ETV Bharat / state

ବୌଦ୍ଧରେ 18 ନୂତନ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ୨୦୩୮ କୁ ବୃଦ୍ଧି - ବୌଦ୍ଧ କୋରୋନା ଅପଡେଟ୍‌

ସୋମବାର ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୧୮ ନୂତନ ଆକ୍ରାନ୍ତଙ୍କ ସହିତ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୩୮ ରେ ପହଞ୍ଚିଛି । ଏଥିସହିତ ଆଉ ଦୁଇ ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେପଟେ କୋରୋନା ଆକ୍ରାନ୍ତ କଣ୍ଟାମାଳ ବିଧାୟକଙ୍କୁ ଟିଏମସିରେ ଭେଟିଛନ୍ତି ଜିଲ୍ଲାପାଳ ଓ ସିଡିଏମଓ । ଅଧିକ ପଢନ୍ତୁ...

more 18 corona identify in boudh, total case rises to 2038
ବୌଦ୍ଧରେ 18 ନୂତନ ଆକ୍ରାନ୍ତ ସହ ମୋଟ ଆକ୍ରାନ୍ତ ୨୦୩୮ କୁ ବୃଦ୍ଧି
author img

By

Published : Oct 6, 2020, 7:09 AM IST

ବୌଦ୍ଧ: ରାଜ୍ୟରେ କାୟା ବିସ୍ତାର କରିବାରେ ଲାଗିଛି କୋରୋନା । ଅସମ୍ଭାଳ ହେଉଛି ସ୍ଥିତି। ଏପଟେ ବୌଦ୍ଧ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ସୋମବାର ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୧୮ ନୂତନ ଆକ୍ରାନ୍ତଙ୍କ ସହିତ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୩୮ ରେ ପହଞ୍ଚିଛି । ଏଥିସହିତ ଆଉ ଦୁଇ ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସରକାରୀ ସ୍ତରରେ ସୂଚନା ଦିଆଯାଇଛି । ମୋଟ ମୃତ୍ୟୁ ସଂଖ୍ୟା 4କୁ ବୃଦ୍ଧି ପାଇଛି ।

ବୌଦ୍ଧରେ 18 ନୂତନ ଆକ୍ରାନ୍ତ ସହ ମୋଟ ଆକ୍ରାନ୍ତ ୨୦୩୮ କୁ ବୃଦ୍ଧି

ସେପଟେ ଗତ ୨୮ ତାରିଖରୁ କୋରୋନାରେ ଆକ୍ରାନ୍ତ ହୋଇ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କଣ୍ଟାମାଳ ବିଧାୟକ ମହୀଧର ରଣା ନିଜ ପଞ୍ଚାୟତ ଟିଏମସିରେ ସଙ୍ଗରୋଧରେ ରହି ଅନ୍ୟ ବିଧାୟକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ସରକାରଙ୍କ ପକ୍ଷରୁ ଭୁବନେଶ୍ବର ସମ ହସପିଟାଲରେ ସମସ୍ତ ବିଧାୟକଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ମହୀଧର ପଞ୍ଚାୟତ ଟିଏମସିରେ ଚିକିତ୍ସିତ ହେଉଛନ୍ତି ।

ରବିବାର ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ସିଡିଏମଓ ତ୍ରିଲୋଚନ ପ୍ରଧାନ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ କୁଳୁତାଯୋର ପଞ୍ଚାୟତର ଟପର୍ଣ୍ଣା ଟିଏମସିରେ ପହଞ୍ଚି ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ଅଧିକ ଆଲୋଚନା କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.