବ୍ରେସନ ଓ ନୂଆ ବର୍ଷ ପାଳନ ଉପରେ କଟକଣା ଜାରି କରିକରାଯାଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ