ETV Bharat / state

ବର୍ଷକ ମଧ୍ୟରେ ବୌଦ୍ଧରୁ 180 କୁଷ୍ଠ ରୋଗୀ ଚିହ୍ନଟ - ବୌଦ୍ଧ କୁଷ୍ଠ ରୋଗ ସୂଚନା

ବିଶ୍ବ କୁଷ୍ଠ ରୋଗ ଦିବସରେ ବୌଦ୍ଧରୁ ଆସିଲା ଉଦବେଗଜନକ ଖବର । ବର୍ଷକ ମଧ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଚିହ୍ନଟ ହୋଇଛନ୍ତି 180 ରୋଗୀ । ଅଧିକ ପଢନ୍ତୁ

ବର୍ଷକ ମଧ୍ୟରେ ବୌଦ୍ଧରୁ 180 ରୋଗୀ ଚିହ୍ନଟ
ବର୍ଷକ ମଧ୍ୟରେ ବୌଦ୍ଧରୁ 180 ରୋଗୀ ଚିହ୍ନଟ
author img

By

Published : Jan 31, 2022, 7:33 AM IST

ବୌଦ୍ଧ: ଜିଲ୍ଲାରେ ଉଦବେଗ ଜନକ ସ୍ଥିତିରେ କୁଷ୍ଠ ରୋଗ । କେବଳ ବର୍ଷକ ମଧ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ 180 ଜଣ ରୋଗୀ ଚିହ୍ନଟ ହୋଇ ଥିବାବେଳେ ଆଜି ମଧ୍ୟ ଅନ୍ଧବିଶ୍ୱାସରେ ପ୍ରଭାବିତ ସାଧାରଣ ମଣିଷ । ତେବେ ରବିବାର ସାରା ବିଶ୍ବରେ କୁଷ୍ଠ ଦିବସ ପାଳନ ହେଉଥିବା ସମୟରେ ବୌଦ୍ଧରୁ ଆସିଛି ଏପରି ତଥ୍ୟ ।

ବର୍ଷକ ମଧ୍ୟରେ ବୌଦ୍ଧରୁ 180 କୁଷ୍ଠ ରୋଗୀ ଚିହ୍ନଟ
ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ କେବଳ ବର୍ଷକ ମଧ୍ୟରେ 180 ଜଣ ରୋଗୀ ଚିହ୍ନଟ ହୋଉଛନ୍ତି । ଅନେକ ଉପାନ୍ତ ଅଞ୍ଚଳରେ ଏହି ରୋଗକୁ ନେଇ ଜନସଚେତନତା ଅଭାବରୁ ଆଜି ମଧ୍ୟ ଲୋକେ କୁଷ୍ଠ ରୋଗୀଙ୍କୁ ସାମାଜିକ ବାସନ୍ଦ କରି ରଖୁଛନ୍ତି । ରବିବାର ଜାତିର ପିତା ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସକୁ କୁଷ୍ଠ ନିରାକରଣ ଦିବସରେ ପାଳନ କରାଯିବା ସହ କୃଷ୍ଠ ପୀଡିତଙ୍କୁ ଘୃଣା ନକରି ଚିକିତ୍ସା ପାଇଁ ଆହ୍ବାନ ଦିଆଯାଉଛି ।

ଏହିପରିପ୍ରେକ୍ଷୀରେ ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି । ଏଥିସହ ଜିଲ୍ଲାରେ ପ୍ରଥମ ଥର ପାଇଁ କୁଷ୍ଠ ରୋଗୀଙ୍କ ରିକଣ୍ଟ୍ରକ୍ଟିଭ ସର୍ଜରୀର ଆରମ୍ଭ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.