ବୌଦ୍ଧ: ମହାନଦୀରେ ଚାଲିଛି ମହାଲୁଟ । ଏନେଇ ସରକାରୀ ବାବୁ ସବୁକିଛି ଜାଣି ମଧ୍ୟ ଅଜଣା ସାଜିଛନ୍ତି । ଫଳରେ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବ ମାଫିଆମାନେ ହାତେଇବାରେ ସକ୍ଷମ ହେଉଛନ୍ତି। ଆଠମଲ୍ଲିକ ଉପଖଣ୍ଡ ସଦର ଠାରୁ ଆରମ୍ଭ କରି ମାଧପୁର ଓ କିଆକଟା ପର୍ଯ୍ୟନ୍ତ ମହାନଦୀ ଗର୍ଭରୁ ପ୍ରତ୍ୟେକ ଦିନ ହଜାର ହଜାର ଟ୍ରିପ ବାଲି ଚୋରା ଚାଲାଣ ହେଉଛି । ଏନେଇ ସମସ୍ତ ରାଜସ୍ବ କାର୍ଯ୍ୟାଳୟର କର୍ମଚାରୀ ସବୁଜାଣି ମଧ୍ୟ ବାଲିଘାଟ ନିଲାମ ହୋଇନଥିବା ଆଳ ଦେଖାଇ ନିଜ ପକେଟ ଗରମରେ ବ୍ୟସ୍ତ ।
ସେହିପରି ଏସବୁ ଅଞ୍ଚଳରେ ବେଆଇନ ଇଟାଭାଟି ଅତି ସାଧାରଣ କଥା ଭଳି ମନେହୁଏ । ଏନେଇ ବୁଦ୍ଧିଜୀବୀ ମହଲରେ ଗଭୀର ଉଦବେଗ ପ୍ରକାଶ ପାଇଛି । ବିଶେଷ ଭାବରେ ମହାନଦୀ କୂଳରେ ବନୀକରଣ ଓ ମୃତ୍ତିକା ସଂରକ୍ଷଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ବିଭାଗୀୟ କାର୍ଯ୍ୟକାରିତା ନେଇ ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ