ETV Bharat / state

ଚାଲିଛି ଖଣିଜ ସମ୍ପଦ ଓ ରତ୍ନ ପଥର ଲୁଟ୍‌, ପ୍ରଶାସନ ଚୁପ - ବୌଦ୍ଧରେ ଖଣିଜ ସମ୍ପଦଲୁଟ

ବୌଦ୍ଧ  ବିଭିନ୍ନ ସ୍ଥାନରେ ଚାଲିଛି ଖଣିଜ ସମ୍ପଦ ଓ ରତ୍ନ ପଥର ର ଲୁଟ ।ମହାନଦୀ ସହିତ ଆଭ୍ୟନ୍ତରୀଣ ଜଙ୍ଗଲରେ ଏଭଳି ଲୁଟର ଏକ ବଡ ରାକେଟ କାମ କରୁଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

ଚାଲିଛି ଖଣିଜ ସମ୍ପଦ ଓ ରତ୍ନ ପଥର ଲୁଟ, ପ୍ରଶାସନ ଚୁପ

author img

By

Published : May 22, 2022, 3:16 PM IST

ବୌଦ୍ଧ: ଜିଲ୍ଲାର ବିଭିନ୍ନ ବଣଜଙ୍ଗଲ ଅଞ୍ଚଳରେ ପାହାଡି ରତ୍ନ ପଥର ଖଣିର ସନ୍ଧାନ ମିଳୁଛି । ଅନ୍ୟ ପଟରେ ଜିଲ୍ଲା ଦେଇ ପ୍ରବାହିତ ମହାନଦୀରେ ଦୀର୍ଘ ଚାରି ଦଶନ୍ଧି ଧରି ହୀରା, ମୋତି, ମାଣିକ ଭଳି ଦୁର୍ମୂଲ୍ୟ ରତ୍ନ ପଥର ମିଳୁଛି । ନିକଟରେ ଶଗଡା ପଞ୍ଚାୟତ ଶରଧାପାଲି ଗ୍ରାମ ବନ୍ଧ ଖନନ ସମୟରେ ପାହାଡି ରତ୍ନ ପଥର ଖଣିର ସନ୍ଧାନ ମିଳିଥିଲା । ତେବେ ଏଭଳି ରତ୍ନ ପଥରରୁ ମାଫିଆ ମାନେ କୋଟି କୋଟି ଟଙ୍କା ଲୁଟ୍‌ କରୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନର ଏନେଇ କୌଣସି ଅଙ୍କୁଶ ରହୁନାହିଁ ।

ଚାଲିଛି ଖଣିଜ ସମ୍ପଦ ଓ ରତ୍ନ ପଥର ଲୁଟ, ପ୍ରଶାସନ ଚୁପ

ସେପଟେ ହରଭଙ୍ଗା ବ୍ଲକର ଖରଭୂଇଁ ଠାରେ ଏକ ପଥର କ୍ରସର ବ୍ୟାପକ ଲୁଟ୍‌ କରିବା ପରେ ବର୍ତ୍ତମାନ ପୁଣି ମାଧପୁର ବନାଞ୍ଚଳର ଆଢେଣୀଗଡ ପଞ୍ଚାୟତର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ କ୍ରସର ସ୍ଥାପନ ପାଇଁ ବ୍ୟାପକ ଗଛକଟା ଯାଇଥିବା ନେଇ ଅଭିଯୋଗ ହୋଇଛି ।ତେବେ ଏହା ବିରୋଧରେ ବର୍ତ୍ତମାନ ଉକ୍ତ ଅଞ୍ଚଳରେ କ୍ରସର ସ୍ଥାପନ କୁନେଇ ପ୍ରବଳ ବିରୋଧ କରାଯିବା ସହିତ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.