ବୌଦ୍ଧ: ଜିଲ୍ଲା ସଦର ମହକୁମା ମହାନଦୀ କୂଳରେ ଥାଇ ମଧ୍ୟ ପାନୀୟଜଳର ସମସ୍ୟା ଲାଗି ରହୁଛି । ଗ୍ରୀଷ୍ମ ଋତୁରେ ମହାନଦୀରେ ଜଳପ୍ରବାହ ସ୍ବଳ୍ପ ହେଉଥିବାରୁ ବାରମ୍ବାର ଏଭଳି ସମସ୍ୟା ସୃଷ୍ଟି ହେଉଛି । ବୌଦ୍ଧ ଜିଲ୍ଲା ସଦର ମହକୁମାରେ ବର୍ଷ ବର୍ଷ ଧରି ପାନୀୟ ଜଳ ସମସ୍ୟା ଲାଗି ରହୁଛି ।

ଏଥିରେ ସୁଧାର ଆଣିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ବୌଦ୍ଧ ସହର ତଟରେ ଜଳ ପ୍ରବାହ କମ ରହୁଥିବା ବେଳେ ମହାନଦୀର ଅପର ପାର୍ଶ୍ଵରେ ଅଧିକ ଜଳ ପ୍ରବାହ ହେଉଛି । ଦିନକୁ ଦିନ ବୌଦ୍ଧ ସହରର କଳେବର ବୃଦ୍ଧି ପାଉଥିବାବେଳେ ପାନୀୟ ଜଳର ସମସ୍ୟା ଲାଗି ରହୁଥିବାରୁ ଆଇନଜୀବୀ ମାନେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।
ଆଜି ଲୟର୍ସ ଫୋରମ ତରଫରୁ ଏକ ପ୍ରତିନିଧି ମଣ୍ଡଳୀ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ