ETV Bharat / state

ଦିନିକିଆ ବୌଦ୍ଧ ଗସ୍ତରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ, ସାଧାରଣ ନିର୍ବାଚନ ପୂର୍ବରୁ କର୍ମକର୍ତ୍ତାଙ୍କୁ ଦେଲେ ଗୁରୁମନ୍ତ୍ର

author img

By

Published : Jul 16, 2023, 10:01 PM IST

ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାଏ । କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସଫଳତା ନେଇ କଲେ ଆଲୋଚନା । ଅଧିକ ପଢ଼ନ୍ତୁ

ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାଏ

ବୌଦ୍ଧ: ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାଏ । ରବିବାର ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ନେତୃବୃନ୍ଦଙ୍କ ସହିତ ସାଙ୍ଗଠନିକ ସ୍ଥିତି ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସଫଳତା ନେଇ ଆଲୋଚନା କରିଥିଲେ । ପ୍ରଥମେ ନିତ୍ୟାନନ୍ଦ ରାଏ ବୌଦ୍ଧ ଟାଉନ ହଲ୍‌ରେ ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତି , ବୌଦ୍ଧ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ସୁଶାନ୍ତ କୁମାର ପ୍ରଧାନ ଓ ଅନ୍ୟାନ୍ୟ ବରିଷ୍ଠ ବିଜେପି ନେତାଙ୍କ ସହିତ ଦଳର ସାଙ୍ଗଠନିକ ସ୍ଥିତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।

ଦଳରେ ବ୍ୟାପକ ସମସ୍ୟା ତଥା ବିଶୃଙ୍ଖଳା ଥିବା ନିତ୍ୟାନନ୍ଦ ରାଏ ହୃଦବୋଧ କରିଥିଲେ । ବୌଦ୍ଧ ଜିଲ୍ଲାରେ ଆବାସ ଯୋଜନାଠାରୁ ନେଇ ମନରେଗା ଓ ଅନ୍ୟାନ୍ୟ କେନ୍ଦ୍ରୀୟ ଯୋଜନାର ସଫଳତା କୁନେଇ ଆଶାବାଦୀ ଥିବା କହିଛନ୍ତି । ସେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ କେନ୍ଦ୍ର ମନ୍ତ୍ରୀଙ୍କ ଗସ୍ତ ଓ ଦଳୀୟ କର୍ମୀମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ବିଜେପି ନେତା ଓ କର୍ମୀଙ୍କୁ ଅଧିକ ଉତ୍ସାହିତ କରିଛି ।

ଅପରାହ୍ନରେ ନିତ୍ୟାନନ୍ଦ ରାଏ ବୌଦ୍ଧ ନିର୍ବାଚନ ମଣ୍ଡଳୀର ବିଜେପି କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିବା ପରେ ସଂଧ୍ୟା ରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଜେପି କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ । ବାଉଁଶୁଣୀ ଠାରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ପହଞ୍ଚି ବିଜେପି ନେତା ଓ କର୍ମୀଙ୍କ ସହିତ ଦଳର ବିସ୍ତୃତ ଆଲୋଚନା କରିଥିଲେ । ସେଠାରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେପି ନେତା କହ୍ନେଇ ଚରଣ ଡାଙ୍ଗ ଜିଲ୍ଲା ପରିଷଦ ସଭ୍ୟ ରାକେଶ ତ୍ରିପାଠୀ ପ୍ରମୁଖଙ୍କ ଉପସ୍ଥିତ ଥିଲେ । ଏହାସହ ବିଭିନ୍ନ ଅଞ୍ଚଳରୁ ଆସିଥିବା ବିଜେପି କର୍ମକର୍ତ୍ତାଙ୍କ ସହିତ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଦଳର ସ୍ଥିତି ମଜଭୁତ ଥିବା ବେଳେ ଏହାକୁ ଅଧିକ ଶକ୍ତିଶାଳୀ କରିବା ନିମନ୍ତେ ନିତ୍ୟାନନ୍ଦ ରାଏ ଦଳର ନେତା ଓ କର୍ମୀଙ୍କୁ ଆହ୍ବାନ ଦେଇଥିଲେ ।

ଅଧିକ ପଢ଼ନ୍ତୁ: ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ, କନ୍ଧମାଳ ଓ ଢେଙ୍କାନାଳ ଲୋକସଭା କ୍ଷେତ୍ରରେ କରିବେ ରଣନୀତି

କେନ୍ଦ୍ର ଗୃହରାଷ୍ଟ୍ର ନିତ୍ୟାନନ୍ଦ ରାଏ କହିଛନ୍ତି, ‘‘ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଜନ କଲ୍ୟାଣକାରୀ କାର୍ଯ୍ୟ ଲୋକଙ୍କ ପାଖରେ ପହଞ୍ଚିଛି । ଗାଁ ଗାଁରେ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଯୋଜନା ପହଞ୍ଚାଇବା ପାଇଁ ଆମର ପ୍ରୟାସ ରହିବ । ପ୍ରତ୍ୟେକ କର୍ମକର୍ତ୍ତା ଲୋକଙ୍କ ପାଖରେ ପହଁଞ୍ଚି ତାଙ୍କ ସମସ୍ଯା ବୁଝି ସରକାରଙ୍କ ଯୋଜନାକୁ ସଫଳ କରାଇବେ ।’’

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.