ବୌଦ୍ଧ: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ବୌଦ୍ଧ ଜିଲ୍ଲାରେ ଅକ୍ସି ଟୁରିଜିମ ବା ପ୍ରକୃତି ପର୍ଯ୍ୟଟନର ବିକାଶ ଦିଗରେ ସହାୟତା କରିବେ କନ୍ଧମାଳ ସାଂସଦ ଡ଼ ଅଚ୍ୟୁତାନନ୍ଦ ସାମନ୍ତ । ସାଂସଦଙ୍କ ବୌଦ୍ଧ ଗସ୍ତ ଅବସରରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା ସମୟରେ ଏଭଳି ସୂଚନା ମିଳିବା ପରେ ବୁଦ୍ଧିଜୀବୀ ମହଲରେ ସ୍ବାଗତ କରାଯାଇଛି ।
![MP will provide all support for the development of Axis Tourism](https://etvbharatimages.akamaized.net/etvbharat/prod-images/od-boud-02-satya-tourisim-avb-od10020_21112020181003_2111f_02160_943.jpg)
![MP will provide all support for the development of Axis Tourism](https://etvbharatimages.akamaized.net/etvbharat/prod-images/od-boud-02-satya-tourisim-avb-od10020_21112020181003_2111f_02160_758.jpg)
![MP will provide all support for the development of Axis Tourism](https://etvbharatimages.akamaized.net/etvbharat/prod-images/od-boud-02-satya-tourisim-avb-od10020_21112020181003_2111f_02160_684.jpg)
ଗତ ବୁଧବାର କନ୍ଧମାଳ ସାଂସଦ ଡ଼ ଅଚ୍ୟୁତାନନ୍ଦ ସାମନ୍ତଙ୍କ ବୌଦ୍ଧ ଜିଲ୍ଲା ଗସ୍ତ ଅବସରରେ ଅକ୍ସି ଟୁରିଜିମ ଭଳି ଅଭିନବ ପଦକ୍ଷେପକୁ ବେଶ ପ୍ରଶଂସା କରିବା ସହ ଜିଲ୍ଲାରେ ଥିବା ପର୍ଯ୍ୟଟନ କ୍ଷେତ୍ରର କିଭଳି ଆହୁରି ବିକାଶ ହୋଇପାରିବ ସେନେଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ ।
![MP will provide all support for the development of Axis Tourism](https://etvbharatimages.akamaized.net/etvbharat/prod-images/od-boud-02-satya-tourisim-avb-od10020_21112020181003_2111f_02160_150.jpg)
ଏଠାରେ ପ୍ରକାଶ ଥାଉ କି, ଜିଲ୍ଲାର କଣ୍ଟାମାଳ ବ୍ଲକର ଦେଢଶୁର ଭାଇବୋହୁ ପାହାଡ ଶୃଙ୍ଖଳା, ଖଣ୍ଡିକନପା, ଡମ୍ବରୁଗଡ, ନାଏକପଡା, ମର୍ଜାକୁଦ, ବୀରନରସିଂପୁର, କୁମ୍ଭୀଦରହ ଭଳି ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନର ବିକାଶ ସହ ଶୀତଳପାଣି ଦେଇ ଯାଇଥିବା ପ୍ରାଚୀନ ଶ୍ରୀ ଜଗନ୍ନାଥ ସଡକର ପୁନଃରୁଦ୍ଧାର ସମ୍ପର୍କରେ ଆଲୋଚନା ହୋଇଥିଲା ।
ବୌଦ୍ଧ ଜିଲ୍ଲାପାଳ ସାଂସଦଙ୍କ ସହ ହୋଇଥିବା ଆଲୋଚନା ସମ୍ପର୍କରେ ଈଟିଭି ଭାରତକୁ ସୂଚନା ଦେଇଥିବା ବେଳେ ବୁଦ୍ଧିଜୀବୀ ମହଲରେ ଏହାକୁ ସ୍ବାଗତ କରାଯାଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ