ETV Bharat / state

ଦୁର୍ନୀତିରେ ଉବୁଟୁବୁ ବୌଦ୍ଧ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ! ଜଣେ କର୍ମଚାରୀ ବହିଷ୍କୃତ

author img

By ETV Bharat Odisha Team

Published : Sep 11, 2023, 6:55 AM IST

ବୌଦ୍ଧ ଜିଲ୍ଲା ଶ୍ରମ ବିଭାଗ କଲ୍ୟାଣ ଅଧିକାରୀ ସୁଜିତ ସାହୁଙ୍କୁ ବହିଷ୍କାର କଲେ ବୌଦ୍ଧ ଜିଲ୍ଲାପାଳ । ଅଧିକ ପଢନ୍ତୁ

ଦୁର୍ନୀତିରେ ଉବୁଟୁବୁ ବୌଦ୍ଧ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ, ଜଣେ କର୍ମଚାରୀ ବହିଷ୍କୃତ

ବୌଦ୍ଧ: ବୌଦ୍ଧ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଏନେଇ ଶ୍ରମ ବିଭାଗ କଲ୍ୟାଣ ଅଧିକାରୀଙ୍କୁ ଚାକିରିରୁ ବହିଷ୍କୃତ । କଲ୍ୟାଣ ଅଧିକାରୀ ସୁଜିତ ସାହୁଙ୍କୁ ବହିଷ୍କାର କଲେ ବୌଦ୍ଧ ଜିଲ୍ଲାପାଳ ।

ଶ୍ରମିକମାନଙ୍କ ପାଇଁ ସରକାର ବିଭିନ୍ନ ଯୋଜନାର ଘୋଷଣା କରୁଥିବା ବେଳେ ଏହାର ବ୍ୟାପକ ଅନିୟମିତତା ତଥା ଦୁର୍ନୀତି ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି । କାର୍ଯ୍ୟାଳୟରେ କର୍ମଚାରୀଙ୍କ ଅଭାବ ସାଙ୍ଗକୁ ଦଲାଲଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ହିତାଧିକାରୀ । ଜିଲ୍ଲାର ଶ୍ରମ ବିଭାଗ କଲ୍ୟାଣ ଅଧିକାରୀ ସୁଜିତ ସାହୁ ବ୍ୟାପକ ଦୁର୍ନିତି କରିଥିବା ଅଭିଯୋଗରେ ତାଙ୍କୁ ଜିଲ୍ଲାପାଳ ଅଭିଯୋଗ କରିଛନ୍ତି । ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସେହିପରି ଶ୍ରମ କାର୍ଯ୍ୟାଳୟରେ ବିଭିନ୍ନ ସମୟରେ ଲୋକମାନଙ୍କ ଦରକାରୀ କାଗଜ ପତ୍ର ହଜାଇ ଦେଉଥିବା ଅଭିଯୋଗ ହେଉଛି ।

ବୌଦ୍ଧ ଜିଲ୍ଲାରେ ପ୍ରାୟ ୫୦୦୦୦ରୁ ଊର୍ଦ୍ଧ୍ବ ପଞ୍ଜିକୃତ ନିର୍ମାଣ ଶ୍ରମିକ ରହିଥିବା ବେଳେ ବର୍ତ୍ତମାନ ଶ୍ରମିକଙ୍କ ସହାୟତା ପାଇଁ ସରକାର ଯୋଗାଇ ଦେଉଥିବା ଆର୍ଥିକ ସହାୟତାକୁ ଦଲାଲ ଓ ବିଭାଗୀୟ ଅଧିକାରୀ ହରିଲୁଟ କରୁଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହିତ ଶ୍ରମ କାର୍ଯ୍ୟାଳୟକୁ ଦଲାଲ ମୁକ୍ତ କରିବାକୁ ଦାବି ହୋଇଛି । ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ହିତାଧିକାରୀମାନେ ମୌଳିକ ସୁବିଧା ମଧ୍ୟ ବଞ୍ଚିତ ହେଉଥିବା ନଜରକୁ ଆସିଛି । ଏଠାରେ ମାତ୍ର ୩ ଜଣ କର୍ମଚାରୀଙ୍କୁ ନେଇ କାର୍ଯ୍ୟ ହେଉ ଥିବାବେଳେ ଅସ୍ବାସ୍ଥ୍ୟକର ପରିବେଶ ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ- ଅଙ୍ଗନବାଡି କେନ୍ଦ୍ରରେ ଅଣ୍ଡା ଛତୁଆ ଯୋଗାଣରେ ଦୁର୍ନୀତି ଅଭିଯୋଗ, ଉଠିଲା ତଦନ୍ତ ଦାବି

ପ୍ରକାଶ ଥାଉକି, ସେହିପରି ଜିଲ୍ଲାର ବହୁ ଅଙ୍ଗନବାଡି କେନ୍ଦ୍ରରେ ଅଣ୍ଡା ଛତୁଆ ଯୋଗାଣରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଜିଲ୍ଲାରେ ଶିଶୁ ଓ ଗର୍ଭବତୀଙ୍କ ପାଇଁ ଉଦ୍ଦିଷ୍ଟ ଛତୁଆ ଓ ଅଣ୍ଡା ଯୋଗାଇ ଦେଉଛନ୍ତି ସରକାର । ଏହି ଦାୟିତ୍ବ ନେଇଛି ଜିଲ୍ଲାରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର । ବାରମ୍ବାର ଦୁର୍ନୀତି ତଦନ୍ତ ପାଇଁ ପ୍ରଶାସନକୁ ଅଭିଯୋଗ କରିଥିଲେ ମଧ୍ୟ ଏହାର କିଛି ସୁଫଳ ମିଳି ନାହିଁ । ଏବେ ତଦନ୍ତ ପ୍ରକ୍ରିୟା ମଧ୍ୟ ବର୍ତ୍ତମାନ ଦିଗହରା ହୋଇ ପଡ଼ିଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ସାମାଜିକ କର୍ମୀ କେଦାରନାଥ ସାହୁ ବୌଦ୍ଧ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ।

ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ଏଭଳି ଅଣ୍ଡା, ଛତୁଆ ଯୋଗାଣରେ ବ୍ୟାପକ ଅନିୟମିତତା କାରଣରୁ ଶିଶୁ ଓ ଗର୍ଭବତୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏମାନଙ୍କ ପାଇଁ ସରକାର ଯୋଗାଇ ଦେଉଥିବ ପୌଷ୍ଟିକ ଆହର ପହଞ୍ଚି ପାରୁନି । ବୌଦ୍ଧ ଜିଲ୍ଲାର ଏହାର ଏକ ଜ୍ୱଳନ୍ତ ଚିତ୍ର ଦେଖିବାକୁ ମିଳିଛି । ଅଙ୍ଗନବାଡି କେନ୍ଦ୍ରଗୁଡିକରେ ମିଳୁଥିବା ଛତୁଆ ଅତ୍ୟନ୍ତ ନିମ୍ନମାନର ତଥା ଖାଇବା ଉପଯୋଗୀ ହୋଇନଥିବା ବି ଅଭିଯୋଗ ହୋଇଥିଲା ।

ଇଟିଭି ଭାରତ,ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.