ETV Bharat / state

ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଲେ ମନ୍ତ୍ରୀ - ବୌଦ୍ଧରେ ବନ ସୁରକ୍ଷା ପାଇଁ ସମ୍ମାନିତ

ରାଜ୍ୟରେ ଦୃତ ଗତିରେ ଜଙ୍ଗଲ ଅବକ୍ଷୟ ସହିତ ବନ୍ୟପ୍ରାଣୀ ଶିକାର ଘଟଣା ବୃଦ୍ଧି ପାଉଥିବାରୁ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ଜଙ୍ଗଲ ମନ୍ତ୍ରୀ । ଜଙ୍ଗଲ ସୁରକ୍ଷା ସହିତ ନୂତନ ଜଙ୍ଗଲ ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରୁଥିବା ବନ ସୁରକ୍ଷା ସମିତି ଓ ବନ କର୍ମଚାରୀଙ୍କୁ ମନ୍ତ୍ରୀ ସମ୍ମାନିତ କରିଛନ୍ତି । ଅଧିକ ପଢନ୍ତୁ

ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଲେ ମନ୍ତ୍ରୀ

author img

By

Published : Oct 21, 2022, 5:00 PM IST

ବୌଦ୍ଧ: ଜିଲ୍ଲା ତଥା ରାଜ୍ୟରେ ଦୃତଗତିରେ ଜଙ୍ଗଲ ସମ୍ପଦ ଅବକ୍ଷୟ ବଢିବାରେ ଲାଗିଛି । ଏଥିସହ ବନ୍ୟପ୍ରାଣୀ ଶିକାର ଘଟଣା ବୃଦ୍ଧି ପାଉଥିବାରୁ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ଗୁରୁବାର ସନ୍ଧ୍ୟାରେ ବୌଦ୍ଧ ଜିଲ୍ଲା ବୀରନରସିଂହପୁର ସ୍ଥିତ ନର୍ସରୀ ପରିସରରେ ବୌଦ୍ଧ ବନଖଣ୍ଡ ପକ୍ଷରୁ ଆୟୋଜିତ ହୋଇଥିଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗଦେଇଥିଲେ ।

ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଲେ ମନ୍ତ୍ରୀ

ତେବେ ବୌଦ୍ଧ ଜିଲ୍ଲାର ପାଞ୍ଚଟି ବନାଞ୍ଚଳର ଅନେକ ଜଙ୍ଗଲ ଧିରେ ଧିରେ ଅବକ୍ଷୟ ହେବା ସହିତ ବିଶେଷ ଭାବରେ ବନ୍ୟଜନ୍ତୁଙ୍କ ଶିକାର ଘଟଣାକୁ ନେଇ ମନ୍ତ୍ରୀ ଚିନ୍ତା ପ୍ରକାଶ କରିଥିଲେ । ଏପରିକି ଏଭଳି ଧାରା ଜାରି ରହିଲେ ଆଗାମୀ ଦିନରେ ପର ପିଢୀ କେବଳ ଚିତ୍ରରେ ବନ୍ୟଜନ୍ତୁଙ୍କୁ ଦେଖି ପାରିବେ ବୋଲି କହି ଉଦବେଗ ପ୍ରକାଶ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଅମାତ ଜିଲ୍ଲାର ବିଭିନ୍ନ ବନ ସୁରକ୍ଷା ସମିତିର କର୍ମକର୍ତ୍ତା ଓ ବନ କର୍ମଚାରୀଙ୍କୁ ନୂତନ ଜଙ୍ଗଲ ସୃଷ୍ଟି ଓ ବନ ସୁରକ୍ଷା ପାଇଁ ସମ୍ମାନିତ କରିବା ସହିତ ଜିଲ୍ଲା ତଥା ରାଜ୍ୟବାସୀଙ୍କୁ ଜଙ୍ଗଲ ସମ୍ପଦର ସୁରକ୍ଷା ପାଇଁ ସହଯୋଗ ନିମନ୍ତେ ଆହ୍ବାନ ଦେଇଥିଲେ ।

ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି, "ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଲା ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ଲୋକମାନଙ୍କୁ ସଚେତନ କରି କିଭଳି ଭାବରେ ଅଧିକ ବୃକ୍ଷ ରୋପଣ କରାଯିବ । ଏଥିସହ ବିଶେଷ ଭାବରେ ଜଙ୍ଗଲ ଚାଷ ଯେଉଁମାନେ କରିଛନ୍ତି ସେମାନଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଛି । ଆଗାମୀ ଦିନରେ ଆଶା ରଖୁଛୁ ଏହି କାର୍ଯ୍ୟକ୍ରମରେ ଚାଷୀ ନିଜକୁ ନିୟୋଜିତ କରିବେ ଏବଂ ତାଙ୍କର ଆର୍ଥିକ ଅବସ୍ଥାରେ ସୁଧାର ଆଣିବେ ।"

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.