ETV Bharat / state

ସେତୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଦାବିରେ ଜାତୀୟ ରାଜପଥ ଅବରୋଧ - boudha district news

ବୌଦ୍ଧ ଜିଲ୍ଲାରେ ଶେଷ ହେଉନି ସେତୁ ନିର୍ମାଣ କାର୍ଯ୍ୟ । 3 ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ କଲେ ସ୍ଥାନୀୟ ବାସିନ୍ଦା । ଅଧିକ ପଢନ୍ତୁ...

ସେତୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଦାବିରେ ଜାତୀୟ ରାଜପଥ ଅବରୋଧ

author img

By

Published : Jul 7, 2021, 10:25 PM IST

ବୌଦ୍ଧ: ଅଧପନ୍ତରିଆ ସେତୁ ନିର୍ମାଣ ସମ୍ପୂର୍ଣ୍ଣ ଦାବିରେ 3 ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ କଲେ ଅଞ୍ଚଳବାସୀ । ଏ ସମ୍ପର୍କରେ ଏକ ପ୍ରତିନିଧି ମଣ୍ଡଳୀ ସଂଧ୍ୟାରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଫେରିଛନ୍ତି ।

ସେତୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଦାବିରେ ଜାତୀୟ ରାଜପଥ ଅବରୋଧ

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ,ବାରମ୍ବାର ଦାବି ପରେ ସେଠାରେ ଏକ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭରୁ ବ୍ୟାପକ ଦୁର୍ନୀତି ଯୋଗୁଁ ସେତୁ ନିର୍ମାଣ କାର୍ଯ୍ୟ ଅଧାରେ ଅଟକିଛି । ହରଭଙ୍ଗା ବ୍ଲକ ସଦର ବାଣୀ ଭୂଷଣପୁର ପଞ୍ଚାୟତ ଅଧିନରେ ରହିଛି ବାହାଲି ଓ ତିଲିକୁପ ଭଳି ଗ୍ରାମ । ତେବେ ଉକ୍ତ ଦୁଇ ଗ୍ରାମକୁ ବାହାଲି ନାଳ ପ୍ରତିବନ୍ଧକ ଥିବାରୁ ସରକାର ସେଠାରେ ଏକ ପାଇପ ବିଛା ସେତୁ ପାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ ।

କିନ୍ତୁ କାର୍ଯ୍ୟ ଅଧା ହେବାବେଳକୁ ଏହି କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ମିଳିବା ପରେ ସେତୁ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା । ତେବେ ଦୀର୍ଘ ଦିନ ହେଲା ଅଞ୍ଚଳର ଶହ ଶହ ପରିବାର ବିଛିନ୍ନାଞ୍ଚଳ ଭଳି ରହୁଥିବାରୁ ବୁଧବାର ଚାରିଛକ ନିକଟରେ 57 ନମ୍ବର ଜାତୀୟ ରାଜପଥକୁ 3 ଘଣ୍ଟା ଧରି ଅବରୋଧ କରିଥିଲେ । ହରଭଙ୍ଗା ବିଡ଼ିଓ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ପରେ ରାସ୍ତା ରୋକ ହଟିବା ସହ ସଂଧ୍ୟାରେ ଏକ ପ୍ରତିନିଧି ମଣ୍ଡଳୀ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ସହ ଆଲୋଚନା କରି ଫେରିଥିବା ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.