ETV Bharat / state

ସ୍ପିରିଟ କମ୍ପାନୀକୁ ତୀବ୍ର ବିରୋଧ, ବୌଦ୍ଧ ବନ୍ଦ ପାଇଁ ଚେତାବନୀ

author img

By

Published : Aug 8, 2019, 2:31 AM IST

ମୁଖ୍ୟମନ୍ତ୍ରୀ ସ୍ପିରିଟ କମ୍ପାନୀକୁ ଲୋକାର୍ପଣ କରୁଥିବା ବେଳେ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ବୌଦ୍ଧ ଜିଲ୍ଲା ପ୍ରଶାସନକୁ ଏହା ବିରୁଦ୍ଧରେ କଡା ଆପତ୍ତି କରି ଚରମପତ୍ର ପ୍ରଦାନ କରିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ଜିଲ୍ଲାରେ ସ୍ପିରିଟ କମ୍ପାନୀକୁ ତୀବ୍ର ବିରୋଧ କରାଯାଉଛି । ଏହାକୁ ସ୍ଥାନୀୟ ଲୋକଙ୍କଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ଓ ସଚେତନ ଯୁବକମାନେ ନାପସନ୍ଦ କରିଛନ୍ତି । ଆଜି ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଏହି କମ୍ପାନୀକୁ ଲୋକାର୍ପଣ କରୁଥିବା ବେଳେ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ବୌଦ୍ଧ ଜିଲ୍ଲାପ୍ରଶାସନକୁ ଏହା ବିରୁଦ୍ଧରେ କଡା ଆପତ୍ତି କରି ଚରମପତ୍ର ପ୍ରଦାନ କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ହରଭଙ୍ଗା ବ୍ଲକ ସାମ୍ପୋଚ ପଞ୍ଚାୟତ ଅନ୍ତର୍ଗତ ତିତିରିକଟା ମୌଜାରେ ଲୋକଙ୍କ ସରଳତାର ସୁଯୋଗ ନେଇ ଶାଗ ମାଛ ଦରରେ ଜମି କିଣି ବୌଦ୍ଧ ଡିଷ୍ଟିଲେରୀ ନାମରେ ଏକ ସ୍ପିରିଟ କମ୍ପାନୀ ସ୍ଥାପନ କରାଯାଇଛି । ବୁଧବାର ଏହାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । କିନ୍ତୁ ଏଠାରେ କମ୍ପାନୀ ନିର୍ମାଣ ଦିନଠାରୁ ହିଁ ସ୍ଥାନୀୟ ଲୋକମାନେ ବିରୋଧ କରି ଆସୁଛନ୍ତି । ପରିବେଶ ମଞ୍ଜୁରୀ ସହିତ ସ୍ଥାନୀୟ ବେକାରଙ୍କୁ ନିଯୁକ୍ତି ପ୍ରସଙ୍ଗରେ ପୂର୍ବରୁ ଅନେକ ଥର ଲୋକେ ଆପତ୍ତି ଉଠାଇଥିଲେ ମଧ୍ୟ ପ୍ରଶାସନ କିମ୍ବା ସରକାର ଏଥିପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।

ଏବେ କିନ୍ତୁ ଏହି କମ୍ପାନୀର ଦୈନିକ ଆବଶ୍ୟକତା ଥିବା 12 ଲକ୍ଷ ଲିଟର ପାଣିକୁ ନେଇ ଚାଷୀ, ବୁଦ୍ଧିଜୀବୀ ସହିତ ବିଭିନ୍ନ ସଂଗଠନମାନେ ତୀବ୍ର ବିରୋଧ କରିଛନ୍ତି । କମ୍ପାନୀ ନିକଟସ୍ଥ ଏକ ନାଳର ପାଣିକୁ ଶୋଷି କାମରେ ଲଗାଉଥିବାରୁ ଚାଷୀକୂଳ ଆପତ୍ତି ଉଠାଇଛନ୍ତି । ଚାଷକୁ ପାଣି ନିଅଣ୍ଟ ହେଉଥିବା ବେଳେ କମ୍ପାନୀକୁ ପାଣି ପାଇଁ କିଭଳି ଜଳ ଯୋଗାଣ ପାଇଁ ସ୍ବୀକୃତି ଦିଆଗଲା ଏବଂ ଏହା କଣ ଚାଷୀ ମାରଣ ନୀତି ନୁହେଁ କି ବୋଲି ପ୍ରଶ୍ନ ଉଠାଇଛନ୍ତି ଚାଷୀ ।

ଏହାକୁ ବିରୋଧ କରି ଜିଲ୍ଲା ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଏକ ଚରମପତ୍ର ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଛି । ତୁରନ୍ତ ଆବଶ୍ୟକ ପଦକ୍ଷେପ ପ୍ରଶାସନ ଗ୍ରହଣ ନକଲେ ଆଗାମୀ ଦିନରେ ପରିସ୍ଥିତି ଅଣାୟତ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ବୌଦ୍ଧ ରେ ସ୍ପିରିଟ ଫ୍ୟାକ୍ଟ୍ରି କୁ ତୀବ୍ର ବିରୋଧ । ଏହାକୁ ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ଓ ସଚେତନ ଯୁବକ ମାନେ ନାପସନ୍ଦ କରିଛନ୍ତି ।ଆଜି ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଏହି କମ୍ପାନୀ କୁ ଲୋକାର୍ପଣ କରୁଥିବା ବେଳେ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ବୌଦ୍ଧ ଜିଲ୍ଲାପ୍ରଶାସନ କୁ ଏହା ବିରୁଦ୍ଧରେ କଡା ଆପତ୍ତି କରି ଚରମପତ୍ର ପ୍ରଦାନ କରାଯାଇଛି ।
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ସାମ୍ପୋଚ ପଞ୍ଚାୟତ ର ତିତିରିକଟା ମୌଜାରେ ଲୋକଙ୍କ ସରଳତାର ସୁଯୋଗ ନେଇ ଶାଗମାଛ ଦରରେ ଜମି କ୍ରୟ କରାଯାଇ ବୌଦ୍ଧ ଡିଷ୍ଟିଲେରୀ ନାମରେ ଏକ ସ୍ପିରିଟ କମ୍ପାନୀ ସ୍ଥାପନ କରାଯାଇଛି। ଆଜି ଏହାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।କିନ୍ତୁ ଏଠାରେ କମ୍ପାନୀ ନିର୍ମାଣ ଦିନ ଠାରୁ ହିଁ ସ୍ଥାନୀୟ ଲୋକମାନେ ବିରୋଧ କରି ଆସୁଛନ୍ତି ।ପରିବେଶ ମଞ୍ଜୁରୀ ସହିତ ସ୍ଥାନୀୟ ବେକାର ଙ୍କୁ ନିଯୁକ୍ତି ପ୍ରସଙ୍ଗ ପୂର୍ବରୁ ବହୁବାର ଲୋକେ ଆପତ୍ତି ଉଠାଇଥିଲେ ମଧ୍ୟ ପ୍ରଶାସନ କିମ୍ବା ସରକାର ଏଥିପ୍ରତି କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହୋଇଛି ।ଏବେ କିନ୍ତୁ ଏହି କମ୍ପାନୀର ଦୈନିକ ଆବଶ୍ୟକତା ଥିବା ବାର ଲକ୍ଷ ଲିଟର ପାଣିକୁ ନେଇ ଚାଷୀ, ବୁଦ୍ଧିଜୀବୀ ସହିତ ବିଭିନ୍ନ ସଂଗଠନ ମାନେ ପ୍ରବଳ ବିରୋଧ କରିଛନ୍ତି ।କମ୍ପାନୀ ନିକଟସ୍ଥ ଏକ ନାଳର ପାଣିକୁ ଶୋଷି ଏହାର କାମରେ ଲଗାଉଥିବାରୁ ଚାଷୀ କୂଳ ଆପତ୍ତି ଉଠାଇଛନ୍ତି ।ଚାଷକୁ ପାଣି ନିଅଣ୍ଟ ହେଉଥିବା ବେଳେ କମ୍ପାନୀ କୁ ପାଣି ପାଇଁ କିଭଳି ଜଳଯୋଗାଣ ସ୍ବୀକୃତି ଦିଆଗଲା, ଏହାକଣ ଚାଷୀ ମାରଣ ନୀତି ନୁହେଁ କି ବୋଲି ପ୍ରଶ୍ନ ଉଠାଇଛନ୍ତି ଚାଷୀ ।ଏହାକୁ ବିରୋଧ କରି ଜିଲ୍ଲା ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଏକ ଚରମପତ୍ର ଜିଲ୍ଲା ପ୍ରଶାସନ କୁ ପ୍ରଦାନ କରାଯାଇଛି ।ତୁରନ୍ତ ଆବଶ୍ୟକ ପଦକ୍ଷେପ ପ୍ରଶାସନ ଗ୍ରହଣ ନକଲେ ଆଗାମୀ ଦିନରେ ପରିସ୍ଥିତି ଅଣାୟତ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

Body:ସ୍ପିରିଟ କମ୍ପାନୀ କୁ ପ୍ରବଳ ବିରୋଧ, ବୌଦ୍ଧ ବନ୍ଦ ପାଇଁ ଚେତାବନୀ ।

Conclusion:ବାଇଟ-୧-କୃଷ୍ଣଚନ୍ଦ୍ର ମିଶ୍ର, ସଂପାଦକ, ବିଏଚପି
ବାଇଟ-୨-ଧନେଶ୍ବର ଅମାତ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ
ବାଇଟ-୩-ଉଦୟନାଥ ନାଏକ, ପଞ୍ଚାୟତବାସୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.