ETV Bharat / state

ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପରିସରରେ ପହଞ୍ଚିଲେ ପ୍ରବାସୀ ଶ୍ରମିକ - ପୋଲିସ

ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତର 15ଜଣ ପ୍ରବାସୀ ଶ୍ରମିକଙ୍କୁ ନେଇ ତାମିଲନାଡୁରୁ ଏକ ବସ ଶୁକ୍ରବାର ବୌଦ୍ଧ ପହଞ୍ଚିଲା । କିନ୍ତୁ ପଞ୍ଚାୟତସ୍ତରରେ ତାଳମେଳ ଅଭାବରୁ ଉକ୍ତ ଶ୍ରମିକମାନେ ବସ ସହିତ ସିଧାସଳଖ ଆସି ବୌଦ୍ଧ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଶେଷରେ ପୋଲିସ ପଦକ୍ଷେପ ଗ୍ରହଣ କରି ପ୍ରଶାସନ ସହାୟତାରେ କ୍ବାରେନଣ୍ଟାଇନ ସେଣ୍ଟରରେ ପହଞ୍ଚାଇ ଥିଲା ।

Migrant workers arrived at the district collector's office

author img

By

Published : May 23, 2020, 10:55 AM IST

Updated : May 23, 2020, 11:45 AM IST

ବୌଦ୍ଧ: ପଞ୍ଚାୟତ ସ୍ତରରେ ସମନ୍ବୟ ଅଭାବରୁ ପ୍ରବାସୀ ଶ୍ରମିକ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପରିସରରେ ଦୀର୍ଘ ସମୟ ଧରି ଘୂରି ବୁଲିଲେ । ଶେଷରେ ପୋଲିସ ପଦକ୍ଷେପ ଗ୍ରହଣ କରି ସେମାନଙ୍କୁ ପ୍ରଶାସନ ସହାୟତାରେ କ୍ବାରେନଣ୍ଟାଇନ ସେଣ୍ଟରରେ ପହଞ୍ଚାଇଲା । ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତର 15ଜଣ ପ୍ରବାସୀ ଶ୍ରମିକଙ୍କୁ ନେଇ ତାମିଲନାଡୁରୁ ଏକ ବସ ଶୁକ୍ରବାର ପହଞ୍ଚିଲା । କିନ୍ତୁ ପଞ୍ଚାୟତସ୍ତରରେ ତାଳମେଳ ଅଭାବରୁ ଉକ୍ତ ଶ୍ରମିକମାନେ ବସ ସହିତ ସିଧାସଳଖ ଆସି ବୌଦ୍ଧ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ପହଞ୍ଚିଲା ।

ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପରିସରରେ ପହଞ୍ଚିଲେ ପ୍ରବାସୀ ଶ୍ରମିକ

କେବଳ ପହଞ୍ଚିଲେ ତାହା ନୁହେଁ, ସିଧାସଳଖ ବୌଦ୍ଧ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପରିସରରେ ପ୍ରବାସୀ ଶ୍ରମିକମାନେ ଦୀର୍ଘ ସମୟ ଧରି ଘୂରି ବୁଲିଲେ । ଶେଷରେ ବୌଦ୍ଧ ପୋଲିସ ଉକ୍ତ ଶ୍ରମିକଙ୍କୁ ଉଦ୍ଧାର କରି ମହାନଦୀ ବ୍ରିଜଛକ ନିକଟରେ ରଖି ପ୍ରଶାସନର ସହଯୋଗ କ୍ରମେ 3ବ୍ଲକର କ୍ବାରେନଣ୍ଟାଇନ ସେଣ୍ଟରକୁ ଗାଡିରେ ଶ୍ରମିକଙ୍କୁ ପଠାଇଥିଲା । ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପରିସରକୁ ଅଗ୍ନିଶମ ବିଭାଗ ସାନିଟାଇଜ କରିଥିଲା । କିନ୍ତୁ ପଞ୍ଚାୟତରେ ତାଳମେଳ ଅଭାବରୁ ଶ୍ରମିକଙ୍କ ଏଭଳି ପରିସ୍ଥିତି ଉପରେ ଏବେ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି । ସେପଟେ ଭୁଲବଶତଃ ଏଭଳି ତୃଟି ହୋଇଥିବା ଜଣେ ସରପଞ୍ଚ ପ୍ରତିନିଧି ସୂଚନା ଦେଇଛନ୍ତି ।

Migrant workers arrived at the district collector's officeMigrant workers arrived at the district collector's office

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : May 23, 2020, 11:45 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.