ETV Bharat / state

ବୌଦ୍ଧ ପୋଲିସକୁ ବଡ ସଫଳତା, 5 ଦିନରେ 37 କ୍ବିଣ୍ଟାଲ ଗଞ୍ଜେଇ ଜବତ - ଗଞ୍ଜେଇ ଜବତ

ବୌଦ୍ଧ ଜିଲ୍ଲା ପୋଲିସକୁ ବଡ ସଫଳତା ମିଳିଛି । ବିଭିନ୍ନ ସ୍ଥାନରେ ଚଢାଉ କରି 5 ଦିନରେ 37 କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି ପୋଲିସ । ଅଧିକ ପଢନ୍ତୁ

ganja seized in boudh
ବୌଦ୍ଧ ପୋଲିସକୁ ବଡ ସଫଳତା
author img

By

Published : Mar 7, 2023, 9:30 AM IST

5 ଦିନରେ 37 କ୍ବିଣ୍ଟାଲ ଗଞ୍ଜେଇ ଜବତ

ବୌଦ୍ଧ: ଜିଲ୍ଲା ପୋଲିସକୁ ବଡ ଧରଣର ସଫଳତା ମିଳିଛି । ବୌଦ୍ଧ ଜିଲ୍ଲା ପୋଲିସ ଏସପିଙ୍କ କଠୋର ଆଭିମୁଖ୍ୟ ଫଳରେ ଗତ ପାଞ୍ଚଦିନ ମଧ୍ୟରେ ପ୍ରାୟ 37 କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ ହୋଇଛି । ଯାହାକି ଏକ ରେକର୍ଡ ହେବାକୁ ଯାଉଥିବା ବେଳେ ଏହି ଅଭିଯାନ ଆହୁରି ଜୋରଦାର ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । କ୍ବିଣ୍ଟାଲ କିମ୍ବା ଦୁଇ କ୍ବିଣ୍ଟାଲ ନୁହେଁ 37 କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ବେଆଇନ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି ପୋଲିସ ।

ଏସପି ଏହି ଚଢ଼ାଉର ନେତୃତ୍ବ ନେଇ ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳ ଗାଁ ଗୁଡିକରେ ଚଢ଼ାଉ କରି ବିପୁଳ ପରିମାଣର ବେଆଇନ ଗଞ୍ଜେଇ ଜବତ କରିଛନ୍ତି । ନୂତନ ପୋଲିସ ଏସପିଙ୍କ ଏଭଳି ଆଭିମୁଖ୍ୟକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି । ବେଆଇନ ଗଞ୍ଜେଇ ଚାଷ ଓ କାରବାର ପାଇଁ ବୌଦ୍ଧ ଜିଲ୍ଲା ସବୁବେଳେ ବଦନାମ ମୁଣ୍ଡେଇ ଆସିଛି । ଜିଲ୍ଲାର ବୌଦ୍ଧ ଥାନା, ବାଉଁଶୁଣୀ ଥାନା, ମନମୁଣ୍ଡା ଥାନା ଓ କଣ୍ଟାମାଳ ଥାନା ଅଞ୍ଚଳରେ ଏହି ସବୁଜ ଜହରର ଚାଷ ଓ ଚୋରା ଚାଲାଣ ସର୍ବାଧିକ ହୋଇଥାଏ । ଏହି ବେଆଇନ ଗଞ୍ଜେଇ ଲିଙ୍କ ବୌଦ୍ଧ ଠାରୁ ନେଇ ବଲିଉଡ ପର୍ଯ୍ୟନ୍ତ ପହଞ୍ଚି ସାରିଥିବା ବେଳେ ବିଗତ ବର୍ଷ ଗୁଡିକରେ ଜିଲ୍ଲାର ଗଞ୍ଜେଇ ବିଭିନ୍ନ ରାଜ୍ୟକୁ ଚୋରା ଚାଲାଣ ନେଇ ଅଭିଯୋଗ ହୋଇ ଆସୁଥିଲା । ଏହି ବେଆଇନ କାରବାର ପଛରେ କେତେକ ମାଫିଆଙ୍କ ସହିତ ଖାକି ପୋଷାକ ବାବୁଙ୍କ ହାତ ରହୁଥିବା ଅଭିଯୋଗ ହୋଇଥିଲା ।

ଗତ କିଛି ମାସ ତଳେ ବୌଦ୍ଧ ଏସପି ଭାବରେ ଯୋଗ ଦେଇ ଥିବା ପ୍ରହଲ୍ଲାଦ ସହାୟ ମୀନା ଏହି ଜହର ଚାଷକୁ ନଷ୍ଟ ପାଇଁ ଉଦ୍ୟମ କରିଥିଲେ । ଏହାଛଡା ଏହି ବେଆଇନ କାରବାର ପଛରେ ଥିବା ନିଜ ପୋଲିସ ବିଭାଗର କିଛି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ପ୍ରହଲ୍ଲାଦ ସହାୟ ମୀନାଙ୍କ ବରଗଡ଼ ବଦଳି ପରେ ବର୍ତ୍ତମାନ ବୌଦ୍ଧର ନୂତନ ଏସପି ଭାବରେ ଯୁବ ଆଇପିଏସ ରାଜ ପ୍ରସାଦ କାର୍ଯ୍ୟ ଭାର ଗ୍ରହଣ କରିଥିଲେ । ରାଜ ପ୍ରସାଦ ମଧ୍ୟ ବର୍ତ୍ତମାନ ସମସ୍ତଙ୍କ ଗଣିତ ଫେଲ କରି ଦେଇ ଜିଲ୍ଲାରେ ଗଞ୍ଜେଇ କାରବାର ଉପରେ ରୋକ ଲଗାଇବାକୁ କାର୍ଯ୍ୟ ଜାରି ରଖିଛନ୍ତି । ବୌଦ୍ଧ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଏସପି ଚଢ଼ାଉ କରି 20 କ୍ବିଣ୍ଟାଲ 40 କେଜି ଗଞ୍ଜେଇ ଜବତ କରିଥିଲେ । ଗତ 5 ଦିନ ମଧ୍ୟରେ ଉଭୟ ବୌଦ୍ଧ ଓ ମନମୁଣ୍ଡା ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରୁ 37 କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ଦୁଇ କୋଟିରୁ ଉର୍ଦ୍ଧ୍ବ ହେବ ବୋଲି ସୂଚନା ମିଳିଛି ।

ପୋଲିସଙ୍କ ଆକ୍ସନ ମୁଡକୁ ନେଇ ଗଞ୍ଜେଇ ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏଭଳି ଅଭିଯାନ ଆଗାମୀ ଦିନରେ ମଧ୍ୟ ଜୋରଦାର କରାଯିବ । ଜିଲ୍ଲାରେ ଗଞ୍ଜେଇ ଲିଙ୍କ୍‌ ପଡୋଶୀ ରାଜ୍ୟ ସହିତ ଅଧିକ ରହିଥିବାରୁ ଏହାର ରୋଡମ୍ୟାପ ଖାସ ତେଲନଦୀ ଓ ମହାନଦୀ ଦେଇ ତଥା ବିଭିନ୍ନ ସେତୁ ଦେଇ ପ୍ରସ୍ତୁତ କରାଯାଉଥିବା ସୂଚନା ମିଳିଛି । ପୋଲିସ ଏସପିଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି ।

ଇଟିିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.