ETV Bharat / state

ମନରେଗା ଯୋଜନାରେ ମେସିନ କରୁଛି କାମ, ଦାଦନ ଖଟି ଯାଉଛନ୍ତି ଶ୍ରମିକ

author img

By

Published : Jul 21, 2023, 6:28 PM IST

ବୌଦ୍ଧ ଜିଲ୍ଲାରେ ମନରେଗା ଯୋଜନାରେ ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି । ଶ୍ରମିକ ବଦଳରେ ଜେସିବି ଓ ଟ୍ରାକ୍ଟର ବ୍ୟବହାର କରାଯାଇ କାମ ହେଉଛି । ଅଧିକ ପଢନ୍ତୁ

ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ
ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ
ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ବୌଦ୍ଧ: ଶ୍ରମିକଙ୍କ କାମ କରୁଛି ମେସିନ । ତେଣୁ ଶ୍ରମଜୀବୀମାନେ ଗଭୀର ଭାବରେ ପ୍ରଭାବିତ ହେବା ସହ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ସରକାରଙ୍କ ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା କରାଯାଉଥିବା ନେଇ ଅଭିଯୋଗ ହୋଇଛି । ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ ଏହାର କୌଣସି ପଦକ୍ଷେପ କିମ୍ବା କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଫଳରେ ଶ୍ରମଜୀବୀମାନେ ଗଭୀର ଭାବରେ ପ୍ରଭାବିତ ହେଉଛନ୍ତି । ସ୍ଥାନୀୟ ଅଞ୍ଚଳରେ ମନରେଗା ଯୋଜନାରେ କାମ ମେସିନ ଦ୍ବାରା କରାଯାଉଥିବାବେଳେ ଶ୍ରମଜୀବୀମାନେ ବାଧ୍ୟ ହୋଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ।

ବୌଦ୍ଧ ଜିଲ୍ଲାର ଅଧିକାଂଶ ପଞ୍ଚାୟତରେ ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ରହିଛି । 3ଟି ବ୍ଲକର ବିଭିନ୍ନ ସ୍ଥାନରେ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ମନରେଗା ଯୋଜନାରେ ଶ୍ରମିକ ବଦଳରେ ଜେସିବି ଓ ଟ୍ରାକ୍ଟର ବ୍ୟବହାର କରାଯାଇ କାମ ହେଉଛି । ଜିଲ୍ଲାରେ ସମୁଦାୟ ୬୧ ହଜାରରୁ ଉର୍ଦ୍ଧ୍ବ ଶ୍ରମିକ ପଞ୍ଜିକୃତ ହୋଇଥିବାବେଳେ କେବଳ ୩୮ ହଜାର ଶ୍ରମଜୀବୀମାନେ ବିଭିନ୍ନ ଯୋଜନାରେ ସାମିଲ ହୋଇପାରୁଛନ୍ତି ।

ଅଧିକାଂଶ ପଞ୍ଚାୟତରେ କିନ୍ତୁ ସ୍ଥାନୀୟ ଶ୍ରମିକମାନଙ୍କୁ ମନରେଗା ଯୋଜନାରେ କାମ ଯୋଗାଇ ଦିଆଯାଉ ନଥିବା ଅଭିଯୋଗ ରହିଛି । ହରଭଙ୍ଗା ବ୍ଲକର ଲୁଣିବାହାଲ ପଞ୍ଚାୟତଠାରୁ ନେଇ ତଳଗାଁ ପଞ୍ଚାୟତ ଭଳି ଅନେକ ପଞ୍ଚାୟତରେ ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତିର ଅଭିଯୋଗ ପରେ ପ୍ରଶାସନର ତଦନ୍ତ ଦିଗହରା ହୋଇ ରହିଛି । ଏହାବ୍ୟତୀତ, କଣ୍ଟାମାଳ ବ୍ଲକର ରେଙ୍ଗାଲି ପଞ୍ଚାୟତଠାରୁ ନେଇ ବରଗୋଛା ପଞ୍ଚାୟତ ପର୍ଯ୍ୟନ୍ତ ଦୁର୍ନୀତିର ଚେର ଲମ୍ବିଥିବା ଅଭିଯୋଗ ହୋଇଆସୁଛି । ହେଲେ ପ୍ରଶାସନ ଏନେଇ କୋୖଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ସେପଟେ ବର୍ତ୍ତମାନ ବୌଦ୍ଧ ସଦର ବ୍ଲକ ଅନ୍ତର୍ଗତ ଖୁଣ୍ଟବନ୍ଧ ପଞ୍ଚାୟତର ବୁରକଟା ଗ୍ରାମରେ ମନରେଗା ଯୋଜନାରେ ଆଉ ଏକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ...OSSC ଅଫିସ ଆଗରେ ବିକ୍ଷୋଭ, ଦୁର୍ନୀତି ମୁକ୍ତ ପରୀକ୍ଷା ଦାବିରେ ଆଶାୟୀଙ୍କ ଧାରଣା

ସୂଚନା ମୁତାବକ, ବୁରକଟା ଗ୍ରାମର ଶେଷ ମୁଣ୍ଡରୁ ବାହାଲ ବନ୍ଧ ରାସ୍ତାର ଉନ୍ନତିକରଣ ନାଁରେ 5 ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ହେଲେ ଏହି କାର୍ଯ୍ୟରେ କୌଣସି ଶ୍ରମଜୀବୀଙ୍କୁ ନିୟୋଜିତ କରିବା ବଦଳରେ ମେସିନ୍‌ ଦ୍ବାରା ଅଳ୍ପ କିଛି ମୋରମ ପକାଇ ସରକାରୀ ଅର୍ଥ ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି । ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିବାରୁ ଏହି ରାସ୍ତାରେ ବର୍ତ୍ତମାନ ଯାତାୟାତ ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି । ଏହା ପୂର୍ବରୁ ମଧ୍ୟ ବୁରକଟା ଗ୍ରାମ୍ୟ ବନ୍ଧର ଉନ୍ନତିକରଣ ନାଁରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା । ତେବେ ପଞ୍ଚାୟତ କର୍ତ୍ତୃପକ୍ଷ ଓ ବ୍ଲକ ପ୍ରଶାସନ କାହିଁକି ଏସବୁ ଅନିୟମିତତା ଅଭିଯୋଗ ସତ୍ତ୍ୱେ କାର୍ଯାନୁଷ୍ଠାନ ଗ୍ରହଣ କରୁନାହାନ୍ତି ସେନେଇ ପ୍ରଶ୍ନ ଉଠିଛି ।

ସେପଟେ ବୁଧବାର ବୌଦ୍ଧ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ସ୍ଥାନୀୟ ଟାଉନ ହଲଠାରେ ଶ୍ରମଜୀବୀମାନଙ୍କୁ ସ୍ବତନ୍ତ୍ର ସହାୟତା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ, ଜିଲ୍ଲାପାଳ, ନଗରପାଳ ପ୍ରମୁଖ ଉପସ୍ଥିତ ରହି ଶ୍ରମିକଙ୍କୁ ଏହି ସହାୟତା ଯୋଗାଇ ଦେଇଥିଲେ । ଜିଲ୍ଲାର ଶ୍ରମିକଙ୍କ ସମସ୍ୟା ତଥା ପଞ୍ଚାୟତ ସ୍ତରରେ ଥିବା ସମସ୍ୟାକୁ ଜିଲ୍ଲା ଶ୍ରମ ଅଧିକାରୀ ସ୍ବୀକାର କରିଛନ୍ତି । ସେ କହିଛନ୍ତି, "ଅଭିଯୋଗ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।"

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.