ବୌଦ୍ଧ: ମାହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ମଣିଷ ବଦଳରେ ମେସିନ କାର୍ଯ୍ୟ କରୁଥିବା ନେଇ ଅଭିଯୋଗ । ବିଭିନ୍ନ ସ୍ଥାନରେ ବିନା ସୂଚନା ଫଳକରେ ଏହି କାର୍ଯ୍ୟ ହେଉଥିବାରୁ ଜିଲ୍ଲାରେ ଦାଦନ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।
ତେବେ ଏଠାରେ କୌଣସି ସୂଚନା ଫଳକ ନଥିବାରୁ ଏହା କେଉଁ କାମ ତଥା କେତେ ଟଙ୍କାରେ ସଂପାଦନ ହେଉଛି ସେନେଇ କୌଣସି ସୂଚନା ନାହିଁ । ଏହାଛଡା ଏଠାରୁ ମାଟି ଉଠାଯାଇ କେଉଁଠାରେ ପକାଯାଉଛି ତାହା ମଧ୍ୟ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଏଭଳି କାର୍ଯ୍ୟ ଦିନତ ଦିନ ରାତିରେ ମଧ୍ୟ ଜେସିବି ସାହାଯ୍ୟରେ ଜୁଲାଇ ମାସ ହୋଇଥିଲେ ମଧ୍ୟ ଜାରି ରହିଥିବାରୁ ଏନେଇ ନାନା ସନ୍ଦେହ ସୃଷ୍ଟି ହୋଇଛି ।
ସେପଟେ ପଦ୍ମନପୁର ପଞ୍ଚାୟତ ବଡଖଲିଗାଁ ଗ୍ରାମରେ ବନ୍ଧ ଉନ୍ନତି କରଣ କାର୍ଯ୍ୟ ବିନା ସୂଚନା ଫଳକ ତଥା ଗ୍ରାମସାଥିଙ୍କ ଉପସ୍ଥିତିରେ ହେଉଥିବା ଅଭିଯୋଗ ହୋଇଛି । ତୁରନ୍ତ ଏଦିଗରେ ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ ପାଇଁ ବୁଦ୍ଧିଜୀବୀ ଦାବି କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ