ETV Bharat / state

ଅବ୍ୟବସ୍ଥା ଘେରରେ ବୌଦ୍ଧ ସ୍ବାସ୍ଥ୍ୟ ସେବା, ବାରଣ୍ଡାରେ ଶୋଉଛନ୍ତି ନବଜାତକ-ପ୍ରସୂତି - ଡାକ୍ତରଖାନା ସମସ୍ୟା ବୌଦ୍ଧ

ବୌଦ୍ଧ ଜିଲ୍ଲାରୁ ପୁଣି ଆସିଛି ସ୍ବାସ୍ଥ୍ୟ ସେବାର ନଗ୍ନ ଚିତ୍ର । କେଉଁଠି ବାରଣ୍ଡାରେ ପ୍ରସୂତି ଏବଂ ନବଜାତ ଶୋଉଛନ୍ତି ତ ଆଉ କେଉଁଠି ଟର୍ଚ୍ଚ ଲାଇଟରେ ଚାଲୁଛି ରୋଗୀସେବା କାର୍ଯ୍ୟ । ଅଧିକ ପଢନ୍ତୁ...

ଅବ୍ୟବସ୍ଥା ଘେରରେ ବୌଦ୍ଧ ସ୍ବାସ୍ଥ୍ୟ ସେବା, ବାରଣ୍ଡାରେ ଶୋଉଛନ୍ତି ନବଜାତ ଏବଂ ପ୍ରସୂତି

author img

By

Published : Feb 16, 2021, 7:20 PM IST

Updated : Feb 16, 2021, 7:29 PM IST

ବୌଦ୍ଧ: ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରୁ ଆସିଛି ନଗ୍ନ ଚିତ୍ର । ବର୍ଷେ ପୂର୍ବେ 5ଟି ସଚିବଙ୍କ ଗସ୍ତପରେ ଜିଲ୍ଲାର ସ୍ବାସ୍ଥ୍ୟସେବାରେ ସାମାନ୍ୟ ଆଶ୍ବସ୍ଥି ପରିଲିକ୍ଷିତ ହୋଇଥିଲା । ମାତ୍ର ଏବେ ପୁଣିଥରେ ପୂରୁଣା ସମସ୍ୟା ସବୁ ଲେଉଟିଥିବା ଅଭିଯୋଗ ଆସିଛି ।

ଅବ୍ୟବସ୍ଥା ଘେରରେ ବୌଦ୍ଧ ସ୍ବାସ୍ଥ୍ୟ ସେବା, ବାରଣ୍ଡାରେ ଶୋଉଛନ୍ତି ନବଜାତକ-ପ୍ରସୂତି

ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ସହ ଜିଲ୍ଲାର କଣ୍ଟାମାଳ, ମନମୁଣ୍ଡା, ବାଉଁଶୁଣୀ, ପୁରୁଣାକଟକ ଓ ଆଢେଣୀଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବିଭିନ୍ନ ସମସ୍ୟା ଦେଖାଦେଇଛି । କେତେକ ସ୍ଥାନରେ ଆବଶ୍ୟକ ସଂଖ୍ୟକ ଡାକ୍ତର ଓ କର୍ମଚାରୀଙ୍କ ଅଭାବ ସାଙ୍ଗକୁ ଅନ୍ୟାନ୍ୟ ଅସୁବିଧା ରହିଥିବା ଅଭିଯୋଗ ହୋଇଛି । କଣ୍ଟାମାଳ ଓ ପୁରୁଣାକଟକ ଡାକ୍ତରଖାନାରେ ଷ୍ଟାଫ କ୍ବାଟରର ସମସ୍ୟା ରହି ଥିବାବେଳେ ଉକ୍ତ ପାଞ୍ଚଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ଉପାନ୍ତ ଅଞ୍ଚଳର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଅବସ୍ଥା ଅତ୍ୟନ୍ତ ଅବହେଳିତ ଅବସ୍ଥାରେ ରହିଛି ।

ସେହିପରି ମନମୁଣ୍ଡା ସରକାରୀ ଡାକ୍ତରଖାନାରେ ପ୍ରାଇଭେଟ କ୍ଲନିକର ପ୍ରେସକିପସନ ଅନୁଯାୟୀ ରକ୍ତ ଏବଂ ଅନ୍ୟାନ୍ୟ ପରୀକ୍ଷାକୁ ପ୍ରାଥମିକତା ଦିଆଯାଉଥିବା ଅଭିଯୋଗ ହୋଇଛି । ଏନେଇ ଏକ ଭିଡିଓ ଭାଇରାଲ୍ ମଧ୍ୟ ହୋଇଛି । ତେବେ ବର୍ଷେ ପୂର୍ବରୁ ବୌଦ୍ଧର ବିଭିନ୍ନ ଡାକ୍ତରଖାନାକୁ 5T ସଚିବ ଗସ୍ତ କରି ସମସ୍ୟାର ସମାଧାନ କରିଥିଲେ । କିନ୍ତୁ ବର୍ତ୍ତମାନ ପୁଣିଥରେ ବିଭିନ୍ନ ଡାକ୍ତରଖାନା ବାରଣ୍ଡାରେ ପ୍ରସୂତୀ ଓ ନବଜାତ ଶିଶୁ ଶୋଇବା, ଲାଇଟ ଅଭାବରୁ ମୋବାଇଲ ଟର୍ଚ୍ଚରେ ଚିକିତ୍ସା କରିବା ଭଳି ଘଟଣା ଦେଖିବାକୁ ମିଳିଛି । ସେପଟେ ସରକାର ଜିଲ୍ଲାରେ ଶହେ ଶଯ୍ୟା ବିଶିଷ୍ଟ ନୂତନ ଡାକ୍ତରଖାନା ନିର୍ମାଣ ପାଇଁ ଘୋଷଣା କରିଥିଲେ ମଧ୍ୟ ଏନେଇ କୌଣସି ବିଧିବଦ୍ଧ କାର୍ଯ୍ୟ ଆରମ୍ଭ ହୋଇନଥିବାରୁ ବିରୋଧୀ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Feb 16, 2021, 7:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.