ବୌଦ୍ଧ: ଦୁର୍ନୀତିମୁକ୍ତ ସମାଜ ଗଠନ ନିମନ୍ତେ ସମସ୍ତଙ୍କୁ ଆହ୍ବାନ ଦେବା ସହ ସଭିଙ୍କ ସହଯୋଗ ଲୋଡିଛନ୍ତି ଲୋକାୟୁକ୍ତ । ଏକ ସଚେତନତା ସଭାରେ ଯୋଗଦେବା ପାଇଁ ବୌଦ୍ଧରେ ଶନିବାର ପହଞ୍ଚିଥିଲେ ଲୋକାୟୁକ୍ତ ସଦସ୍ୟ ।
ସ୍ଥାନୀୟ ଟାଉନହଲ ଠାରେ ଜିଲ୍ଲା ନ୍ୟାୟାଧିଶ ଅରବିନ୍ଦ ଗୁରୁଙ୍କ ସଭାପତିତ୍ବରେ ଆୟୋଜିତ ସଚେତନତା ସଭାରେ ଅତିଥି ରୂପେ ଲୋକାୟୁକ୍ତ ସଦସ୍ୟ ବିଜୟ କୁମାର ନାଏକ ଯୋଗ ଦେଇଥିଲେ । ତାଙ୍କସହ ସଦସ୍ୟ ଦେବେନ୍ଦ୍ର ନାଥ ସ୍ବାଇଁ, ସମ୍ପାଦକ ମାନସ ରଞ୍ଜନ ତ୍ରିପାଠୀ, ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ଏସପି ଭି ରଘୁନାଥ ରାଓ ପ୍ରମୁଖ ଯୋଗ ଦେଇଥିଲେ । ସଭାରେ ସରକାରୀ ଓ ଅନୁଦାନ ପ୍ରାପ୍ତ ଅନୁଷ୍ଠାନରେ ଦୁର୍ନୀତି କିଭଳି ରୋକାଯାଇ ପାରିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ