ETV Bharat / state

ନବଜାତ ଶିଶୁର ଆସିଲା ଦୁଇଟି ବ୍ଲଡ ଗ୍ରୁପ, ଘଟଣା ଚପାଇବାକୁ ଉଦ୍ୟମ - ନବଜାତ ଶିଶୁର ଆସିଲା ଦୁଇଟି ବ୍ଲଡ ଗୃପ

ନବଜାତ ଶିଶୁର ବ୍ଲଡ ରିପୋର୍ଟ ଡାକ୍ତରଖାନାର ପରୀକ୍ଷଣ କେନ୍ଦ୍ରରୁ ଦୁଇଟି ଭିନ୍ନଭିନ୍ନ ଥିବା ସୂଚନା ମିଳିଛି । ଏନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଧିକ ପଢ଼ନ୍ତୁ

ନବଜାତ ଶିଶୁର ଆସିଲା ଦୁଇଟି ବ୍ଲଡ ଗୃପ, ଘଟଣା ଚପାଇବାକୁ ଉଦ୍ୟମ

author img

By

Published : Jun 19, 2022, 9:50 PM IST

ବୌଦ୍ଧ : ନବଜାତ ଶିଶୁର ଦୁଇଟି ଭିନ୍ନ ବ୍ଲଡ ରିପୋର୍ଟ । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏଭଳି ଏକ ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ମୁତାବକ ବୌଦ୍ଧ ଜିଲ୍ଲା ଲକ୍ଷ୍ମୀ ପ୍ରସାଦ ଗ୍ରାମର ଜନୈକ ଦମ୍ପତିଙ୍କ ଗତ ୯ ତାରିଖରେ ଏକ ଶିଶୁ ଜନ୍ମଗ୍ରହଣ କରିଥିଲା । ତେବେ ଶିଶୁଟି ଦୁର୍ବଳ ଥିବା ହେତୁ ଶିଶୁକୁ ଏସଏନସିୟୁରେ ଭର୍ତ୍ତି କରି ଚିକିତ୍ସା ଆରମ୍ଭ କରାଯାଇଥିଲା । ତେବେ ଏଥିପାଇଁ ଆବଶ୍ୟକ ଶିଶୁର ରକ୍ତ ପରୀକ୍ଷା ।

ନବଜାତ ଶିଶୁର ଆସିଲା ଦୁଇଟି ବ୍ଲଡ ଗୃପ, ଘଟଣା ଚପାଇବାକୁ ଉଦ୍ୟମ

ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ରକ୍ତ ପରୀକ୍ଷା କେନ୍ଦ୍ରରେ କରାଯାଇଥିଲା । ସେଠାରେ ଶିଶୁର ବ୍ଲଡ ଗ୍ରୁପ-ଏ ପଜେଟିଭ ଥିବା ରକ୍ତ ପରୀକ୍ଷାରୁ ସୂଚନା ଦିଆଗଲା । ତେବେ ଆଉ ତିନି ଦିନ ପରେ ପୁଣିଥରେ ଶିଶୁର ରକ୍ତ ପରୀକ୍ଷା ବେଳକୁ ସେହି ରକ୍ତ ପରୀକ୍ଷା କେନ୍ଦ୍ର ହିଁ ଶିଶୁର ବ୍ଲଡ ଗ୍ରୁପ ଏ-ନେଗେଟିଭ ଥିବା ଶିଶୁର ପିତାମାତାଙ୍କୁ ସୂଚନା ଦେବାପରେ ସବୁକିଛି ଗୋଳମାଳ ହୋଇ ଯାଇଥିଲା ।

ଘଟଣା ସମ୍ପର୍କରେ ଜଣାପଡିବା ପରେ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଡାକ୍ତରଖାନା ପକ୍ଷରୁ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ହେଉଥିବା ଶିଶୁର ପିତା ଅଭିଯୋଗ କରିଛନ୍ତି । ତେଣୁ ତୁରନ୍ତ ଏଦିଗରେ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.