ETV Bharat / state

ବିଶ୍ବ ପର୍ଯ୍ୟଟନ ଦିବସରେ ଚାଲ ବୁଲିଯିବା ବୌଦ୍ଧର ଶୀତଳପାଣି - ବୌଦ୍ଧର ସାତକୋଶିଆ

ବୌଦ୍ଧ ଜିଲ୍ଲା ସହିତ ଅନୁଗୋଳ ଓ ନୟାଗଡ଼ ଜିଲ୍ଲା ସୀମାନ୍ତ ଲାଗି ରହିଥିବା ବେଳେ ଏଠାରେ ଶୀତଳପାଣି ସହିତ, ସାତକୋଶିଆ, ଟିକରପଡା ଓ ପଦ୍ମତୋଳା ଅଭୟାରଣ୍ୟର ଅପୂର୍ବ ସମାହାର ଘଟିଛି । ଗୋଟିଏ ପଟରେ ମହାନଦୀର ଶାନ୍ତ ଶୀତଳ ଜଳଧାର ବୋହି ଯାଉଥିବା ବେଳେ ଅନ୍ୟପଟେ ଘଞ୍ଚ ଅରଣ୍ୟ ମଧ୍ୟରୁ ଗର୍ଜନ ସହ ସୁମଧୁର ବନ୍ୟପ୍ରାଣୀଙ୍କ ସ୍ବର ଭାସି ଆସିଥାଏ ।

ବିଶ୍ବ ପର୍ଯ୍ୟଟନ ଦିବସରେ ଚାଲନ୍ତୁ ବୁଲିଯିବା ବୌଦ୍ଧର ଶୀତଳପାଣି ପର୍ଯ୍ୟଟନସ୍ଥଳୀ

author img

By

Published : Sep 27, 2020, 5:48 PM IST

ବୌଦ୍ଧ: ଆଜି ବିଶ୍ବ ପର୍ଯ୍ୟଟନ ଦିବସ । ଏହି ଅବସରରେ ବୌଦ୍ଧ ଜିଲ୍ଲାର ଅନନ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟ ବିମଣ୍ଡିତ ଶିତଳପାଣି ନିକଟସ୍ଥ ପ୍ରସ୍ତାବିତ ଇକୋ ଟୁରିଜିମ ସ୍ପଟରେ ପର୍ଯ୍ୟଟନର ସମ୍ଭାବନା କିପରି ରହିଛି । ସ୍ଥିତି ପରଖିଛି ଇଟିଭି ଭାରତ ।

ବିଶ୍ବ ପର୍ଯ୍ୟଟନ ଦିବସରେ ଚାଲନ୍ତୁ ବୁଲିଯିବା ବୌଦ୍ଧର ଶୀତଳପାଣି ପର୍ଯ୍ୟଟନସ୍ଥଳୀ

ବୌଦ୍ଧରେ ଗୋଟିଏ କିମ୍ବା ଦୁଇଟି ନୁହେଁ ଚାରି ଚାରିଟି ରହିଛି ପର୍ଯ୍ୟଟନ ସ୍ଥଳୀ । ବୌଦ୍ଧ ଜିଲ୍ଲାର ଉପାନ୍ତ କୁଶଙ୍ଗ ପଞ୍ଚାୟତର ଶେଷ ସୀମାର ଏକ ବିସ୍ତୀର୍ଣ୍ଣ ବନ ପ୍ରକୃତି ପ୍ରେମୀଙ୍କ ପାଇଁ ସତେ ଯେପରି ଏକ ଭିନ୍ନ ପୃଥିବୀ ନିର୍ମାଣ କରିଛି । ବୌଦ୍ଧ ଜିଲ୍ଲା ସହିତ ଅନୁଗୁଳ ଓ ନୟାଗଡ଼ ଜିଲ୍ଲା ସୀମାନ୍ତ ଲାଗି ରହିଥିବା ବେଳେ ଏଠାରେ ଶୀତଳପାଣି ସହିତ, ସାତକୋଶିଆ, ଟିକରପଡା ଓ ପଦ୍ମତୋଳା ଅଭୟାରଣ୍ୟର ଅପୂର୍ବ ସମାହାର ଘଟିଛି । ଗୋଟିଏ ପଟରେ ମହାନଦୀର ଶାନ୍ତ ଶୀତଳ ଜଳଧାର ବୋହି ଯାଉଥିବା ବେଳେ ଅନ୍ୟପଟେ ଘଞ୍ଚ ଅରଣ୍ୟ ମଧ୍ୟରୁ ଗର୍ଜନ ସହ ସୁମଧୁର ବନ୍ୟପ୍ରାଣୀଙ୍କ ସ୍ବର ଭାସି ଆସିଥାଏ ।

ଏହି ମହାନଦୀର କୂଳେ କୂଳେ ଯାଇଛି ପ୍ରାଚୀନ ଜଗନ୍ନାଥ ସଡକ । ଯାହା ଦୀର୍ଘ ବର୍ଷ ହେଲା ଅଭୟାରଣ୍ୟ ଯୋଗୁଁ ସାଧାରଣ ଲୋକଙ୍କ ପ୍ରବେଶ ନିଷେଧ ଯୋଗୁଁ ଅବହେଳିତ ଅବସ୍ଥାରେ ରହିଛି । ଏଠାରେ ପ୍ରକୃତି ପର୍ଯ୍ୟଟନ ସହ ଆଦିବାସୀ ପର୍ଯ୍ୟଟନର ମଧ୍ୟ ଅପୂର୍ବ ସମାହାର ଘଟିଛି । ତେବେ ପ୍ରକୃତି ରାଣୀର ଏଭଳି ସ୍ଥାନ ହୁଏତ ଅନ୍ୟତ୍ର ଦେଖିବାକୁ ମିଳିବ । ତେବେ ଏହାକୁ ଦୃଷ୍ଟିରେ ରଖି ଏଠାରେ ଈକୋ ଟୁରିଜିମର ବିକାଶ ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହାକୁ ନେଇ ସ୍ଥାନୀୟ ଲୋକେ ମଧ୍ୟ ବେଶ ଉତ୍ସାହିତ ତଥା ଆନନ୍ଦିତ ।

ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.