ବୌଦ୍ଧ: ସଂଗ୍ରହାଳୟ ଦେଇଛି ଜିଲ୍ଲାର ଐତିହ୍ୟକୁ ଏକ ସ୍ବତନ୍ତ୍ର ପରିଚୟ । ଆଉ ଏଭଳି ମତବ୍ୟକ୍ତ କରିଛନ୍ତି ଓଡିଶା ଲଳିତ କଳା ଏକାଡେମୀର ସଭାପତି ତଥା ବିଶିଷ୍ଟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଏନେଇ ଆଜି (ମଙ୍ଗଳବାର) ସପରିବାର ସହ ବୌଦ୍ଧ ଗସ୍ତରେ ଆସି ଜିଲ୍ଲା ସଂଗ୍ରହାଳୟକୁ ବୁଲି ଦେଖିଛନ୍ତି ।
ତେବେ ଜିଲ୍ଲାର ସଂଗ୍ରହାଳୟକୁ ଦେଖି ଆତ୍ମ ବିଭୋର ହେଲେ ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଜିଲ୍ଲାର ସଂସ୍କୃତି, ପରମ୍ପରା, ଅସ୍ତ୍ର ଶସ୍ତ୍ର, ବାନ୍ଧକଳା, ହସ୍ତକଳା ଭଳି ବିଭିନ୍ନ ଦିଗ ସହିତ ଜଡ଼ିତ ସାମଗ୍ରୀ ସବୁ ଜିଲ୍ଲାର ସଂଗ୍ରହାଳୟରେ ସ୍ଥାନୀତ କରାଯାଇଥିବା ଦେଖି ଖୁସିବ୍ୟକ୍ତ କରିଛନ୍ତି ।
ସେପଟେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଉଦ୍ୟମ କ୍ରମେ ଏଭଳି ପ୍ରଚେଷ୍ଟାରେ ପ୍ରସ୍ତୁତ ସଂଗ୍ରହାଳୟ ଅତ୍ୟନ୍ତ ବିରଳ ବୋଲି ସେ ମତବ୍ୟକ୍ତ କରିବା ସହ ଜିଲ୍ଲାପାଳଙ୍କ ଉଦ୍ୟମକୁ ଭୂରି ପ୍ରଶଂସା କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ