ETV Bharat / state

ବୌଦ୍ଧରେ ବଢୁଛି ସଂକ୍ରମଣ, ଜିଲ୍ଲା ପ୍ରଶାସନର ନୂଆ ଗାଇଡ ଲାଇନ ଜାରି - ବୌଦ୍ଧ ଜିଲ୍ଲା ପ୍ରଶାସନର ନୂଆ ଗାଇଡଲାଇନ

ଦିନକୁ ଦିନ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଜାରି କରିଛି ନୂତନ ଗାଇଡ ଲାଇନ । ଆସନ୍ତା ଦୁଇ ଦିନ ହେବାକୁ ଥିବା ସଟଡାଉନରେ କିଛି ମାତ୍ରାରେ କଟକଣା କୋହଳ କରାଯିବାକୁ ନିଷ୍ପତି ହୋଇଛି ।

corona update in boudh, corona situation in boudh, new guidelines by boush administrator, boudh latest news, ବୌଦ୍ଧରେ କୋରୋନା ଅପଡେଟ, ବୌଦ୍ଧରେ କୋରୋନା ସ୍ଥିତି, ବୌଦ୍ଧ ଜିଲ୍ଲା ପ୍ରଶାସନର ନୂଆ ଗାଇଡଲାଇନ, ବୌଦ୍ଧ ଲାଟେଷ୍ଟ ନ୍ୟୁଜ୍‌
ବୌଦ୍ଧରେ ବଢୁଛି ସଂକ୍ରମଣ, ଜିଲ୍ଲା ପ୍ରଶାସନର ନୂଆ ଗାଇଡ ଲାଇନ ଜାରି
author img

By

Published : Jul 26, 2020, 11:03 PM IST

ବୌଦ୍ଧ: ଦିନକୁ ଦିନ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଜାରି କରିଛି ନୂତନ ଗାଇଡ ଲାଇନ । ଆସନ୍ତା ଦୁଇ ଦିନ ହେବାକୁ ଥିବା ସଟଡାଉନରେ କିଛି ମାତ୍ରାରେ କଟକଣା କୋହଳ କରାଯିବାକୁ ନିଷ୍ପତି ହୋଇଛି । ସେପଟେ ଆସନ୍ତା ବୁଧବାର ଠାରୁ ରବିବାର ପର୍ଯ୍ୟନ୍ତ ଜିଲ୍ଲାକୁ ସମ୍ପୂର୍ଣ୍ଣ ସଟଡାଉନ ଘୋଷଣା କରାଯାଇଛି ।

ବୌଦ୍ଧରେ ବଢୁଛି ସଂକ୍ରମଣ, ଜିଲ୍ଲା ପ୍ରଶାସନର ନୂଆ ଗାଇଡ ଲାଇନ ଜାରି

ବୌଦ୍ଧ ଜିଲ୍ଲାରେ ଧିରେ ଧିରେ ବଢିବାରେ ଲାଗିଛି ସଂକ୍ରମଣ ଭୟ । ଏମିତିରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପ୍ରାୟ ପ୍ରତ୍ୟେକ ଦିନ କୋରୋନା ଆକ୍ରାନ୍ତ ଚିହ୍ନଟ ହେବାରେ ଲାଗିଛନ୍ତି । ଜିଲ୍ଲାରେ ରବିବାର ପୁଣି 8ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ନୂତନ ଗାଇଡ ଲାଇନ ଜାରି କରିଛି । ଆସନ୍ତା ସୋମବାର ଓ ମଙ୍ଗଳବାର ଦୁଇ ଦିନ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲିବା ପାଇଁ ଅନୁମିତ ମିଳିଛି ।

ସେହିପରି ବୁଧବାରଠାରୁ ସମସ୍ତ ସରକାରୀ, ବେସରକାରୀ ପ୍ରତିଷ୍ଠାନ ଏପରିକି ବ୍ୟାଙ୍କ ସେବା ଓ ଡାକସେବା ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି । ଆସନ୍ତା ଦୁଇ ଦିନ କଟକଣା ସାମାନ୍ୟ କୋହଳକୁ ବୌଦ୍ଧବାସୀ ସ୍ବାଗତ କରିଥିବା ବେଳେ ବୌଦ୍ଧ ଜିଲ୍ଲାପାଳ ପୁଣି ଥରେ ଜିଲ୍ଲାବାସୀଙ୍କୁ ସଚେତନ ରହିବା ସହ କୋଭିଡ ନିୟମକୁ ପାଳନ କରିବାକୁ ଆହ୍ବାନ ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.