ETV Bharat / state

Mahashivratri: ସମ୍ପନ୍ନ ହେଲା ଜାଗର ଯାତ୍ରା, ମଧ୍ୟରାତ୍ରିରେ ଉଠିଲା ମହାଦୀପ

author img

By

Published : Feb 19, 2023, 7:08 AM IST

ବୌଦ୍ଧ ଜିଲ୍ଲାର ବିଭିନ୍ନ ଶୈବପୀଠରେ ସନ୍ଧ୍ୟାରେ ମହାନଦୀ ଆଳତୀ କରାଯାଇଥିବା ବେଳେ ମଧ୍ୟରାତ୍ରିରେ ମହାଦୀପ ଉଠିଛି । ଅଧିକ ପଢନ୍ତୁ

mahasivratri
mahasivratri
mahasivratri

ବୌଦ୍ଧ: ଜିଲ୍ଲାର ବିଭିନ୍ନ ଶୈବପୀଠରେ ଆନନ୍ଦ ଉଲ୍ଲାସର ସହିତ ସମ୍ପନ୍ନ ହୋଇଛି ଦେବ ଦେବ ମହାଦେବଙ୍କ ଜାଗର ଯାତ୍ରା । ସଂଧ୍ୟାରେ ମହାନଦୀରେ ମହାଆଳତୀ ସହିତ ମଧ୍ୟରାତ୍ରିରେ ବିଭିନ୍ନ ଶିବ ମନ୍ଦିରରେ ମହାଦୀପ ଉଠିଛି । ମହାଦୀପ ଦର୍ଶନ କରି ଦିନସାରା ଉପବାସ କରିଥିବା ଶ୍ରଦ୍ଧାଳୁମାନେ ବ୍ରତ ସମାପନ କରିଛନ୍ତି । ବୌଦ୍ଧ ଜିଲ୍ଲା ସଦର ମହକୁମାଠାରେ ଥିବା ଐତିହାସିକ ରାମେଶ୍ୱର ମନ୍ଦିର, ଚନ୍ଦ୍ରଚୂଡ, ମାତଙ୍ଗେଶ୍ବର ସହିତ ଗନ୍ଧରାଡିର ହରିହର ମନ୍ଦିର, ଚଣ୍ଡିଗଡର ଶିବ ମନ୍ଦିର, ବାଉଁଶୁଣୀର ଭୂବନେଶ୍ୱର ମନ୍ଦିର, ଅମୁର୍ଡାର ଷଣ୍ଢେଶ୍ବର, ମନମୁଣ୍ଡାର ସୁବର୍ଣ୍ଣେଶ୍ବର, କଣ୍ଟାମାଳର କୁଶଳେଶ୍ବର, ରେଘାମୁଣ୍ଡାର ଗୁପ୍ତେଶ୍ବର, କରଡିର ଚମ୍ପେଶ୍ବର, ରାମଗଡର କେଦାରେଶ୍ବର, ଖଣ୍ଡିଧଳପୁରର ଧବଳେଶ୍ବର ମନ୍ଦିରରେ ଜାଗର ଯାତ୍ରା ପାଇଁ ସ୍ବତନ୍ତ୍ର ପୂଜାର୍ଚ୍ଚନା ବ୍ୟବସ୍ଥା କରାଯାଇଥିଲା ।

ଆନନ୍ଦ ଉଲ୍ଲାସର ସହିତ ଜାଗର ଓ ଉଜାଗରର ପର୍ବ ପବିତ୍ର ମହାଶିବରାତ୍ରୀ ସମ୍ପନ୍ନ ହୋଇଛି । ଜିଲ୍ଲାର ଶତାଧିକ ଶୈବପୀଠରେ ଶନିବାର ଜାଗର ଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଥିଲା । ମହାନଦୀ କୂଳରେ ଅବସ୍ଥିତ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ପ୍ରାଚୀନ ଶୈବପୀଠରେ ଶିବରାତ୍ରୀ ପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ଭାରତରେ ନ୍ୟାୟ ବିଳମ୍ବିତ: ବିଭିନ୍ନ କୋର୍ଟରେ ପଡିଛି 5କୋଟି ମାମଲା, କେବଳ ସୁପ୍ରିମକୋର୍ଟରେ 70 ହଜାର

ଶିବରାତ୍ରୀ ଅବସରରେ ଶନିବାର ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ପ୍ରତ୍ୟୁଷରୁ ସ୍ଥାନୀୟ ଚନ୍ଦ୍ରଚୂଡ ମନ୍ଦିର ପରିସରରେ ନାଗରିକଙ୍କୁ ଯୋଗାସନ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହାଛଡା ମନ୍ଦିର ନିକଟବର୍ତ୍ତୀ ତଥା ମହାନଦୀ କୂଳକୁ ସ୍ବଛ ପାଇଁ ଜାଗର ଯାତ୍ରା ଅବସରରେ ସମସ୍ତେ ପ୍ରତିଜ୍ଞା ପାଇଁ ଆହ୍ବାନ ଦେଇଥିଲେ । ଜଳପ୍ରିୟ ନୀଳକଣ୍ଠ ମହାଦେବଙ୍କ ପାଇଁ ମହାନଦୀର ସ୍ବଛ ଜଳର ଆବଶ୍ୟକତା ଉପରେ ମଧ୍ୟ ସେ ଗୁରୁତ୍ବାରୋପ କରିଥିଲେ । ଶିବରାତ୍ରି ଅବସରରେ ବିଭିନ୍ନ ଶୈବପୀଠରେ ନାମ ଯଜ୍ଞ, ସଙ୍କିର୍ତ୍ତନ, ହୋମ , ଭଜନ ସଂଧ୍ୟା ଆଦିର ଆୟୋଜନ କରାଯାଇଥିଲା । ମହାନଦୀ କୂଳରେ ଅବସ୍ଥିତ ମାଟି ତଳେ ଥିବା ରାମଗଡର କେଦାରେଶ୍ବର ଓ ପାଦୁକା ନଳା ବିହୀନ ବିଚିତ୍ର ଷଣ୍ଢେଶ୍ବର ମହାଦେବ ମନ୍ଦିରରେ ଜାଗର ଯାତ୍ରା ପାଇଁ ସ୍ବତନ୍ତ୍ର ରୀତିନୀତି ଆୟୋଜନ କରାଯାଇଥିଲା ।

ସଂଧ୍ୟାରେ ବୌଦ୍ଧର ଚିରଘାଟ ଠାରେ ଶ୍ରଦ୍ଧାଳୁମାନଙ୍କ ଦ୍ବାରା ମହାନଦୀରେ ମହାଆଳତୀ ସମ୍ପନ୍ନ ହୋଇଥିବା ବେଳେ ସମସ୍ତ ଶୈବପୀଠରେ ମଧ୍ୟରାତ୍ରିରେ ମହାଦୀପ ଉଠିଥିଲା । ପ୍ରାୟ ସମସ୍ତ ଶୈବପୀଠଗୁଡିକରେ ଶ୍ରଦ୍ଧାଳୁମାନେ ଆନନ୍ଦ ଉଲ୍ଲାସର ସହିତ ଉଜାଗର ରହି ଜାଗର ଯାତ୍ରାକୁ ପାଳନ କରିଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.