ETV Bharat / state

ନିର୍ମାଣ ଶ୍ରମିକଙ୍କୁ ଅଣଦେଖା: ପ୍ରତିବାଦରେ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ - ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଦଲାଲଙ୍କ ଆଡ୍ଡାସ୍ଥଳୀ

ସରକାରୀ ଯୋଜନାରୁ ବାଦ ପଡୁଛନ୍ତି ପ୍ରକୃତ ନିର୍ମାଣ ଶ୍ରମିକ । ନିଜ ହକ୍‌ ପାଇବାକୁ ପ୍ରତିବାଦର ସ୍ବର ଉଠାଇ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ ଜିଲ୍ଲାର ସମସ୍ତ କାର୍ଯ୍ୟରତ ଟ୍ରେଡ ୟୁନିୟନ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Sep 26, 2019, 3:11 PM IST

ବୌଦ୍ଧ: ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ପାଲଟିଛି ଦଲାଲଙ୍କ ଆଡ୍ଡାସ୍ଥଳୀ । ଯଦ୍ବାରା ଦୀର୍ଘ ଦିନ ହେବ ପ୍ରକୃତ ନିର୍ମାଣ ଶ୍ରମିକ ସରକାରୀ ଯୋଜନାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ଏନେଇ ଗୁରୁବାର ଜିଲ୍ଲାର ସମସ୍ତ କାର୍ଯ୍ୟରତ ଟ୍ରେଡ ୟୁନିୟନ ମିଳିତ ଭାବେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଶିକ୍ଷା ସହାୟକ ଠାରୁ ଆରମ୍ଭ କରି ମୃତ୍ୟୁକାଳୀନ ସହାୟତା ପର୍ଯ୍ୟନ୍ତ ସବୁଥିରେ ନିର୍ମାଣ ଶ୍ରମିକଙ୍କୁ ଅଣଦେଖା କରାଯାଉଛି । ଫଳରେ ବାଧ୍ୟ ହୋଇ ନିଜ ହକ୍‌ ପାଇବାକୁ ଶ୍ରମିକମାନେ ପ୍ରତିବାଦର ସ୍ବର ଉଠାଇଥିଲେ । ଜିଲ୍ଲାର ରାମେଶ୍ବର ମନ୍ଦିର ଠାରୁ ଶ୍ରମିକଙ୍କ ଏକ ବିଶାଳ ରାଲି ବାହାରି ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା । ଗୁରୁବାରର ଏହି ବିକ୍ଷୋଭ ରାଲିରେ ଶ୍ରମିକ ନେତା ଅବକାଶ ସାହୁ, ଅର୍ଜୁନ ରଣା,ଦିଲ୍ଲୀପ ବସ୍ତିଆ, ଲୋକନାଥ ଶତପଥୀ, ରିନାଗିରି, କୃଷ୍ଣଚନ୍ଦ୍ର କମ୍ପ ଓ ମାମି ମିଶ୍ର ପ୍ରମୁଖ ଯୋଗଦେଇ ଶ୍ରମିକଙ୍କୁ ଉତ୍ସାହିତ କରିଥିଲେ । ଏଥିସହିତ 12 ଦଫା ସମ୍ବଳିତ ଏକ ଦାବିପତ୍ର ଶ୍ରମ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଶ୍ରମ ଅଧିକାରୀ ଙ୍କ କାର୍ଯ୍ୟାଳୟ ପାଲଟିଛି ଦଲାଲଙ୍କ ଆଡ୍ଡାସ୍ଥଳୀ ।ଏପଟେ ପ୍ରକୃତ ନିର୍ମାଣ ଶ୍ରମିକ ଦୀର୍ଘ ଦିନ ହେଲା ସରକାରୀ ଯୋଜନା ରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି ।
ବୌଦ୍ଧ ଜିଲ୍ଲାର ନିର୍ମାଣ ଶ୍ରମିକଙ୍କୁ ଉପଯୁକ୍ତ ସରକାରୀ ସହାୟତା ମିଳୁନଥିବା ଓ ଅନ୍ୟାନ୍ୟ ବିଭିନ୍ନ ଅବ୍ୟବସ୍ଥା କୁନେଇ ଗୁରୁବାର ଜିଲ୍ଲାର ସମସ୍ତ କାର୍ଯ୍ୟରତ ଟ୍ରେଡ ୟୁନିୟନ ମିଳିତ ହୋଇ ବିକ୍ଷୋଭ ପ୍ରଦର୍ଶନ ସହ ଶ୍ରମ ଅଧିକାରୀ ଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।ଶିକ୍ଷା ସହାୟକ ଠାରୁ ଆରମ୍ଭ କରି ମୃତ୍ୟୁ କାଳୀନ ସହାୟତା ପର୍ଯ୍ୟନ୍ତ ସବୁଥିରେ ନିର୍ମାଣ ଶ୍ରମିକଙ୍କୁ ଉଚିତ ନ୍ୟାୟ ଦିଆଯାଉ ନଥିବା ଅଭିଯୋଗ କରି ଆଜି ରାମେଶ୍ୱର ମନ୍ଦିର ଠାରୁ ଏକ ବିଶାଳ ଶ୍ରମିକ ରାଲି ବାହାରି ଶ୍ରମ ଅଧିକାରୀ ଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।ଏହି ବିକ୍ଷୋଭ ରେ ଶ୍ରମିକ ନେତା ଅବକାଶ ସାହୁ, ଅର୍ଜୁନ ରଣା,ଦିଲ୍ଲୀପ ବସ୍ତିଆ,ଲୋକନାଥ ଶତପଥୀ, ରିନାଗିରି,କୃଷ୍ଣ ଚନ୍ଦ୍ର କମ୍ପ ଓ ମାମି ମିଶ୍ର ପ୍ରମୁଖ ଯୋଗଦେଇ ଶ୍ରମିକଙ୍କୁ ଉତ୍ସାହିତ କରିଥିଲେ ।ଏହି ଅବସରରେ ବାର ଦଫା ଦାବୀ ସମ୍ବଳିତ ଏକ ଦାବୀପତ୍ର ଶ୍ରମ ଅଧିକାରୀ ଙ୍କୁ ପ୍ରଦାନ କରାଯାଇଥିଲା ।

Body:ବୌଦ୍ଧ ରେ ବିଶାଳ ଶ୍ରମିକ ରାଲି ଓ ବିକ୍ଷୋଭ ।

Conclusion:ବାଇଟ-୧-ଅବକାଶ ସାହୁ, ଶ୍ରମିକ ନେତା
ବାଇଟ-୨-ନରେନ୍ଦ୍ର ରାଇକା,ଶ୍ରମ ଅଧିକାରୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.