ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ପ୍ରକୃତି ପ୍ରେମ; ସୁବର୍ଣ୍ଣପୁର-ବୌଦ୍ଧ ରାସ୍ତାର ଫଟୋ ଟ୍ବିଟ ପରେ ଜାଣନ୍ତୁ ସେହି ରାସ୍ତାର ସ୍ଥିତି - ଅପରୂପ ସୌନ୍ଦର୍ଯ୍ୟରେ ଭରପୁର ବୌଦ୍ଧ ଜିଲ୍ଲା

ସୁବର୍ଣ୍ଣପୁର-ବୌଦ୍ଧ ରାସ୍ତାର ଫଟୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ ପରେ ରାସ୍ତାକୁ ନେଇ ବଢୁଛି ଉତ୍କଣ୍ଠା । କଣ ରହିଛି ବାସ୍ତବ ସ୍ଥିତି ପଢନ୍ତୁ...

PHOTO
ସୁବର୍ଣ୍ଣପୁର-ବୌଦ୍ଧ ରାସ୍ତା
author img

By

Published : Dec 3, 2019, 12:02 AM IST

ବୌଦ୍ଧ: ଅପରୂପ ସୌନ୍ଦର୍ଯ୍ୟରେ ଭରପୁର ବୌଦ୍ଧ ଜିଲ୍ଲା । ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରିବା ପରେ ଜିଲ୍ଲାବାସୀଙ୍କ ମନରେ ଆନନ୍ଦ ଖେଳିଯାଇଛି । ରବିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ସୁବର୍ଣ୍ଣପୁର-ବୌଦ୍ଧ ରାସ୍ତାର ଏକ ‘ଏରିଅଲ ଭ୍ୟୁ’ କୁ ସେୟାର କରିବା ପରେ ଜିଲ୍ଲାବାସୀଙ୍କ ମନରେ ଆନନ୍ଦ ଖେଳିବା ସହିତ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସକୁ ସ୍ବାଗତ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଯେଉଁ ଫଟୋଟି ଟ୍ବିଟ କରିଥିଲେ ସେହି ସ୍ଥାନକୁ ଯାଇଥିଲେ ଆମ ପ୍ରତିନିଧି । ସେହି ସ୍ଥାନଟି ହେଉଛି ସୁବର୍ଣ୍ଣପୁର-ବୌଦ୍ଧର ରାଜ୍ୟ ରାଜପଥ । ରାସ୍ତାର କଡରେ ସାଲୁଙ୍କୀ,ବାଘନଦୀ,ତେଲନଦୀ ଓ ମହାନଦୀ ର ଶୀତଳ ଶାନ୍ତ ଜଳ କୁଳୁକୁଳୁ ହୋଇ ବୋହିଯାଉଥିବା ବେଳେ ଉଭୟ ପାର୍ଶ୍ବରେ ଫଳିଛି ସୁନାଫଳ । ଏହାସହ ରାସ୍ତାର ଦୁଇ ପାର୍ଶ୍ବରେ ଶହଶହ ବୃକ୍ଷ ଯେମିତି ସୌନ୍ଦର୍ଯ୍ୟକୁ ଆହୁରି ବଢାଉଛନ୍ତି । ଫଳରେ ଏହି ରାସ୍ତାରେ ଯିଏ ଯାଉଛନ୍ତି ଭାବୁକ ହେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଟ୍ବିଟ ପରେ ଏହି ରାସ୍ତାକୁ ନେଇ ଏବେ ସବୁଠି ଚର୍ଚ୍ଚା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଜିଲ୍ଲାର ଅପରୂପ ସୌନ୍ଦର୍ଯ୍ୟ ଓ କୀର୍ତ୍ତିରାଜି ଭରି ରହିଥିଲା ବେଳେ ସମଗ୍ର ଜିଲ୍ଲାରେ ରହିଛି ପର୍ଯ୍ୟଟନର ବିରାଟ ସମ୍ଭାବନା । ବିଶେଷ କରି ବୌଦ୍ଧ ଓ ମନମୁଣ୍ଡା ସହିତ ଦହ୍ୟା, ବାଉଁଶୁଣୀ, ସାହାଜପାଲ, ଜହ୍ନାପଙ୍କ ପ୍ରମୁଖ ସ୍ଥାନର ଯଥେଷ୍ଟ ଐତିହାସିକ କୀର୍ତ୍ତିରାଜି ରହିଛି । ଯାହାର ସଂରକ୍ଷଣ ସହ ରକ୍ଷଣାବେକ୍ଷଣ ଜରୁରୀ ହୋଇପଡିଛି । ଏହାସହ ଏହି ସୌନ୍ଦର୍ଯ୍ୟ କୀର୍ତ୍ତିରାଜର କେମିତି ପ୍ରଚାର ପ୍ରସାର ହୋଇପାରିବ ପଦକ୍ଷେପ ନେବାକୁ ଜିଲ୍ଲାବାସୀ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.