ETV Bharat / state

ଘର ସାମ୍ନାରୁ 2 ଲକ୍ଷ 40 ହଜାର ଲୁଟି ଦୁର୍ବୃତ୍ତ ଫେରାର - ବୌଦ୍ଧ ଲାଟେଷ୍ଟ ଲୁଟ ଖବର

ଆଖି ପିଛୁଳାକେ ଟଙ୍କା ଭର୍ତ୍ତି ବ୍ୟାଗ ଲୁଟ କରିନେଲେ ଲୁଟେରା । ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲାର ବାଉଁଶୁଣୀ ଥାନା ଅଞ୍ଚଳରୁ । ବାଉଁଶୁଣୀ ଥାନା ଅନ୍ତର୍ଗତ ବାଉଁଶୁଣୀ ଗାଁର ଜନୈକ ବ୍ୟକ୍ତିଙ୍କ ପାଖରୁ ଟଙ୍କା ଭର୍ତ୍ତି ବ୍ୟାଗ ଲୁଟ ହୋଇଥିବା ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Oct 23, 2019, 5:08 AM IST

ବୌଦ୍ଧ: ଆଖି ପିଛୁଳାକେ ଟଙ୍କା ଭର୍ତ୍ତି ବ୍ୟାଗ ଲୁଟ କରିନେଲେ ଲୁଟେରା । ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲାର ବାଉଁଶୁଣୀ ଥାନା ଅଞ୍ଚଳରୁ । ବାଉଁଶୁଣୀ ଥାନା ଅନ୍ତର୍ଗତ ବାଉଁଶୁଣୀ ଗାଁର ଜନୈକ ବ୍ୟକ୍ତିଙ୍କ ପାଖରୁ ଟଙ୍କା ଭର୍ତ୍ତି ବ୍ୟାଗ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ବାଉଁଶୁଣୀ ଥାନାରେ ଏକ ଲିଖିତ ଅଭିଯୋଗ ହୋଇ କେସ ନଂ 131/19ରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ସୂଚନା ମୁତାବକ ବାଉଁଶୁଣୀ ସୋନପୁରୀଆ ପଡାର ଚିତ୍ତ ରଞ୍ଜନ ମେହେର ନିଜ ଝିଅର ବାହାଘର ପାଇଁ ବୌଦ୍ଧ ଷ୍ଟେଟ ବ୍ୟାଙ୍କରୁ 2 ଲକ୍ଷ 80 ହଜାର ଟଙ୍କା ଉଠାଇଥିଲେ । ବାଇକର ଡିକିରେ ଏକ ବ୍ୟାଗରେ ସମୁଦାୟ ଟଙ୍କା ନ ରହିବାରୁ ସେ 2 ଲକ୍ଷ 40 ହଜାର ଟଙ୍କା ରଖି ବଳକା 40 ହଜାର ଟଙ୍କା ଅଲଗା ରଖିଥିଲେ । ଏହି ଟଙ୍କା ନେଇ ଚିତ୍ତ ରଞ୍ଜନ ବାଉଁଶୁଣୀସ୍ଥିତ ନିଜ ଘର ସମ୍ମୁଖରେ ଗାଡି ରଖି ଘର କବାଟ ଖୋଲିବାକୁ ଯାଇଥିଲେ । ହେଲେ କବାଟ ଖୋଲି ରାସ୍ତାକୁ ଫେରିବା ବେଳକୁ ବାଇକ ଡିକିରେ ଥିବା ଟଙ୍କା ବ୍ୟାଗକୁ ଲୁଟି ନେଇଥିଲେ ଦୁର୍ବୃତ୍ତ ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଦୁର୍ବୃତ୍ତ ଦୁହେଁ ଏକ ଆପାଚି ବାଇକରେ ଆସି ଲୁଟ କରି ସୋନପୁର ରାସ୍ତାରେ ଫେରାର ହୋଇଥିଲେ । ଏସମ୍ପର୍କରେ ବାଉଁଶୁଣୀ ଥାନାରେ ଲିଖିତ ଅଭିଯୋଗ ହୋଇ କେସ ନଂ 131/19ରେ ତଦନ୍ତ ଆରମ୍ଭ ହୋଇଛି । ପ୍ରକାଶ ଥାଉ କି ବାଉଁଶୁଣୀ ଥାନା ଅଧିନରେ ଗତ ବର୍ଷେ ମଧ୍ୟରେ ସମୁଦାୟ 6ଟି ଲୁଟତରାଜ ଓ ରାହାଜାନୀ ଘଟଣା ଘଟିଥିଲେ ମଧ୍ୟ ଗୋଟିଏ ବି ସଫଳତା ପୋଲିସକୁ ଆଜି ଯାଏଁ ମିଳିପାରି ନାହିଁ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଆଖି ପିଛୁଳାକେ ଟଙ୍କା ଭର୍ତ୍ତି ବ୍ୟାଗ ଲୁଟ କରିନେଲେ ଲୁଟେରା ।ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲାର ବାଉଁଶୁଣୀ ଥାନା ଅଞ୍ଚଳରୁ ।
ବୌଦ୍ଧ ଜିଲ୍ଲାର ବାଉଁଶୁଣୀ ଥାନା ଅନ୍ତର୍ଗତ ବାଉଁଶୁଣୀ ଗାଁର ଜନୈକ ବ୍ୟକ୍ତି ଙ୍କ ନିକଟରୁ ଟଙ୍କା ଭର୍ତ୍ତି ବ୍ୟାଗ ଲୁଟ ହୋଇଥିବା ଅଭିଯୋଗ ହୋଇଛି ।ସୂଚନା ମୁତାବକ ବାଉଁଶୁଣୀ ସୋନପୁରୀଆ ପଡାର ଚିତ୍ତ ରଂଜନ ମେହେର ନିଜ ଝିଅର ବିବାହ ପାଇଁ ବୌଦ୍ଧ ଷ୍ଟେଟବ୍ୟାଙ୍କ ରୁ ଦୁଇ ଲକ୍ଷ ଅଶୀ ହଜାର ଟଙ୍କା ଉଠାଇଥିଲେ ।ବାଇକର ଡିକିରେ ଏକ ବ୍ୟାଗ ମଧ୍ୟରେ ସମୁଦାୟ ଟଙ୍କା ନରହିବାରୁ ସେଥିରେ ଦୁଇ ଲକ୍ଷ ଚାଳିଶ ହଜାର ଟଙ୍କା ରଖି ବଳକା ଚାଳିଶ ହଜାର ଟଙ୍କା ଅଲଗା ରଖିଥିଲେ ।ଉକ୍ତ ଟଙ୍କା ନେଇ ଚିତ୍ତ ରଂଜନ ବାଉଁଶୁଣୀ ସ୍ଥିତ ନିଜ ଘର ସମ୍ମୁଖରେ ଗାଡି ରଖି ଘର କବାଟ ଖୋଲି ରାସ୍ତାକୁ ଫେରିବା ସମୟ ମଧ୍ୟରେ ବାଇକ ଡିକିରୁ ଦୁଇ ଲକ୍ଷ ଚାଳିଶ ହଜାର ଟଙ୍କା ଭର୍ତ୍ତି ବ୍ୟାଗକୁ ଦୁର୍ବୃତ୍ତ ମାନେ ଲୁଟି ନେଇଥିଲେ ।ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ଦୁଇ ଜଣ ଯୁବକ ଏକ ଆପାଚି ବାଇକରେ ଆସି ଉକ୍ତ ଲୁଟ କରି ସୋନପୁର ରାସ୍ତାରେ ଫେରାର ହୋଇଥିଲେ ।ଏସମ୍ପର୍କରେ ବାଉଁଶୁଣୀ ଥାନାରେ ଲିଖିତ ଅଭିଯୋଗ ହୋଇ କେଶନ.୧୩୧/୧୯ ରେ ତଦନ୍ତ ଆରମ୍ଭ ହୋଇଛି ।ଏଠାରେ ପ୍ରକାଶ ଥାଉକି ବାଉଁଶୁଣୀ ଥାନା ଅଧିନରେ ଗତ ଏକ ବର୍ଷ ମଧ୍ୟରେ ସମୁଦାୟ ଛ ଗୋଟି ଲୁଟତରାଜ ଓ ରାହାଜାନି ଘଟଣା ଘଟିଥିଲେ ମଧ୍ୟ ଗୋଟିଏ ବି ସଫଳତା ପୋଲିସକୁ ଆଜିଯାଏ ମିଳିପାରି ନାହିଁ ।

Body:ଘର ସମ୍ମୁଖରେ ବାଇକ ଡିକିରୁ ଦୁଇ ଲକ୍ଷ ଚାଳିଶ ହଜାର ଟଙ୍କା ଲୁଟ ।

Conclusion:ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.