ETV Bharat / state

ଦଲାଲଙ୍କ କବ୍‌ଜାରେ ଶ୍ରମ କାର୍ଯ୍ୟାଳୟ ! ଶ୍ରମିକଙ୍କ ପରିବାରକୁ ସହାୟତା ମିଳୁନଥିବା ଅଭିଯୋଗ

author img

By ETV Bharat Odisha Team

Published : Sep 24, 2023, 6:52 AM IST

ବୌଦ୍ଧରେ ପ୍ରକୃତ ହିତାଧିକାରୀଙ୍କୁ ସରକାରୀ ସହାୟତା ମିଳୁନଥିବା ଅଭିଯୋଗ ହୋଇଛି । ଦଲାଲଙ୍କ କବ୍‌ଜାରେ ଶ୍ରମ କାର୍ଯ୍ୟାଳୟ ଥିବାବେଳେ ସେମାନେ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିବା କହିଛନ୍ତି ହିତାଧିକାରୀ । ଅଧିକ ପଢ଼ନ୍ତୁ

govt office occupied by broker
ଦଲାଲଙ୍କ କବ୍ଜାରେ ଶ୍ରମ କାର୍ଯ୍ୟାଳୟ
ଦଲାଲଙ୍କ କବ୍ଜାରେ ଶ୍ରମ କାର୍ଯ୍ୟାଳୟ

ବୌଦ୍ଧ: ଦଲାଲଙ୍କ କବଳରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ । ଅସହାୟ ହିତାଧିକାରୀଙ୍କୁ ସହାୟତା ଯୋଗାଇଦେବା ନାଁରେ ଦଲାଲମାନେ ଅର୍ଥ ଶୋଷଣ କରୁଥିବା ଭଳି ସାଙ୍ଘାତିକ ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ଜିଲ୍ଲାର ଶ୍ରମିକଙ୍କୁ ସରକାରୀ ଯୋଜନା ଅନ୍ତର୍ଗତ ବିଭିନ୍ନ ସହାୟତା ମିଳି ପାରୁନଥିବାବେଳେ ଦଲାଲଙ୍କ ମାଧ୍ୟମରେ ହେଉଛି ସମସ୍ତ କାର୍ଯ୍ୟ । ଜିଲ୍ଲାରେ ପ୍ରାୟ 50 ହଜାରରୁ ଊର୍ଦ୍ଧ୍ବ ପଞ୍ଜିକୃତ ଶ୍ରମିକ ରହିଥିବା ବେଳେ ବିଭିନ୍ନ ସ୍ଥାନରେ କାମଧନ୍ଦା ଅଭାବରୁ ସ୍ଥାନୀୟ ଶ୍ରମିକମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ଜିଲ୍ଲାର ନିର୍ମାଣ ଶ୍ରମିକଙ୍କୁ ବିଭିନ୍ନ ସମୟରେ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ସହାୟତା ଯୋଗାଇ ଦେଉଥିବାବେଳେ ପ୍ରକୃତ ହିତାଧିକାରୀ ଏଥିରୁ ବଞ୍ଚିତ ହେଉଥିବା ନେଇ ବାରମ୍ବାର ଅଭିଯୋଗ ଆସୁଛି ।

ଜିଲ୍ଲାର ପ୍ରକୃତ ହିତାଧିକାରୀଙ୍କୁ ସରକାରୀ ସହାୟତା ମିଳୁନଥିବା ଅଭିଯୋଗ ହୋଇଛି । ଗୋଟିଏ ପଟେ ବୌଦ୍ଧ ଜିଲ୍ଲାର ଶ୍ରମ କାର୍ଯ୍ୟାଳୟରେ କର୍ମଚାରୀ ଅଭାବରୁ ଏକପ୍ରକାର ଅଚଳ ଅବସ୍ଥା ଲାଗିରହିଛି । ଅନ୍ୟପଟେ ଶ୍ରମ କାର୍ଯ୍ୟାଳୟର ଅଧିକାଂଶ କାର୍ଯ୍ୟ ଦଲାଲମାନେ ବୁଝୁଥିବା ଅଭିଯୋଗ ହେଉଛି । ଅନେକ ମୃତ ଶ୍ରମିକ ଓ ବିବାହ ସହାୟତା ପାଇଁ ଶ୍ରମିକଙ୍କ ପରିବାରକୁ ସରକାରୀ ସହାୟତା ଠିକ୍‌ରେ ମିଳି ପାରୁନାହିଁ । ଏନେଇ ଦଲାଲମାନେ ହିତାଧିକାରୀଙ୍କଠାରୁ ମୋଟା ଅଙ୍କର ଅର୍ଥ ଦାବି କରୁଥିବା ବେଳେ ମୂଲଚାଲ ଠିକରେ ନହେଲେ ହିତାଧିକାରୀଙ୍କୁ ସରକାରୀ ସହାୟତା ମିଳିବା କଷ୍ଟକର ହୋଇରହୁଛି । ବର୍ତ୍ତମାନ ଏଭଳି ଅସହାୟ ପରିବାରର ସଦସ୍ୟଙ୍କୁ ଶ୍ରମ ବିଭାଗ ହଇରାଣ କରୁଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି ।

ଏହା ବି ପଢନ୍ତୁ...୨ ଅସହାୟ ପରିବାରର କରୁଣ କାହାଣୀ, ସହାୟତା ପାଇଁ ଗୁହାରି

ତେବେ ବୌଦ୍ଧ ଜିଲ୍ଲାର 3ଟି ବ୍ଲକର 3ଜଣ ହିତାଧିକାରୀଙ୍କ କ୍ଷେତ୍ରରେ ଏଭଳି ଘଟଣା ଘଟିଥିବା ଅଭିଯୋଗ ଆସିଛି । ହରଭଙ୍ଗା ବ୍ଲକ ଅନ୍ତର୍ଗତ ଆଢ଼େଣୀଗଡ଼ ପଞ୍ଚାୟତର ସୀମାନ୍ତ ବଦଲାସାହିର ହିତାଧିକାରୀ ଲାବଣ୍ୟ ବେହେରା କହିଛନ୍ତି, "ଝିଅ ବାହାଘରର ସହାୟତା ପାଇଁ ଦୀର୍ଘ 4 ବର୍ଷ ହେଲା ଶ୍ରମ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ବି ସହାୟତା ମିଳିନାହିଁ ।" ସେହିପରି ସଦର ବ୍ଲକ ଖୁଣ୍ଟବନ୍ଧ ପଞ୍ଚାୟତର ବୁରକଟା ଗ୍ରାମର ଅଷ୍ଟମୀଙ୍କୁ ଦଲାଲ 50ହଜାର ଟଙ୍କା ଲାଞ୍ଚ ମାଗିଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଏହାସହ କଣ୍ଟାମାଳ ବ୍ଲକର ପଲସାଗୋରା ପଞ୍ଚାୟତର ଜଣେ ବୃଦ୍ଧାଙ୍କୁ ଶ୍ରମ ବିଭାଗ ହଇରାଣ କରୁଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ଏଭଳି ଶହ ଶହ ଗରିବ ଅସହାୟ ଶ୍ରମିକଙ୍କ ପରିବାରକୁ ସରକାରୀ ସହାୟତା ମିଳିପାରିନାହିଁ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.