ETV Bharat / state

ବୌଦ୍ଧରେ ଲକଡାଉନ ନିୟମ କୋହଳ, ବଢିଲା ଦୋକାନ ଖୋଲିବାର ସମୟ ଅବଧି - ବୌଦ୍ଧରେ ଲକଡାଉନ ନିୟମ କୋହଳ

ବୌଦ୍ଧ ଜିଲ୍ଲା ଗ୍ରୀନଜୋନ ମଧ୍ୟରେ ଆସୁଥିବାରୁ ଦୋକାନ ବଜାର ଖୋଲିବା ସମୟ ସକାଳ 6 ଟାରୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି । କିନ୍ତୁ କଟକଣା ଅବମାନନା କଲେ ତଣ୍ଡ ଗଣିବେ ଉଲ୍ଲଂଘନକାରୀ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ଆଜିଠୁ ବୌଦ୍ଧରେ ଲକଡାଉନ ନିୟମ କୋହଳ,
ଆଜିଠୁ ବୌଦ୍ଧରେ ଲକଡାଉନ ନିୟମ କୋହଳ,
author img

By

Published : Apr 20, 2020, 12:06 PM IST

ବୌଦ୍ଧ: ସୋମବାର ଠାରୁ କିଛି ବୌଦ୍ଧରେ ଲକଡାଉନ ନିୟମରେ କୋହଳ କରାଯାଇଛି । ବୌଦ୍ଧ ଜିଲ୍ଲା ଗ୍ରୀନଜୋନ ମଧ୍ୟରେ ଆସୁଥିବା ବେଳେ ସରକାରୀ ଅଫିସ, ମୋଟରସାଇକେଲ ଚଳାଚଳ ଓ କେତେକ ନିର୍ଦ୍ଦିଷ୍ଟ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ତେବେ କଟକଣା ଉଲ୍ଲଂଘନ କଲେ ଜୋରିମାନାର ମଧ୍ୟ ବ୍ୟବସ୍ଥା ରହିଛି । ବୌଦ୍ଧ ଜିଲ୍ଲାର ଏସବୁ ପ୍ରସଙ୍ଗରେ ଇଟିଭି ଭାରତ ସହିତ ଆଲୋଚନା କରିଛନ୍ତି ଜିଲ୍ଲାପାଳ ।

ବୌଦ୍ଧରେ ଲକଡାଉନ ନିୟମ କୋହଳ, ବଢିଲା ଦୋକାନ ଖୋଲିବାର ସମୟ ଅବଧି

ବୌଦ୍ଧ ଜିଲ୍ଲା ଗ୍ରୀନଜୋନ ମଧ୍ୟରେ ଆସୁଥିବାରୁ ଦୋକାନ ବଜାର ଖୋଲିବା ସମୟ ସକାଳ 6 ଟାରୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି । ମୋଟରସାଇକେଲ, ସରକାରୀ ଅଫିସ, କେତେକ ନିର୍ଦ୍ଦିଷ୍ଟ ଦୋକାନ ଖୋଲିବାକୁ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଛି । ଗୃହ ନିର୍ମାଣ ସାମଗ୍ରୀ ଓ ଅନ୍ୟ କେତେକ ଜରୁରୀ ଦୋକାନ ଖୋଲାଯିବ । କିନ୍ତୁ ଏହି ସମୟରେ କୌଣସି ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ । ସେହିପରି ମାସ୍କ ପରିଧାନ, ଛେପ ପକାଇଲେ ଜୋରିମାନା ଆଦାୟ କରାଯିବ । ମିଠା, ଜଳଖିଆ ଦୋକାନ ଖୋଲିଲେ ମଧ୍ୟ ଗ୍ରାହକ କେବଳ ପ୍ୟାକିଂରେ ନେଇପାରିବେ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମତେ ବୌଦ୍ଧ ଜିଲ୍ଲା ପ୍ରଶାସନ ଲକଡାଉନ ଆଇନକୁ କିଛି ମାତ୍ରାରେ କୋହଳ କରିଥିଲେ ମଧ୍ୟ ଏନେଇ କଡାକଡି ନଜର ରହିବ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.