ETV Bharat / state

ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା, ସିବିଆଇ ତଦନ୍ତ ଦାବି କଲା ମାରୁତୀ ସେନା

author img

By

Published : Oct 12, 2020, 4:06 PM IST

ଆଦିତ୍ୟ ଦାସଙ୍କ ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ଦାବି କଲା ମାରୁତୀ ସେନା । ଦୀର୍ଘ ଦିନ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଆଦିତ୍ୟ ଦାସ ମୃତ୍ୟୁର ରହସ୍ୟର ପରଦା ହଟିନାହିଁ ।ସିବିଆଇ ତଦନ୍ତ କଲେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ମରୁତୀ ସେନା ପକ୍ଷରୁ କହାଯାଇଛି । ଅଧିକ ପଢନ୍ତୁ...

ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁର ସିବିଆଇ ତଦନ୍ତ ଦାବି କଲା ମାରୁତୀ ସେନା

ବୌଦ୍ଧ: ଆଦିତ୍ୟ ଦାସଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି କଲା ମାରୁତୀ ସେନା । ଦୀର୍ଘ ଦିନ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଆଦିତ୍ୟ ଦାସ ମୃତ୍ୟୁର ରହସ୍ୟର ପରଦା ହଟିନାହିଁ । ସୋମବାର ମାରୁତୀ ସେନା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁର ତିନି ମାସରୁ ଉର୍ଦ୍ଧ୍ବ ସମୟ ପରେ ମଧ୍ୟ ଅନ୍ଧକାରରେ ରହିଛି ତଦନ୍ତ । ଆଦିତ୍ୟଙ୍କ ମୃତ୍ୟୁ ସମ୍ପୂର୍ଣ୍ଣ ଯୋଜନାବଦ୍ଧ ଭାବରେ ହୋଇଛି କିନ୍ତୁ ଏହାକୁ ଆତ୍ମହତ୍ୟାର ରୂପ ପାଇଁ ଚେଷ୍ଟା କରାଯାଇଛି । ବୌଦ୍ଧ ଜିଲ୍ଲାର ତାଳସରଡା ଗ୍ରାମରେ ଜନ୍ମିତ ଆଦିତ୍ୟଙ୍କ ମୃତ୍ୟୁର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର ପାଇଁ ବିଭିନ୍ନ ମହଲରୁ ବାରମ୍ବାର ଦାବି ହୋଇଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି । ବୌଦ୍ଧ ଜିଲ୍ଲାର ମାରୁତୀ ସେନାର ଯୁବ ସଦସ୍ୟ ମାନେ ଏକତ୍ରିତ ହୋଇ ଆଦିତ୍ୟଙ୍କ ମୃତ୍ୟୁର ତଦନ୍ତ ସିବିଆଇକୁ ପ୍ରଦାନ ପାଇଁ ଦାବି କରିଛନ୍ତି । ଏହା ସହ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତିରଞ୍ଜନ ନାଏକଙ୍କୁ ପ୍ରଦାନ କରିଛନ୍ତି ।

ସରକାର ଏଦିଗରେ ଯଦି କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ସଂଗଠନ ପକ୍ଷରୁ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.