ETV Bharat / state

ବୌଦ୍ଧ ଜିଲ୍ଲାରେ ଯୋଗଦେଲେ ନୂତନ CDMO

author img

By

Published : May 31, 2021, 5:15 PM IST

ବୌଦ୍ଧ ଜିଲ୍ଲାରେ ଯୋଗଦେଲେ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ଜିଲ୍ଲାରେ କୋରୋନା ମହାମାରୀକୁ ରୋକିବା ପାଇଁ ମୁଖ୍ୟତଃ ପରୀକ୍ଷା ଓ ଟୀକାକରଣ ଉପରେ ବିଶେଷ ଗୁରୁତ୍ବ ପ୍ରଦାନ କରିବେ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

New chief district medical officer join in boudh district
ବୌଦ୍ଧ ଜିଲ୍ଲାରେ ଯୋଗଦେଲେ ନୂତନ CDMO

ବୌଦ୍ଧ: ଜିଲ୍ଲାରେ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ । କୋରୋନା ମହାମାରୀର ଏଭଳି ସମୟରେ ଜିଲ୍ଲାର ସ୍ବାସ୍ଥ୍ୟ ସେବାରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ କରିବା ତାଙ୍କ ପାଇଁ ପ୍ରାଥମିକତା ହେବ ବୋଲି ନୂତନଭାବେ ଯୋଗ ଦେଇଥିବା ସିଡିଏମଓ କହିଛନ୍ତି ।

ବୌଦ୍ଧ ଜିଲ୍ଲାରେ ଯୋଗଦେଲେ ନୂତନ CDMO

ଜିଲ୍ଲାରେ ପ୍ରତ୍ୟେକ ଦିନ କୋରୋନା ଗ୍ରାଫ ଉପର ତଳ ହେବାରେ ଲାଗିଛି । ଆଉ ଏଭଳି ସମୟରେ ବୌଦ୍ଧ ଜିଲ୍ଲାର ନୂତନ ସିଡିଏମଓ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ବୌଦ୍ଧର ପୂର୍ବତନ ସିଡିଏମଓ ତ୍ରିଲୋଚନ ପ୍ରଧାନଙ୍କ ଅନୁଗୁଳ ଜିଲ୍ଲାକୁ ବଦଳି ହୋଇଥିବାବେଳେ ଅନୁଗୁଳ ସିଡିଏମଓ ଡ଼ ଅଭୟ କୁମାର ଦାସଙ୍କ ବୌଦ୍ଧକୁ ବଦଳି ହୋଇଛି । ସେ ଆଜି ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଭାବରେ କାର୍ଯ୍ୟରେ ଯୋଗଦାନ କରିଛନ୍ତି ।

ବୌଦ୍ଧ ଜିଲ୍ଲାରେ କୋରୋନା ମହାମାରୀକୁ ରୋକିବାରେ ସେ ଯଥାସାଧ୍ୟ ଉଦ୍ୟମ କରିବା ସହ ପରୀକ୍ଷା ଓ ଟୀକାକରଣ ଉପରେ ବିଶେଷ ଗୁରୁତ୍ବ ପ୍ରଦାନ କରିବେ ବୋଲି ଇଟିଭି ଭାରତକୁ ସୂଚନା ଦେଇଛନ୍ତି । ତେବେ ବୌଦ୍ଧ ଜିଲ୍ଲାରେ ସ୍ବାସ୍ଥ୍ୟ ସେବାକୁ ନେଇ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ କରିବା ତାଙ୍କ ପାଇଁ ଚ୍ୟାଲେଞ୍ଜ ସହିତ ପ୍ରାଥମିକତା ହେବ ବୋଲି କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.