ETV Bharat / state

ପଞ୍ଚାୟତ ରାସ୍ତା ନିର୍ମାଣରେ ଦୁର୍ନୀତି ଅଭିଯୋଗ

author img

By

Published : Aug 26, 2019, 11:58 AM IST

ପଞ୍ଚାୟତ ରାସ୍ତା ନିର୍ମାଣରେ ଆର୍ଥିକ ଅନିୟମିତତା ଅଭିଯୋଗ । ପ୍ରଶାସନ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀଙ୍କ ଦାବି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ପଞ୍ଚାୟତ ରାସ୍ତା ନିର୍ମାଣରେ ଆର୍ଥିକ ଅନିୟମିତତା ହୋଇଥିବା ଅଭିଯୋଗ । ରାସ୍ତାରେ ମେଟାଲ ମୋରମ ନପଡି କେବଳ କାଗଜ କଲମରେ କାମ ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କା ହଡପ ହୋଇଥିବା ଗ୍ରାମବାସୀ କହିଛନ୍ତି । ଏହି ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ବଘିଆପଡା ପଞ୍ଚାୟତ ଅଞ୍ଚଳରେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଆରଡି ରାସ୍ତା ସାନ ଗୋଛାପଡା ଠାରୁ ଝାଙ୍କରପଡା ପର୍ଯ୍ୟନ୍ତ ଏନ ଆର ଇଜିଏସ ରାସ୍ତାରେ ହୋଇଛି ଆର୍ଥିକ ଅନିୟମିତତା । ଗ୍ରାମବାସୀ ଏ ସମ୍ପର୍କରେ ସିଧାସଳଖ ପଞ୍ଚାୟତ ପ୍ରଶାସନ ଓ ଯନ୍ତ୍ରୀଙ୍କ ଆଡକୁ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । 4 ଲକ୍ଷ 60 ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ରାସ୍ତାରେ ମାଟି ମୋରମ କାର୍ଯ୍ୟ ଆଦୌ କରାଯାଇ ନଥିବା ରୋକଠୋକ ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ ।

ଏ ସମ୍ପର୍କରେ ପଞ୍ଚାୟତ ପ୍ରଶାସନ କିମ୍ବା ବିଡ଼ିଓ ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ସେପଟେ ତୁରନ୍ତ ଏଦିଗ ପ୍ରତି ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ପଞ୍ଚାୟତ ରାସ୍ତା ନିର୍ମାଣ ରେ ଆର୍ଥିକ ଅନିୟମିତତା ହୋଇଥିବା ଅଭିଯୋଗ ।ରାସ୍ତାରେ ମେଟାଲ ମୋରମ କିଛି ପକାନଯାଇ କାଗଜ ପତ୍ରରେ କାମ ଦର୍ଶାଯାଇ ଲକ୍ଷ ଲକ୍ଷ ଟଙ୍କା ହଡପ ହୋଇଥିବା ଗ୍ରାମବାସୀ କହିଛନ୍ତି ।
ବୌଦ୍ଧ ଜିଲ୍ଲା ବଘିଆପଡା ପଞ୍ଚାୟତ ଅନ୍ତର୍ଗତ ମୁଖ୍ୟ ଆରଡି ରାସ୍ତା ସାନ ଗୋଛାପଡା ଠାରୁ ଝାଙ୍କରପଡା ପର୍ଯ୍ୟନ୍ତ ଏନ ଆର ଇଜିଏସ ରାସ୍ତାରେ ଆର୍ଥିକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ।ଗ୍ରାମବାସୀ ଏସମ୍ପର୍କରେ ସିଧାସଳଖ ପଞ୍ଚାୟତ ପ୍ରଶାସନ ଓ ଯନ୍ତ୍ରୀଙ୍କ ଆଡକୁ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।ଚାରି ଲକ୍ଷ ଷାଠିଏ ହଜାର ଟଙ୍କା ବ୍ୟୟ ଅଟକଳ ରେ ନିର୍ମିତ ଏହି ରାସ୍ତାରେ ମାଟି ମୋରମ କାର୍ଯ୍ୟ ଆଦୌ କରାଯାଇ ନାହିଁ ବୋଲି ରୋକଠୋକ ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ ।ଏସମ୍ପର୍କରେ ପଞ୍ଚାୟତ ପ୍ରଶାସନ କିମ୍ବା ବିଡ଼ିଓ ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।ତୁରନ୍ତ ଏଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

Body:ପଞ୍ଚାୟତ ରାସ୍ତା ନିର୍ମାଣ ରେ ଦୁର୍ନୀତି ଅଭିଯୋଗ ଆଣିଲେ ଅଞ୍ଚଳବାସୀ ।

Conclusion:ବାଇଟ-୧-ପ୍ରତାପ ଚନ୍ଦ୍ର ନାଏକ, ପଞ୍ଚାୟତବାସୀ
ବାଇଟ-୨-ପୁରସ୍ତମ ଲୁହା, ସାନଗୋଛାପଡା
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.