ETV Bharat / state

ପବିତ୍ର ମାଘ ସପ୍ତମୀ: ମହାନଦୀ କୂଳରେ ସୂର୍ଯ୍ୟ ଦର୍ଶନ କଲେ ଶ୍ରଦ୍ଧାଳୁ - ମହାନଦୀ କୂଳରେ ସୂର୍ଯ୍ୟ ଦର୍ଶନ କଲେ ଶ୍ରଦ୍ଧାଳୁ

ପବିତ୍ର ମାଘ ସପ୍ତମୀ ଅବସରରେ ବୌଦ୍ଧ ଜିଲ୍ଲାର ମହାନଦୀ କୂଳରେ ବୁଡ ପକାଇ ସୂର୍ଯ୍ୟ ଦର୍ଶନ କଲେ ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ

ମାଘ ସପ୍ତମୀ
ମାଘ ସପ୍ତମୀ
author img

By

Published : Jan 28, 2023, 4:12 PM IST

ମାଘ ସପ୍ତମୀ

ବୌଦ୍ଧ: ଆଜି ମାଘ ସପ୍ତମୀ । ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କ ଆଜି ଜନ୍ମ ଦିନ । ଏହି ପବିତ୍ର ତିଳ ସପ୍ତମୀ ପାଇଁ ଓଡ଼ିଶାର ଗଙ୍ଗା ଭାବରେ ପରିଚିତ ମହାନଦୀ କୂଳରେ ବିଭିନ୍ନ ସ୍ଥାନରେ ସୂର୍ଯ୍ୟ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ତିଳ ସପ୍ତମୀ ପାଇଁ ବଡି ଭୋରରୁ ଶ୍ରଦ୍ଧାଳୁମାନେ ବୌଦ୍ଧ ଜିଲ୍ଲାର ମହାନଦୀ କୂଳରେ ବୁଡ ପକାଇଥିଲେ । ଓଡ଼ିଶାରେ ମହାନଦୀ ସର୍ବାଧିକ ପଥ ଅତିକ୍ରମ କରିଥିବା ବୌଦ୍ଧ ଜିଲ୍ଲାରେ ଆଜି ତିଳ ସପ୍ତମୀ ପାଇଁ ବଡି ଭୋରରୁ ଶ୍ରଦ୍ଧାଳୁମାନେ ମହାନଦୀ କୂଳରେ ପହଞ୍ଚି ଥିଲେ । ମହାନଦୀରେ ବୁଡ ପକାଇ ଦେବ ଦର୍ଶନ ସହିତ ସୂର୍ଯ୍ୟଙ୍କ ପ୍ରଥମ କିରଣକୁ ଆବାହନ କରି ଦର୍ଶନ କରିଥିଲେ । ମନମୁଣ୍ଡାଠାରୁ ମାରଡା ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲା ଦେଇ ମହାନଦୀ ପ୍ରବାହିତ ହେଉଥିବା ବେଳେ ଆଜି ତିଳ ସପ୍ତମୀ ପାଇଁ ମହାନଦୀ କୂଳରେ ଥିବା ବିଭିନ୍ନ ଧାର୍ମିକ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: ଆଜି ମାଘସପ୍ତମୀ, ଚନ୍ଦ୍ରଭାଗାରେ ବୁଡ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ଜିଲ୍ଲାର ରାମେଶ୍ୱର, ଚାରିଶମ୍ଭୁ ଭଳି ପ୍ରାଚୀନ ତଥା ଐତିହାସିକ ପୀଠ ସହିତ ବିଭିନ୍ନ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ବ୍ୟବସ୍ଥା କରାଯାଇଥିଲା । ତିଳ ସପ୍ତମୀ ପାଇଁ ଆଜି ପ୍ରତ୍ୟୁଷରୁ ବୌଦ୍ଧର ଚନ୍ଦ୍ରଚୂଡ ମନ୍ଦିର ନିକଟରେ ଥିବା ଚିରଘାଟ ଠାରେ ସ୍ବତନ୍ତ୍ର ଭାବରେ ସୂର୍ଯ୍ୟ ପୂଜା ଓ ସୂର୍ଯ୍ୟ ଆଳତୀର ବ୍ୟବସ୍ଥା କରାଯାଇଥିଲା । ଶ୍ରଦ୍ଧାଳୁମାନେ ଆନନ୍ଦ ଉଲ୍ଲାସର ସହିତ ହରିବୋଲ ହୁଳହୁଳି ମଧ୍ୟରେ ସୂର୍ଯ୍ୟ ଦର୍ଶନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: Hockey World Cup: ଆଜି ଭାରତ-ଦକ୍ଷିଣ ଆଫ୍ରିକା କ୍ଲାସିଫିକେସନ ମ୍ୟାଚ

ଏନେଇ ଜଣେ ଶ୍ରଦ୍ଧାଳୁ କହିଛନ୍ତି, "ଆଜି ସୂର୍ଯ୍ୟଙ୍କ ଜନ୍ମଦିନ । ଏହି ପବିତ୍ର ମାଘ ସପ୍ତମୀ ଅବସରରେ ଆମେ ସମସ୍ତେ ମହିଳାମାନେ ଏକାଠି ହୋଇ ମହାନଦୀରେ ବୁଡ ପକାଇ ସୂର୍ଯ୍ୟଙ୍କ ଦର୍ଶନ କଲୁ । ପ୍ରଥମ ଆଳତୀ ଆମେ ସୂର୍ଯ୍ୟଙ୍କୁ ଅର୍ପଣ କଲୁ । ବୌଦ୍ଧ ମହାନଦୀକୁ ଆମେ ଗଙ୍ଗା ବୋଲି ମାନିଥାଉ । ତେଣୁ ଆଜି ପବିତ୍ର ତିଳ ସପ୍ତମୀ ଅବସରରେ ଆମେ ବୁଡ ପକାଇଲୁ । ମହାନଦୀରେ ବୁଡ ପକାଇ ଆମେ ନିଜକୁ ଧନ୍ୟମନେ କରୁଛି ।"

ପ୍ରକାଶଥାଉକି, କୋଭିଡ କଟକଣା ଯୋଗୁଁ ଦୀର୍ଘ ଦୁଇ ବର୍ଷ ଧରି ବୁଡ ପକାଇବା ପାଇଁ ବାରଣ କରାଯାଇଥିଲା । ତେବେ କୋରୋନାର ପ୍ରାଦୁର୍ଭାବ କମିବା ପରେ ଚଳିତ ବର୍ଷ ସମସ୍ତ ପବିତ୍ର ନଦୀରେ ବୁଡ ପକାଇଛନ୍ତି ଶ୍ରଦ୍ଧାଳୁ । ପବିତ୍ର ମାଘ ସପ୍ତମୀରେ ବୁଡ ପକାଇ ସୂର୍ଯ୍ୟ ଦର୍ଶନ କରିଲେ ସମସ୍ତ ପାପ କ୍ଷୟ ହୁଏ ବୋଲି କୁହାଯାଏ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.