ETV Bharat / state

ପାରମ୍ପରିକ ଲୋକନୃତ୍ୟର ତାଳେ ତାଳେ ଉଦଘାଟିତ ହେଲା ଗଡ଼ଜାତ ଲୋକ ମହୋତ୍ସବ

author img

By ETV Bharat Odisha Team

Published : Dec 16, 2023, 6:34 AM IST

Lok mohotsav in Boudh: ପାରମ୍ପରିକ ଲୋକନୃତ୍ୟର ତାଳେତାଳେ ଉଦଘାଟିତ ହେଲା ବୌଦ୍ଧ ଜିଲ୍ଲାର ଗଡ଼ଜାତ ଲୋକକଳା ମହୋତ୍ସବ । ଅଞ୍ଚଳର ଲୁପ୍ତପ୍ରାୟ ଲୋକକଳାକୁ ବଞ୍ଚାଇ ରଖିବାକୁ ସ୍ଥାନୀୟ ସଂସ୍କୃତି ପ୍ରେମୀଙ୍କ ପ୍ରୟାସ । ଅଧିକ ପଢନ୍ତୁ

ଗଡ଼ଜାତ ଲୋକ ମହୋତ୍ସବ
ଗଡ଼ଜାତ ଲୋକ ମହୋତ୍ସବ
ଗଡ଼ଜାତ ଲୋକ ମହୋତ୍ସବ

ବୌଦ୍ଧ: ଦିନକୁ ଦିନ ପାରମ୍ପରିକ ଲୋକନୃତ୍ୟ ଓ ଲୋକକଳା ବୁଡିବାକୁ ବସିଛି । ଏହାକୁ ଉଦଜ୍ଜୀବିତ କରିରଖିବା ପାଇଁ ଆରମ୍ଭ ହୋଇଛି ଲୋକକଳା ମହୋତ୍ସବ । ଏନେଇ ପାରମ୍ପରିକ ଲୋକନୃତ୍ୟର ତାଳେ ତାଳେ ଉଦଘାଟିତ ହୋଇଛି ବୌଦ୍ଧ ଜିଲ୍ଲାର ଗଡ଼ଜାତ ଲୋକ କଳା ମହୋତ୍ସବ । ଲୁପ୍ତ ହେବାକୁ ବସିଥିବା ଲୋକକଳାକୁ ବଞ୍ଚାଇ ରଖିବାକୁ ଜିଲ୍ଲାର ସଂସ୍କୃତି ପ୍ରେମୀଙ୍କ ଦ୍ବାରା ଏଭଳି ପଦକ୍ଷେପ ନିଆଯାଇଛି । ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି । କଳା, ସଂସ୍କୃତିର ଅପୂର୍ବ ସମନ୍ବୟ ଘଟିଥିବା ଓଡ଼ିଶାର ମଧ୍ୟ ଭାଗରେ ଅବସ୍ଥିତ ଏହି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଭରି ରହିଛି ଅନେକ ପ୍ରାଚୀନ ନୃତ୍ୟ ଓ ସଙ୍ଗୀତ କଳା ।

ବୌଦ୍ଧ ଜିଲ୍ଲାର ଧୁନକେଲୀ ବାଦ୍ୟ କଳାର ଏକ ସ୍ବତନ୍ତ୍ର ପରିଚୟ ରହିଥିବା ବେଳେ ଲୁପ୍ତପ୍ରାୟ ପାରମ୍ପରିକ ଲୋକନୃତ୍ୟ ଝାଲିଆ ଶବର, ଶବରୁଣୀ, ବାଇଧନ, ନଚନିଆ, ବଜନିଆ, ପତର ଶଉରା, ଘୁଡୁକା ଭଳି ଅନେକ ନୃତ୍ୟର ସ୍ବତନ୍ତ୍ର ପରିଚୟ ରହିଆସିଛି । ପଞ୍ଚ ଧର୍ମର ମିଳନ ସ୍ଥଳୀ ବୌଦ୍ଧ ଜିଲ୍ଲାର ଶ୍ୟାମସୁନ୍ଦରପୁର, ପରଗଳପୁର ଭଳି କେତେକ ବୌଦ୍ଧ ଧର୍ମର ପ୍ରାଚୀନ ପୀଠ ସମସ୍ତଙ୍କୁ ଆକର୍ଷିତ କରିଆସିଛି । ଏସବୁ ଲୋକ ସଂସ୍କୃତି ଓ ପରମ୍ପରାକୁ ଉଦ୍‌ଜ୍ଜୀବିତ କରି ରଖିବା ଉଦ୍ଦେଶ୍ୟରେ ବୌଦ୍ଧ ଜିଲ୍ଲାର ବୀରନରସିଂହପୁର ଠାରେ ଗତ ସାତ ବର୍ଷ ଧରି ଆୟୋଜିତ ହୋଇ ଆସୁଛି ଗଡ଼ଜାତ ଲୋକ ମହୋତ୍ସବ ।

ଏହା ମଧ୍ୟ ପଢ଼ନ୍ତୁ......ଆରମ୍ଭ ହେଲା ନବରଙ୍ଗପୁର ଜିଲ୍ଲା ଲୋକ ମହୋତ୍ସବ ମଣ୍ଡେଇ ୨୦୨୩

ତେବେ ଶୁକ୍ରବାର ଏହି ଗଡ଼ଜାତ ଲୋକ ମହୋତ୍ସବ ବୌଦ୍ଧ ସହର ହାଇସ୍କୁଲ ପଡ଼ିଆ ଠାରେ ଉଦଘାଟିତ ହୋଇଥିବା ବେଳେ ପାରମ୍ପରିକ ଲୋକନୃତ୍ୟ ଓ ଲୋକବାଦ୍ୟର ତାଳେ ତାଳେ ଅଞ୍ଚଳର ଶହ ଶହ ଅଧିବାସୀ ସାଂସ୍କୃତିକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଉଦଘାଟନୀ ସଂଧ୍ୟାରେ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର କଂସ ମହାରାଜଙ୍କ ଶୋଭାଯାତ୍ରା ସମସ୍ତଙ୍କୁ ବେଶ ଆକର୍ଷଣ କରିଥିଲା । ବୌଦ୍ଧ ଜିଲ୍ଲାରେ ପାରମ୍ପରିକ ଲୋକନୃତ୍ୟ ଓ ଲୋକକଳାକୁ ବଞ୍ଚାଇ ରଖିବାକୁ ଏଭଳି ପ୍ରୟାସ କରାଯାଇଥିବା ବେଳେ ଏଭଲି ପ୍ରୟାସକୁ ସବୁ ମହଲରୁ ସ୍ବଗତ କରାଯାଇଛି । ସେପଟେ ଏହି ମହୋତ୍ସବରେ ସାମିଲ ହେବା ପାଇଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଦର୍ଶକଙ୍କ ଭିଡ଼ ଜମିଥିଲା । ପାରମ୍ପରି ଲୋକବାଦ୍ୟ ସହ ନୃତ୍ୟ ଓ ସଙ୍ଗୀତକୁ ଉପଭୋଗ କରିଥିଲେ ଉପସ୍ଥିତ ଦର୍ଶକ ।

ଏହା ମଧ୍ୟ ପଢ଼ନ୍ତୁ.....ଲୋକ ମହୋତ୍ସବ ମଣ୍ଡେଇ ପାଇଁ ପ୍ରସ୍ତୁତି, ଟ୍ରାଫିକ ସମସ୍ୟା ଉପରେ ଫୋକସ୍‌

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.